ଓଜନ ବଢ଼ିବାକୁ ନେଇ ଚିନ୍ତାରେ ମିସ୍‌ ୟୁନିର୍ଭସ! କହିଲେ-କାନ୍ଦ ଲାଗୁଥିଲା

ମୁମ୍ବାଇ: ମିସ୍‌ ୟୁନିର୍ଭସ ହରନାଜ ସାନ୍ଧୁ। ଗତ କିଛି ଦିନ ହେବ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ତାଙ୍କ ବଢ଼ୁଥିବା ଓଜନ ଏବେ ତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ୨୦୨୧ରେ ମିସ୍‌ ୟୁନିର୍ଭସ ବିଜୟୀ ହରନାଜଙ୍କ ଚଳିତ ବର୍ଷ ଆରମ୍ଭରେ କିଛି ଫଟୋ ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ଚକିତ ହୋଇପଡିଥିଲେ ତାଙ୍କ ଫ୍ୟାନ୍‌। ସୋଶାଲ ମିଡିଆରେ ମିସ୍‌ ୟୁନିଭର୍ସକୁ ନେଇ ଚାରିଆଡୁ ଟ୍ରୋଲ କରାଯାଇଥିଲା। ତାଙ୍କୁ ନେଇ ଲୋକେ ଚାରଆଡୁ ବିଭିନ୍ନ ଚର୍ଚ୍ଚା […]

Miss Universe

Madhupriya Mistry
  • Published: Saturday, 06 August 2022
  • , Updated: 06 August 2022, 01:11 PM IST

ମୁମ୍ବାଇ: ମିସ୍‌ ୟୁନିର୍ଭସ ହରନାଜ ସାନ୍ଧୁ। ଗତ କିଛି ଦିନ ହେବ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ତାଙ୍କ ବଢ଼ୁଥିବା ଓଜନ ଏବେ ତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ୨୦୨୧ରେ ମିସ୍‌ ୟୁନିର୍ଭସ ବିଜୟୀ ହରନାଜଙ୍କ ଚଳିତ ବର୍ଷ ଆରମ୍ଭରେ କିଛି ଫଟୋ ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ଚକିତ ହୋଇପଡିଥିଲେ ତାଙ୍କ ଫ୍ୟାନ୍‌।

ସୋଶାଲ ମିଡିଆରେ ମିସ୍‌ ୟୁନିଭର୍ସକୁ ନେଇ ଚାରିଆଡୁ ଟ୍ରୋଲ କରାଯାଇଥିଲା। ତାଙ୍କୁ ନେଇ ଲୋକେ ଚାରଆଡୁ ବିଭିନ୍ନ ଚର୍ଚ୍ଚା କରିଥିଲେ। ଏବେ ଓଜନ ବଢ଼ିବା ପାଇଁ ତାଙ୍କୁ କ'ଣ ଶୁଣିବାକୁ ପଡିଥିଲା ଲୋକେ କ'ଣ କହିଥିଲେ ସେନେଇ ମୁହଁ ଖୋଲିଛନ୍ତି ମିସ୍‌ ୟୁନିଭର୍ସ।

ଚଳିତ ବର୍ଷ ଏପ୍ରିଲରେ ହର୍‌ନାଜ ଓଜନ ବୃଦ୍ଧି ପ୍ରସଙ୍ଗରେ ନୀରବତା ଭାଙ୍ଗି କହିଥିଲେ ଯେ ସେ 'ସିଲିଏକ୍' ରୋଗରେ ପୀଡିତ, ଯେଉଁଥିପାଇଁ ତାଙ୍କୁ ଗହମ ମଇଦା ଆଦି ଅନେକ ଜିନିଷ ଖାଇବାକୁ ବାରଣ କରାଯାଇଛି। ବର୍ତ୍ତମାନ ଲୋକମାନେ ତାଙ୍କ ଓଜନ ବିଷୟରେ ଆଲୋଚନା କରିବା ପରେ ସେ କିପରି ଅନୁଭବ କରିଥିଲେ ତାହା ଏକ ସାକ୍ଷାତକାରରେ କହିଛନ୍ତି।

