“ହାଉସ୍‌ଫୁଲ୍-୩”ର ସୁଟିଂ ଶେଷ

ମୁମ୍ବାଇ: ଅକ୍ଷୟ କୁମାର ଓ ରିତେଶ ଦେଶମୁଖ୍‌ଙ୍କ ଅପ୍‌କମିଂ ଫିଲ୍ମ “ହାଉସ୍‌ଫୁଲ୍-୩”ର ସୁଟିଂ ଶେଷ ହୋଇ ଯାଇଛି। ରିତେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମଟି ଜୁନ୍ ୩ ତାରିଖରେ ରିଲିଜ୍ ହେବ। ଏଥିରେ ଅଭିଷେକ ବଚ୍ଚନ, ନର୍ଗିସ୍ ଫଖ୍‌ରୀ, ଲିସା ହେଡନ୍ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଅଛନ୍ତି। “ହାଉସ୍‌ଫୁଲ୍‌-୩”ର ନିର୍ଦ୍ଦେଶନା ଦେଇଛନ୍ତି “ଏଣ୍ଟରଟେନ୍‌ମେଣ୍ଟ୍‌” ଫେମ୍ ସାଜିଦ-ଫରହାଦ୍। ରିତେଶ ଓ ଅକ୍ଷୟ “ହାଉସ୍‌ଫୁଲ୍‌” ପ୍ରଥମ ଦୁଇଟି ଭାଗରେ ଅଭିନୟ କରିଥିଲେ। ଏହି ଦୁଇ ଭାଗର […]

housefull

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 11:03 AM IST

ମୁମ୍ବାଇ: ଅକ୍ଷୟ କୁମାର ଓ ରିତେଶ ଦେଶମୁଖ୍‌ଙ୍କ ଅପ୍‌କମିଂ ଫିଲ୍ମ “ହାଉସ୍‌ଫୁଲ୍-୩”ର ସୁଟିଂ ଶେଷ ହୋଇ ଯାଇଛି। ରିତେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଫିଲ୍ମଟି ଜୁନ୍ ୩ ତାରିଖରେ ରିଲିଜ୍ ହେବ। ଏଥିରେ ଅଭିଷେକ ବଚ୍ଚନ, ନର୍ଗିସ୍ ଫଖ୍‌ରୀ, ଲିସା ହେଡନ୍ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଅଛନ୍ତି।

“ହାଉସ୍‌ଫୁଲ୍‌-୩”ର ନିର୍ଦ୍ଦେଶନା ଦେଇଛନ୍ତି “ଏଣ୍ଟରଟେନ୍‌ମେଣ୍ଟ୍‌” ଫେମ୍ ସାଜିଦ-ଫରହାଦ୍।

ରିତେଶ ଓ ଅକ୍ଷୟ “ହାଉସ୍‌ଫୁଲ୍‌” ପ୍ରଥମ ଦୁଇଟି ଭାଗରେ ଅଭିନୟ କରିଥିଲେ। ଏହି ଦୁଇ ଭାଗର ନିର୍ଦ୍ଦେଶନା ଦେଇଥିଲେ ସାଜିଦ ଖାନ୍।

Related story