ହିଲାରୀଙ୍କୁ ସମର୍ଥନ କରିବାକୁ ଯାଇ ବିଦ୍ୟା କଲେ ଭୁଲ ଟ୍ୱିଟ୍

ମୁମ୍ବାଇ: ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିବା ସହ ବଲିଉଡ କଳାକାର ଅନ୍ତର୍ଜାତୀୟ ରାଜନୀତିରେ ମଧ୍ୟ ଖୁବ୍ ଆଗ୍ରହ ପ୍ରକାଶ କରୁଥିବାର ନଜିର ରହିଛି। ଆମେରିକାର ନୂଆ ରାଷ୍ଟ୍ରପତିଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ ବଲିଉଡ କଳାକାରମାନେ ମଧ୍ୟ ଏ ସଂପର୍କରେ ନିଜ ମତ ରଖୁଛନ୍ତି। କିଛିଦିନ ତଳେ ସଲମାନ ହିଲାରୀଙ୍କୁ ସମର୍ଥନ କରି ଟ୍ୱିଟ କରିଥିଲେ। ଏବେ ବିଦ୍ୟା ବାଲାନ୍ ହିଲାରୀଙ୍କୁ ସମର୍ଥନ କରି ଟ୍ୱିଟ୍‌ କରିଛନ୍ତି। ତେବେ ସେ କରିଥିବା ଟ୍ୱିଟ୍‌ରେ […]

bidya-banal

Rakesh Mallick
  • Published: Tuesday, 08 November 2016
  • , Updated: 08 November 2016, 06:07 PM IST

ମୁମ୍ବାଇ: ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିବା ସହ ବଲିଉଡ କଳାକାର ଅନ୍ତର୍ଜାତୀୟ ରାଜନୀତିରେ ମଧ୍ୟ ଖୁବ୍ ଆଗ୍ରହ ପ୍ରକାଶ କରୁଥିବାର ନଜିର ରହିଛି। ଆମେରିକାର ନୂଆ ରାଷ୍ଟ୍ରପତିଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ ବଲିଉଡ କଳାକାରମାନେ ମଧ୍ୟ ଏ ସଂପର୍କରେ ନିଜ ମତ ରଖୁଛନ୍ତି। କିଛିଦିନ ତଳେ ସଲମାନ ହିଲାରୀଙ୍କୁ ସମର୍ଥନ କରି ଟ୍ୱିଟ କରିଥିଲେ। ଏବେ ବିଦ୍ୟା ବାଲାନ୍ ହିଲାରୀଙ୍କୁ ସମର୍ଥନ କରି ଟ୍ୱିଟ୍‌ କରିଛନ୍ତି। ତେବେ ସେ କରିଥିବା ଟ୍ୱିଟ୍‌ରେ ଭୁଲ ରହିଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଦ୍ୟା କରିଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି,“ହିଲାରୀଙ୍କୁ ହିଁ ସେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଛନ୍ତି।”

ସୂଚନାଯୋଗ୍ୟ ହିଲାରୀ ରାଷ୍ଟ୍ରପତି ଭାବେ ନିର୍ବାଚୀତ ହେଲେ ଇତିହାସ ସୃଷ୍ଟି କରିବେ। ସେ ବିଜୟ ହେଲେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବ। ହିଲାରୀଙ୍କୁ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ଦେଖିବାକୁ ଚାହେଁ ଲେଖିବାକୁ ଯାଇ ବିଦ୍ୟା ଏପରି ଭୁଲ କରିଛନ୍ତି।

Related story