କେବଳ ଫ୍ୟାନ୍‌ ନୁହେଁ, ଟେଲିଭିଜନ୍‌ ଜୁରିଙ୍କର ବି ମନ ଜିଣୁଛନ୍ତି ହିନା

ମୁମ୍ବାଇ: ନିକଟରେ ଅନୁଷ୍ଠିତ ହୋଇଯାଇଛି ‘ଇଣ୍ଡିଆନ୍ ଟେଲି ଆୱାର୍ଡ଼-୨୦୧୯’। ଏଥିରେ ଟେଲିଦୁନିଆର ଅନେକ କଳାକାର ସାମିଲ ହୋଇଥିଲେ। ଆୱାର୍ଡ୍ ନାଇଟ୍‌ରେ ଟେଲି କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ଥିଲା। ତେବେ ଏହି ଆୱାର୍ଡ଼ ନାଇଟ୍‌ରେ ଭିନ୍ ଭିନ୍ନ କାଟେଗୋରିରେ ଆୱର୍ଡ଼ ପ୍ରଦାନ କରାଯାଇଥିଲା। ତେବେ ଏଥର ବାଜି ମାରିଛନ୍ତି ହିନା ଖାନ୍। https://www.instagram.com/p/BvT2yM4jU7B/?utm_source=ig_web_copy_link ହିନା ‘ଇଣ୍ଡିଆନ୍ ଟେଲି ଆୱାର୍ଡ଼-୨୦୧୯’ରେ ବେଷ୍ଟ ନେଗେଟିଭ୍‌ ରୋଲ୍‌, ପିପୁଲ ଚଏସ୍‌ ଓ ବେଷ୍ଟ ନେଗେଟିଭ୍ ରୋଲ୍‌ ଜୁରି ଆୱାର୍ଡ଼ ଜିତିଛନ୍ତି। […]

hina-khan

Chinmayee Roy
  • Published: Monday, 25 March 2019
  • , Updated: 25 March 2019, 12:42 PM IST

ମୁମ୍ବାଇ: ନିକଟରେ ଅନୁଷ୍ଠିତ ହୋଇଯାଇଛି ‘ଇଣ୍ଡିଆନ୍ ଟେଲି ଆୱାର୍ଡ଼-୨୦୧୯’। ଏଥିରେ ଟେଲିଦୁନିଆର ଅନେକ କଳାକାର ସାମିଲ ହୋଇଥିଲେ। ଆୱାର୍ଡ୍ ନାଇଟ୍‌ରେ ଟେଲି କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ଥିଲା। ତେବେ ଏହି ଆୱାର୍ଡ଼ ନାଇଟ୍‌ରେ ଭିନ୍ ଭିନ୍ନ କାଟେଗୋରିରେ ଆୱର୍ଡ଼ ପ୍ରଦାନ କରାଯାଇଥିଲା। ତେବେ ଏଥର ବାଜି ମାରିଛନ୍ତି ହିନା ଖାନ୍।

https://www.instagram.com/p/BvT2yM4jU7B/?utm_source=ig_web_copy_link

ହିନା ‘ଇଣ୍ଡିଆନ୍ ଟେଲି ଆୱାର୍ଡ଼-୨୦୧୯’ରେ ବେଷ୍ଟ ନେଗେଟିଭ୍‌ ରୋଲ୍‌, ପିପୁଲ ଚଏସ୍‌ ଓ ବେଷ୍ଟ ନେଗେଟିଭ୍ ରୋଲ୍‌ ଜୁରି ଆୱାର୍ଡ଼ ଜିତିଛନ୍ତି। ‘କସୌଟି’ରେ ମାତ୍ର କିଛି ଦିନର ଅଭିନୟରେ ସେ କେବଳ ଫ୍ୟାନ୍‌ମାନଙ୍କର ନୁହେଁ ଜୁରି ମେମ୍ବରଙ୍କର ବି ହୃଦୟ ଜିତି ନେଇଛନ୍ତି। କେବଳ ଏତିକି ନୁହେଁ ଏହି ଆୱାର୍ଡ଼ ନାଇଟ୍‌ରେ ସବୁଠୁ ଷ୍ଟାଇଲିସ୍‌ ଓ ଗ୍ଲାମରସ୍‌ ହିନା ହିଁ ଦେଖାଯାଉଥିଲେ। ହିନାଙ୍କ ହଟ୍‌ ଗ୍ଲାମରସ୍‌ ଅନ୍ଦାଜ୍‌ ପୁଣିଥରେ ପ୍ରମାଣିତ କରିଦେଲା ଯେ ଫ୍ୟାଶନ୍‌ ମାମଲାରେ ସେ ସମସ୍ତଙ୍କୁ ମାତ୍‌ ଦେଇପାରିବେ।

https://youtu.be/Mu35JKiBl5w

ହିନାଙ୍କ ବ୍ୟତୀତ ‘କସୌଟି ଜିନ୍ଦେଗି କି’ର ଲିଡ୍‌ ଆକ୍ଟର ପାର୍ଥ ସମନ୍ଥାନ୍ ଓ ଏରିକା ଫର୍ଣ୍ଣାଣ୍ଡେଜ୍‌ ମଧ୍ୟ ବେଷ୍ଟ ଯୋଡ଼ି ଆୱର୍ଡ଼ ଜିତିଛନ୍ତି।

ରିୟାଲିଟି ଶୋ’ ‘ବିଗବସ୍‌-୧୧’ରେ ଭାଗ ନେବା ପରେ ହିନାଙ୍କୁ ଜବରଦସ୍ତ ପପୁଲାରିଟି ମିଳିଥିଲା। ଖୁବଶୀଘ୍ର ହିନା ଖାନ୍‌ ହିନ୍ଦି ଫିଲ୍ମରେ ମଧ୍ୟ ନଜର ଆସିବେ। ସେ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଲାଇଛନ୍ତି। ତାଙ୍କ ପାଖରେ ଏବେ ୩ଟି ଫିଲ୍ମର ଅଫର୍‌ ରହିଛି। ଏଥିସହିତ ତାଙ୍କ ହାତରେ ଏକ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ମଧ୍ୟ ରହିଛି। କେବଳ ଏତିକି ନୁହେଁ ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ରେଡ୍‌ କାର୍ପେଟ୍‌ ହିନା ଫରିଦା ଜଲାଲ୍‌ଙ୍କ ସହିତ ଚାଲିବେ।

Related story