ମୁମ୍ବାଇ:ରଙ୍ଗର ପର୍ବ ହୋଲି ଅବସରରେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନ୍ ତାଙ୍କର ପୁରୁଣା ଦିନର ସ୍ମୃତି ସେୟାର କରିଛନ୍ତି।
ସେ କହିଛନ୍ତି,“ ଥରେ ହୋଲିରେ ମୁଁ ଅଜଣାତରେ ଭାଙ୍ଗ ପିଇ ଦେଇଥିଲି। ପରେ ମୁଁ ଖାଲି ହସୁଥିଲି। ସେତେବେଳେ ମୋର ବୟସ ୧୬ ବର୍ଷର ଥିଲା।”
ସେ ଆହୁରି କହିଛନ୍ତି, ‘‘ରଙ୍ଗର ପର୍ବ ହୋଲିକୁ ମୁଁ ବହୁତ ଭଲ ପାଏ। ହୋଲିରେ ସାବଧାନ ସହ ରଙ୍ଗ ଖେଳିବା ଉଚିତ୍। ଏହା ଆମ ତ୍ୱଚା ଉପରେ ପ୍ରଭାବ ପକାଇଥାଏ। ରଙ୍ଗ ଖେଳିବା ପୂର୍ବରୁ ଚର୍ମ ଓ କେଶରେ ନଡ଼ିଆ ତେଲ ଲଗାନ୍ତୁ।”