ନିକ୍‌ଙ୍କୁ ଭେଟିବା ପରେ ଏମିତି କହିଲେ ପ୍ରିୟଙ୍କାଙ୍କ ମାଆ

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ଚର୍ଚ୍ଚା ପଛରେ ରହିଛନ୍ତି ତାଙ୍କ ବୟଫ୍ରେଣ୍ଡ ନିକ୍‌ ଜୋନ୍‌ସ। ନିକ୍‌ ଜଣେ ଆମେରିକୀୟ ଗାୟକ। ପ୍ରିୟଙ୍କା ଏବଂ ନିକ୍‌ ପରସ୍ପରକୁ ଡେଟ୍‌ କରୁଥିବା ଶୁଣିବାକୁ ମିଳିଛି। ଗତ ଗୁରୁବାର ଦିନ ପ୍ରିୟଙ୍କା ନିକ୍‌ଙ୍କୁ ତାଙ୍କ ମାଆଙ୍କ ସହ ଦେଖା କରିବାକୁ ମୁମ୍ବାଇ ଆଣିଥିଲେ। ସେମାନେ ଏକ ଡିନର ଡେଟ୍‌ରେ ଯାଇଥିଲେ। ଆଉ ନିକ୍‌ଙ୍କ ସହ […]

Nick-Jonas-Priyanka-Chopra-relationship

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 07:06 PM IST

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ଚର୍ଚ୍ଚା ପଛରେ ରହିଛନ୍ତି ତାଙ୍କ ବୟଫ୍ରେଣ୍ଡ ନିକ୍‌ ଜୋନ୍‌ସ। ନିକ୍‌ ଜଣେ ଆମେରିକୀୟ ଗାୟକ। ପ୍ରିୟଙ୍କା ଏବଂ ନିକ୍‌ ପରସ୍ପରକୁ ଡେଟ୍‌ କରୁଥିବା ଶୁଣିବାକୁ ମିଳିଛି। ଗତ ଗୁରୁବାର ଦିନ ପ୍ରିୟଙ୍କା ନିକ୍‌ଙ୍କୁ ତାଙ୍କ ମାଆଙ୍କ ସହ ଦେଖା କରିବାକୁ ମୁମ୍ବାଇ ଆଣିଥିଲେ। ସେମାନେ ଏକ ଡିନର ଡେଟ୍‌ରେ ଯାଇଥିଲେ। ଆଉ ନିକ୍‌ଙ୍କ ସହ ସାକ୍ଷାତ ପରେ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “ଯେତେବେଳେ ଆମେ ନିକ୍‌ ଜୋନ୍‌ସଙ୍କ ସହ ଡିନର ଡେଟ୍‌ରେ ଗଲୁ ସେତେବେଳେ ସେଠାରେ ଆମ ସହ ଆଉ ୧୦ଜଣ ଲୋକ ଉପସ୍ଥିତ ଥିଲେ। ଆଉ ଏତେ ଲୋକଙ୍କ ଭିତରେ ମତେ ନିକ୍‌ଙ୍କୁ ଜାଣିବା ପାଇଁ ସମୟ ମିଳିଲା ନାହିଁ।”

ମଧୁ କହିଛନ୍ତି, “ନିକ୍‌ ଜୋନସ୍‌ଙ୍କ ସହ ମୋର ଥରେ ମାତ୍ର ଦେଖା ହୋଇଛି। ଆଉ ତାଙ୍କ ବିଷୟରେ ଏବେ କିଛି ବି କହିବା ଭୁଲ୍‌ ହେବ।”

ଶୁଣିବାକୁ ମିଳୁଛି ଯେ, ନିକ୍‌ ପ୍ରିୟଙ୍କାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ସେ ତାଙ୍କ ସମ୍ପର୍କକୁ ପାଦେ ଆଗକୁ ନେବାକୁ ଚାହୁଁଛନ୍ତି। ଅର୍ନ୍ତଜାତୀୟ ଗଣମାଧ୍ୟମରେ ନିକ୍‌ ପ୍ରିୟଙ୍କାଙ୍କୁ ତାଙ୍କର ଲିଭ୍‌-ଇନ୍‌ ପାର୍ଟନର ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

Related story