ତାଇଓ୍ୱାନ୍‌ରେ ରିଲିଜ୍ ହେବ ବଲିଉଡ୍ ମୁଭି ‘ହିଚ୍‌କି’

ନୂଆଦିଲ୍ଲୀଓଡ଼ିଶା ରିପୋର୍ଟର): ଚୀନ୍, ହଂକଂ, ଋଷିଆ ଏବଂ କାଜାକିସ୍ତାନ ପରେ ଏବେ ତାଇଓ୍ୱାନ୍‌ରେ ରିଲିଜ୍ ହେବ ବଲିଉଡ୍ ମୁଭି ‘ହିଚ୍‌କି’। ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ହିଚ୍‌କି’ ନଭେମ୍ବର ୨ ତାରିଖରେ ତାଇଓ୍ୱାନ୍‌ରେ ରିଲିଜ୍ ହେବ। ଏଠି ମୁକ୍ତିଲାଭ କରୁଥିବା ଏହି ଫିଲ୍ମର ନାଁ ହେବ ‘ମାଇଁ ଟିଚର୍ ଓ୍ୱିଥ୍ ହିକପ୍ସ’। ପୂର୍ବରୁ ବିଶ୍ୱର ଅନେକ ଦେଶରେ ଏହି ଫିଲ୍ମ ଆଞ୍ଚଳିକ ଭାଷାରେ ରିଲିଜ୍ ହେବା ନେଇ ଖବର ‌ଆସିଥିଲା। ଫିଲ୍ମଟି […]

hichki-final

Chinmayee Roy
  • Published: Friday, 05 October 2018
  • , Updated: 05 October 2018, 03:45 PM IST

ନୂଆଦିଲ୍ଲୀଓଡ଼ିଶା ରିପୋର୍ଟର): ଚୀନ୍, ହଂକଂ, ଋଷିଆ ଏବଂ କାଜାକିସ୍ତାନ ପରେ ଏବେ ତାଇଓ୍ୱାନ୍‌ରେ ରିଲିଜ୍ ହେବ ବଲିଉଡ୍ ମୁଭି ‘ହିଚ୍‌କି’। ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ହିଚ୍‌କି’ ନଭେମ୍ବର ୨ ତାରିଖରେ ତାଇଓ୍ୱାନ୍‌ରେ ରିଲିଜ୍ ହେବ। ଏଠି ମୁକ୍ତିଲାଭ କରୁଥିବା ଏହି ଫିଲ୍ମର ନାଁ ହେବ ‘ମାଇଁ ଟିଚର୍ ଓ୍ୱିଥ୍ ହିକପ୍ସ’।

ପୂର୍ବରୁ ବିଶ୍ୱର ଅନେକ ଦେଶରେ ଏହି ଫିଲ୍ମ ଆଞ୍ଚଳିକ ଭାଷାରେ ରିଲିଜ୍ ହେବା ନେଇ ଖବର ‌ଆସିଥିଲା। ଫିଲ୍ମଟି ଚୀନରେ ଆସନ୍ତା ୧୨ ତାରିଖରେ ରିଲିଜ୍ ହେଉଥିବା ବେଳେ ନେଭେମ୍ବର ୮ରେ ହଂକଂରେ ରିଲିଜ୍ ହେବ। ଏଥିପାଇଁ ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଛି। ହଂକଂରେ ଫିଲ୍ମର ନାଁ ପରିବର୍ତ୍ତନ କରାଯାଇ ମାଇଁ ‘ଏକ୍ସଟ୍ରାଅଡିନାରୀ ଟିଚର୍’  ରଖାଯାଇଛି। ଭାରତ ସମେତ ବିଭିନ୍ନ ସ୍ଥାନରେ ‘ହିଚ୍‌କି’କୁ ଭଲ ରେସ୍ପନ୍ସ ମିଳିଥିଲା।

ରାଣୀ ମୁଖାର୍ଜୀଙ୍କ ଅଭିନୀତ ଇଣ୍ଡିଆନ୍ ଡ୍ରାମା ଫିଲ୍ମ ‘ହିଚ୍‌କି’ ଏଭଳି ଜଣେ ମହିଳା ଶିକ୍ଷୟତ୍ରୀ ନୈନା ମାଥୁରଙ୍କ କାହାଣୀ, ଯିଏ କି ‘ଟୁରେଟ୍ ସିଣ୍ଡ୍ରୋମ୍‌’ ରୋଗରେ ପିଡୀତ। ଯାହା ଦ୍ୱାରା ସେ ଶବ୍ଦକୁ ବାରମ୍ବାର ରିପିଟ୍ କରିବା ସହ ଥୋଡ଼ି ଆଉ ମୁଣ୍ଡକୁ ହଲାଉଛନ୍ତି। ତାଙ୍କର ଏପରି ସ୍ଥିତିର ସମସ୍ତେ ମଜା ଉଡ଼ାଉଛନ୍ତି। ହେଲେ ସେ ନିଜର ଦୁର୍ବଳତାକୁ କିଭଳି ଶକ୍ତିରେ ପରିଣତ କରୁଛନ୍ତି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ହଲିଉଡ୍ ଫିଲ୍ମ ‘ଫ୍ରଣ୍ଟ ଅଫ୍ ଦ କ୍ଲାସ’ରୁ ଉଦ୍ଧୃତ କରାଯାଇଛି।

Related story