ଝିଲିକ୍‌ଙ୍କ ନାଁରେ ୫ଟି ଫେସ୍‌ବୁକ୍ ଆକାଉଣ୍ଟ, କୋଉଟା ତାଙ୍କର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିରୋ ହିରୋଇନ୍‌ଙ୍କ ସହ ବନ୍ଧୁତା କରିବାକୁ ସମସ୍ତଙ୍କ ଆଗ୍ରହ ଥାଏ। କିଏ ସେଲ୍‌ଫି ନେବାକୁ ଆଗ୍ରହୀ ତ କିଏ ସୋସିଆଲ୍ ମିଡିଆରେ ତାଙ୍କର ବନ୍ଧୁ ହେବାକୁ ଇଚ୍ଛୁକ। ସେଲିବ୍ରିଟି ବି ଚାହାଁନ୍ତି ତାଙ୍କୁ ନେଇ କ୍ରେଜ୍ ବଢୁ। ସେଥିପାଇଁ ସେମାନେ ମଧ୍ୟ ସୋସିଆଲ୍ ମିଡିଆରେ ତାଙ୍କ ଫ୍ୟାନ୍‌ଙ୍କ ସହ ଯୋଡ଼ି ହୋଇ ରହିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଏହି କ୍ରମରେ ଆଜି ଆସନ୍ତୁ ଦେଖିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛିବର୍ଷ ଧରି ବେଶ୍ […]

Jhilik FB Account

Ordigital Desk
  • Published: Thursday, 03 May 2018
  • , Updated: 03 May 2018, 10:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିରୋ ହିରୋଇନ୍‌ଙ୍କ ସହ ବନ୍ଧୁତା କରିବାକୁ ସମସ୍ତଙ୍କ ଆଗ୍ରହ ଥାଏ। କିଏ ସେଲ୍‌ଫି ନେବାକୁ ଆଗ୍ରହୀ ତ କିଏ ସୋସିଆଲ୍ ମିଡିଆରେ ତାଙ୍କର ବନ୍ଧୁ ହେବାକୁ ଇଚ୍ଛୁକ। ସେଲିବ୍ରିଟି ବି ଚାହାଁନ୍ତି ତାଙ୍କୁ ନେଇ କ୍ରେଜ୍ ବଢୁ। ସେଥିପାଇଁ ସେମାନେ ମଧ୍ୟ ସୋସିଆଲ୍ ମିଡିଆରେ ତାଙ୍କ ଫ୍ୟାନ୍‌ଙ୍କ ସହ ଯୋଡ଼ି ହୋଇ ରହିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଏହି କ୍ରମରେ ଆଜି ଆସନ୍ତୁ ଦେଖିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛିବର୍ଷ ଧରି ବେଶ୍ ନାଁ କମେଇଥିବା ବଙ୍ଗଳା ହିରୋଇନ୍ ଝିଲିକ୍‌ଙ୍କ ସୋସିଆଲ୍ ମିଡିଆ ଲିଙ୍କ୍।

କୋଲକାତାରେ ଜନ୍ମିତ ଝିଲିକ୍‌ ଭଟ୍ଟାଚାର୍ଯ୍ୟ (ବନ୍ଦୋପାଧ୍ୟାୟ) ମୂଳତଃ ଜଣେ ବଙ୍ଗଳା ଅଭିନେତ୍ରୀ ହେଲେ ମଧ୍ୟ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶୀ ନାଁ କରିଛନ୍ତି। ‘ଟାର୍ଗେଟ୍’ ନାମକ ଫିଲ୍ମରୁ ସେ ଓଲିଉଡ୍‌ରେ ତାଙ୍କର ଅଭିନୟ ଅଭିଯାନ ଆରମ୍ଭ କରିଥିଲେ। ଯେହେତୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସେ ଭଲ କାମ ପାଉଛନ୍ତି ସେ ତାଙ୍କ ଓଡ଼ିଆ ଫ୍ୟାନ୍‌ଙ୍କ ସହ ଯୋଡ଼ିହୋଇ ରହିବାକୁ ବିଶେଷକରି ଫେସ୍‌ବୁସ୍ ଉପରେ ବେଶୀ ନିର୍ଭର କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ନାଁରେ ଫେସ୍‌ବୁକ୍‌ରେ ଅଛି ଗୋଟିଏ ପେଜ୍ ଏବଂ ୪ଟି ଆକାଉଣ୍ଟ।

ତେବେ ଯାହା ଜଣାପଡୁଛି କେବଳ ଝିଲିକ୍‌ଙ୍କ ପେଜ୍‌ଟି ହିଁ ସେ ଚଳାଉଛନ୍ତି। ଅନ୍ୟ ପେଜ୍‌ ଗୁଡ଼ିକ ତାଙ୍କ ଫ୍ୟାନ୍‌ମାନେ ଖୋଲିଛନ୍ତି। କାରଣ ପେଜ୍‌ରେ ତାଙ୍କର ବହୁତ ଅପ୍‌ଡେଟ୍ ଫଟୋ ଅଛି। କିନ୍ତୁ ପେଜ୍‌ ଗୁଡ଼ିକରେ ବିଶେଷକିଛି ତଥ୍ୟ ନାହିଁ। ବରଂ ଗୁଡ଼ାଏ ଆଜେବାଜେ ପୋଷ୍ଟ ଟ୍ୟାଗ୍‌ କରାଯାଇଛି। ଏଥିରୁ ଜଣାପଡୁଛି ସେଗୁଡ଼ିକ ଝିଲିକ୍‌ ପରିଚାଳନା କରୁନାହାଁନ୍ତି।

Related story