ଏଇ ରବିବାର ଆସୁଛନ୍ତି ‘ହିରୋ ନଂ-୧’

Ordigital Desk
  • Published: Friday, 22 September 2017
  • , Updated: 22 September 2017, 01:40 PM IST
<p>ମଝିରେ ଆଉ ମାତ୍ର ଦିନଟିଏ। ଆଜି ୨୨ ତାରିଖ ଶୁକ୍ରବାର, କାଲି ୨୩ ତାରିଖ ଶନିବାର, ପଅରଦିନ ଅର୍ଥାତ ୨୪ ତାରିଖ ରବିବାର ରିଲିଜ୍ ହେବାକୁ ଯାଉଛି &#039;ତରଙ୍ଗ ସିନେ ପ୍ରଡକ୍ସନ୍ସ&#039;ର ଲାଟେଷ୍ଟ ମୁଭି &#039;ହିରୋ ନଂ-୧&#039;। ଅର୍ଥାତ୍ ରବିବାର ଦିନ ଓଲିଉଡ୍କୁ ଆସିବେ ମାନ୍ୟବର &#039;ହିରୋ ନଂ-୧&#039;। ଏହା ଜଣାପଡ଼ିଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ମାର୍କେଟ୍କୁ ଛାଡ଼ିଥିବା ନୂଆ ଅଫିସିଆଲ୍ ଟ୍ରେଲରରୁ। ବାବୁଶାନ ଓ ଭୂମିକାଙ୍କ ଅଭିନୀତ ଏହି ଫିଲ୍ମଟିର ପୂର୍ବରୁ କିଛି ଟିଜର ଆସିଥିଲା। ଯେମିତିକି ଗୀତ ମେକିଂ ଓ ଡ୍ୟାନ୍ସ କୋରିଓଗ୍ରାଫି ଦର୍ଶକ ଦେଖିଥିଲେ। ଗୀତ ଗୁଡ଼ିକ ତ ସବୁ ବୋବାଲ୍ ହୋଇଛି। ପୂର୍ବରୁ କହିଥିଲୁ, &#039;ହିରୋ ନଂ-୧&#039;ର କାହାଣୀ ଜଣେ ସିମ୍ପଲ୍ ଗ୍ରାଜୁଏଟ୍ର, ଯିଏ ସ୍ୱପ୍ନ ଦେଖୁଛି ରାତାରାତି ବଡ଼ ହିରୋ ହୋଇଯିବାକୁ। ଫିଲ୍ମରେ ହିରୋର ନାଁ ହୋଇଛି ସଂଜୁ, ଯାହା ବାବୁଶାନଙ୍କ ସବୁ ଫିଲ୍ମର ସ୍କ୍ରିନ୍ ନେମ୍। ଏଥିରେ ହିରୋ ଜଣକ ସ୍ୱପ୍ନ ଦେଖୁଛି ବାହୁବଳୀ, ରୋବୋଟ୍ ଭଳି ଫିଲ୍ମରେ ହିରୋ ହୋଇ ରାତାରାତି ସୁପରଷ୍ଟାର ହୋଇଯିବ। ତେବେ ହାଲି ହାଲି ରିଲିଜ୍ ହୋଇଥିବା ଟିଜରରେ ଦେଖିବାକୁ ମିଳୁଛି ଭେଟେରାନ୍ ମିହିର ଦାସଙ୍କୁ ଓକିଲ ବେଶରେ। ବାବୁସାନ ମଧ୍ୟ ଓକିଲ ବେଶରେ ଏକ ସ୍କୁଟରରେ ତାଙ୍କୁ ବସେଇ କୁଆଡେ଼ ନେଇକି ଯାଉଛନ୍ତି। ତେବେ ଏ ସବୁ ବର୍ଣ୍ଣନା କରିବାର କିଛି କାରଣ ନାହିଁ। ଆପଣ ଏହି ନ୍ୟୁଜ୍ ସହ ଜଡ଼ିତ ଭିଡିଓରେ ଟ୍ରେଲର ଦେଖନ୍ତୁ ଓ ରବିବାର ଦିନ ପିଲ୍ମଟି ରିଲିଜ୍ ହେବାପରେ ଦେଖିବାକୁ ହଲ୍ ଗଲେ ଜାଣିପାରିବେ ଅସଲ କାହାଣୀ କଣ।</p>

Related story