ପିପୁଲ୍ସ ମାଗାଜିନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ମିସ୍‌ ୟୁନିଭର୍ସ କହିଛନ୍ତି, ମୋର ଶରୀର ଅଳ୍ପ ମାତ୍ରାରେ ବଢ଼ି ଯାଇଛି। କିଛି ପଏଣ୍ଟ ମୁ ମୋଟା ହୋଇ ଯାଇଛି, ଯାହାକୁ ନେଇ ମୁଁ ଏବେ ଅସହଜ ମନେ କରୁଛି। ଓଜନ ବଢ଼ିବାକୁ ନେଇ ଅନେକ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି। ତେବେ ମିସ୍‌ ୟୁନିଭର୍ସ ମୁକୁଟ ଜିତିବା ପରେ ହଠାତ ତାଙ୍କ ଓଜନ କିଭିଳି ବଢ଼ିଲା ସେ ନେଇ ପୂରା ଖୁଲାସା କରିଛନ୍ତି ହରନାଜ।

ତାଙ୍କ କହିବାକ ମୁତାବକ, 'ସେ ତାଙ୍କ ମିସ୍‌ ୟୁନିଭର୍ସ ଜିତିବା ସ୍ୱପ୍ନକୁ ନେଇ ଅଧିକ ସିରିଏସ ଥିଲେ। ଏହାସହିତ ସେ ନିଜ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅଧିକ ଧ୍ୟାନ ରଖୁଥିଲେ। ପୂରା ସମୟ ସେ ୱର୍କଆଉଟ୍‌ କରୁଥିଲେ। ଏତେ ଗୁଡିଏ ପରିଶ୍ରମ କରୁଥିଲେ କିନ୍ତୁ ଜିତିବା ପାଇଁ ଅନେକ କାର୍ଯ୍ୟକଳାପ କରୁଥିଲୁ ଏବଂ ଜିତିବା ପରେ ସଙ୍ଗେ ସଙ୍ଗେ ଆରାମ କରିବା ପାଇଁ ତାଙ୍କ ପାଖରେ ଏକ ମାସ ସମୟ ଥିଲା। ସେହି ସମୟରେ, ସେ କାମ କରିନଥିଲି, ସେ କେବଳ ଖାଉଥିଲେ, ସେ ତାଙ୍କ ପରିବାର ସହିତ ସେହି ସମୟକୁ ଉପଭୋଗ କରୁଥିଲେ। ତେବେ ତାଙ୍କ ଶରୀର ଉପରେ ଏହାର ପ୍ରଭାବ ଦୃଶ୍ୟମାନ ହେବ ବୋଲି ସେ କଦାପି ଅନୁଭବ କରି ନ ଥିଲେ ବୋଲି ହରନାଜ କହିଛନ୍ତି।'

ତାଙ୍କର ବଢ଼ି ଯାଇଥିବା ଓଜନକୁ ନେଇ ଫ୍ୟାନ୍‌ମାନେ ଯେଉଁଭଳି ତାଙ୍କୁ ଟ୍ରୋଲ କରିଥିଲେ ତାହା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଏହି ଟ୍ରୋଲ ପାଇଁ ସେ କାନ୍ଦି ମଧ୍ୟ ପକାଇଥିଲେ। କିନ୍ତୁ ପରେ ନିଜକୁ ସମ୍ଭାଳି ନେଇଥିଲେ ବୋଲି ସେ କହିଛନ୍ତି।

ଖୁବ୍ ଶୀଘ୍ର ହରନାଜ୍ ପଞ୍ଜାବୀ ଫିଲ୍ମ 'ବାଇ ଜୀ କୁଟାନେଜ୍'ରେ ନଜର ଆସିବେ, ଯାହା ତାଙ୍କ ଫିଲ୍ମ ଡେବ୍ୟୁ ମଧ୍ୟ ହେବ। ନିକଟରେ ଏହି ଚଳଚ୍ଚିତ୍ରର ନିର୍ମାତା ଏବଂ ତାଙ୍କ ସହ-ଷ୍ଟାର ଉପସାନା ସିଂହ ଫିଲ୍ମ ପ୍ରମୋସନ ଚୁକ୍ତିନାମାକୁ ଉଲ୍ଲଂଘନ କରିବା ଯୋଗୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

 

Related story