ଗୃହିଣୀ ଦେଶର ସବୁଠାରୁ ବଡ଼ ସିଇଓ

ମୁମ୍ୱାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଆଗାମୀ ଫିଲ୍ମ ‘ଫନେ ଖାଁ’ ପ୍ରମୋଟ୍‌ କରିବାରେ ବ୍ୟସ୍ତ ଅଛନ୍ତି। ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୦’ ର ଏକ ଏପିସୋଡ୍‌ ରେ ଐଶ୍ୱର୍ଯ୍ୟା, ଅନୀଲ କପୁର ଓ ରାଜ କୁମାର ରାଓଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଇନ୍ଦିରା ଦାସ ନାମକ ଜଣେ ପ୍ରତିଯୋଗୀଙ୍କ ମାଆ ଐଶ୍ୱର୍ଯ୍ୟାଙ୍କୁ ଦେଶର ଗୃହିଣୀଙ୍କ ସମ୍ପର୍କରେ ତାଙ୍କର କ’ଣ ବିଚାର ରହିଛି, ପଚାରିଥିଲେ। ଐଶ୍ୱର୍ଯ୍ୟା କହିଥିଲେ,“ଗୃହିଣୀ ଦେଶର  ସବୁଠାରୁ  […]

ais

Ordigital Desk
  • Published: Saturday, 04 August 2018
  • , Updated: 04 August 2018, 02:08 PM IST

ମୁମ୍ୱାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଆଗାମୀ ଫିଲ୍ମ ‘ଫନେ ଖାଁ’ ପ୍ରମୋଟ୍‌ କରିବାରେ ବ୍ୟସ୍ତ ଅଛନ୍ତି।

ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୦’ ର ଏକ ଏପିସୋଡ୍‌ ରେ ଐଶ୍ୱର୍ଯ୍ୟା, ଅନୀଲ କପୁର ଓ ରାଜ କୁମାର ରାଓଙ୍କୁ ଦେଖିବାକୁ ମିଳିଥିଲା।

ଏହି ଅବସରରେ ଇନ୍ଦିରା ଦାସ ନାମକ ଜଣେ ପ୍ରତିଯୋଗୀଙ୍କ ମାଆ ଐଶ୍ୱର୍ଯ୍ୟାଙ୍କୁ ଦେଶର ଗୃହିଣୀଙ୍କ ସମ୍ପର୍କରେ ତାଙ୍କର କ’ଣ ବିଚାର ରହିଛି, ପଚାରିଥିଲେ।

ଐଶ୍ୱର୍ଯ୍ୟା କହିଥିଲେ,“ଗୃହିଣୀ ଦେଶର  ସବୁଠାରୁ  ବଡ଼ ସିଇଓ। ସେମାନଙ୍କୁ ଦେଶରେ ଅତ୍ୟଧିକ ସମ୍ମାନ ଓ ପ୍ରଶଂସା ଦେବା ଉଚିତ୍‌। ମୁଁ ସାରା ବିଶ୍ୱର ଗୃହିଣୀଙ୍କୁ  ପୂରା ସମ୍ମାନ ଓ ପ୍ରଶଂସା ଦେବା ସହ  ସେମାନଙ୍କୁ ନମସ୍କାର  କରୁଛି।”

ଏହି ଶୋ’ର ବିଚାରକ ଥିବା ବିଶାଳ ଦଦଲାନୀ କହିଛନ୍ତି,“ଦୁନିଆର ସବୁଠାରୁ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ଦେଶର ଜଣେ ସାଧାରଣ ଗୃହିଣୀଙ୍କ ପରି। ଅମିତାଭ ବଚ୍ଚନ ମୋତେ ଆଉ ମୋର ଟିମ୍‌କୁ ଖାଇବାକୁ ନିମନ୍ତ୍ରଣ କରିଥିଲେ। ଏହି ସମୟରେ ଐଶ୍ୱର୍ଯ୍ୟା ନିଜେ ରୋଷେଇ କରି ସମସ୍ତଙ୍କୁ ଖାଇବା ବାଢ଼ିଥିଲେ।”

Related story