ରିଲିଜ ହେଲା ପୂଜା ବଜାରର ପ୍ରଥମ ସିନେମା ‘ହିରୋ ନଂ-୧’

ଭୁବନେଶ୍ୱର (ଓଡିଶା ରିପୋର୍ଟର): ରିଲିଜ ହେବାକୁ ଥିବା ତିନୋଟି ସିନେମା ଭିତରୁ ରବିବାରେ ରିଲିଜ ହୋଇଥିଲା ହିରୋନଂ୧ । ରବିବାର ଛୁଟି ସାଙ୍ଗକୁ ଆଉ ଦୁଇଟି ସିନେମାର ଯଥେଷ୍ଟ ଆଗରୁ ଏକୁଟିଆ ଚାଲିଆସିଥିବା ହିରୋନଂ୧ ପାଇଁ ପ୍ରିମିୟର ସୋରେ ଏତେ ଭିଡ ହୋଇଥିଲା ଯେ ଜୟଶ୍ରୀ ଟକିଜରେ ଗ୍ରିଲକୁ ମଧ୍ୟ ଦର୍ଶକେ ଭାଙ୍ଗିଦେଇଥିଲେ। ଅନେକ ଦର୍ଶକ ଟିକେଟ ନପାଇ ହତାସ ହୋଇ ରାଗରେ ହଲ ସମ୍ମୁଖରେ ନାରାବାଜି କରି ପାଟିତୁଣ୍ଡ କରିଥିଲେ । ବର୍ତ୍ତମାନ ସମୟରେ ବାବୁସାନଙ୍କ କ୍ରେଜ ସାଙ୍ଗକୁ ନୂଆ ନାୟିକା ଭୂମିକାଙ୍କ ସହ ତାଙ୍କ ଯୋଡିକୁ ଦେଖିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ପ୍ରଚୁର । ତାସହ ତରଙ୍ଗର ସବୁ ସିନେମା ଲଗାତାର ସଫଳ ହୋଇଚାଲିଥିବାରୁ ପ୍ରମିୟମ ସୋ ସ୍ୱାଭାବିକ ଭିଡଠାରୁ ଦୁଇ ତିନିଗୁଣ ଆଧିକ ଭିଡ ଦେଖା ଦେଇଥିଲା । ଭିଡ ସମ୍ଭାଳିବାକୁ ପୋଲିସକୁ ଆସି ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପଡିଥିଲା। ସିନେମା ଦେଖିସାରିବା ଦର୍ଶକଙ୍କ ମତରେ ସିନେମାରେ କେବଳ ବବୁସାନ ହିରୋ ନଂ୧ ନୁହଁନ୍ତି ସିନେମାରେ ଥିବା ପ୍ରତିଟି ଅଭିନେତା ହିରେନଂ୧ । ମିହିର ଦାସ , ଜୟପ୍ରକାଶ ଦାଶ , କୁନା ତ୍ରିପାଠୀ ,ପିଣ୍ଟୁ ନନ୍ଦ, ତ୍ରିଭୁବନ, ପ୍ରଦୁମ୍ନ ଲେଙ୍କ। , ଶକ୍ତି ବରାଳ , ପୁଷ୍ପା ପଣ୍ଡାଙ୍କ ସମେତ ସିନେମାରେ ଗୋଟିଏ ମାତ୍ର ସିନ୍ ପାଇଁ ଅଭିନୟ କରିଥିବା ଥିଏଟର କଳାକାର ମାନେ ଏତେ ସୁନ୍ଦର ଅଭିନୟ କରିଛନ୍ତି ଯେ ସମସ୍ତେ ଲାଗୁଛନ୍ତି ହିରୋଂ୧ । ସିନେମାର କାହାଣୀ ସମ୍ପୁର୍ଣ୍ଣ ଆଜିକା ଦିନର । ଶକ୍ତିରାଜ ଓ ଦେବୀଦତ୍ତଙ୍କ ସଂଳାପ ବେସ୍ ଶକ୍ତିଶାଳୀ ରହିଛି । ଅଭିଜିତଙ୍କ ସୁମଧୁର ସଂଗୀତ ସିନେମାର ଲୋକ ପ୍ରିୟତା ପାଇଁ ନିଶ୍ଚୟ ଦାୟୀ ରହିବ। ବାବୁସାନଙ୍କର ଚିରାଚରିତ କମେଡି ସାଙ୍ଗକୁ ଏଥର ଚମତ୍କା ର ଟ୍ରାଜେଡି କରିଛନ୍ତି । ମୋଟାମୋଟି ପୂଜା ଆରମ୍ଭରୁ ସିନେ ଦର୍ଶକଙ୍କୁ ଶାନ୍ତି ଦେଇ ପାରିଛି ହିରୋନଂ୧ ।

Ordigital Desk
• Published: Monday, 25 September 2017
• Updated: 25 September 2017, 10:21 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos