ସାଉଥ୍‌ ସୁପରଷ୍ଟାରଙ୍କ ସହ କାମ କରି ନିଜକୁ ଧନ୍ୟ ମନେ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ୱାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ମୋଷ୍ଟଅୱେଟେଡ୍ ଫିଲ୍ମ ‘କାଲା’ର ଟିଜର ରିଲିଜ୍‌ ହୋଇଯାଇଛି। ଏହି ସିନେମାରେ ରଜନୀକାନ୍ତ ଏକ ଗ୍ୟାଙ୍ଗ୍‌ଷ୍ଟର ଭୂମିକାରେ ନଜର ଆସିବେ। ତାଙ୍କ ସହ ନାନା ପାଟେକର ଏବଂ  ହୁମା କୁରେସି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମକାରେ ନଜର ଆସିବେ। ହୁମା କୁରେସି ସୁପରଷ୍ଟାର ରଜନୀକାନ୍ତଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ  ନିଜକୁ ଲକି ବୋଲି ମନେକରନ୍ତି। ନିକଟରେ ହୁମା ଗଣମାଧ୍ୟମଙ୍କୁ କହିଛନ୍ତି -‘ମୁଁ ପ୍ରଥମ ଥର ଲାଗି ରଜନୀ ସାର ଓ ନାନା […]

aa-Cover-732aioo4cm4ga7vcupaq1plpd7-20171230141041.Medi

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 11:21 AM IST

ମୁମ୍ୱାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ମୋଷ୍ଟଅୱେଟେଡ୍ ଫିଲ୍ମ ‘କାଲା’ର ଟିଜର ରିଲିଜ୍‌ ହୋଇଯାଇଛି। ଏହି ସିନେମାରେ ରଜନୀକାନ୍ତ ଏକ ଗ୍ୟାଙ୍ଗ୍‌ଷ୍ଟର ଭୂମିକାରେ ନଜର ଆସିବେ। ତାଙ୍କ ସହ ନାନା ପାଟେକର ଏବଂ  ହୁମା କୁରେସି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମକାରେ ନଜର ଆସିବେ।

ହୁମା କୁରେସି ସୁପରଷ୍ଟାର ରଜନୀକାନ୍ତଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ  ନିଜକୁ ଲକି ବୋଲି ମନେକରନ୍ତି। ନିକଟରେ ହୁମା ଗଣମାଧ୍ୟମଙ୍କୁ କହିଛନ୍ତି -‘ମୁଁ ପ୍ରଥମ ଥର ଲାଗି ରଜନୀ ସାର ଓ ନାନା ସାର୍‌ଙ୍କ ସହ କାମ କରିଛି। ଦୁହେଁ ବହୁତ ବଡ କଳାକାର। ସୁପରଷ୍ଟାର ରଜନୀଙ୍କ ସହ କାମ କରିବା ମୋ ପାଇଁ ଖୁସିର ବିଷୟ।

 ଟ୍ରେଲରରୁ ମିଳୁଥିବା ପ୍ରତିକ୍ରିୟାକୁ ନେଇ ହୁମା କହିଛନ୍ତି ଫିଲ୍ମକୁ ନେଇ ଦର୍ଶକଙ୍କଠାରୁ ମିଳୁଥିବା ଭଲ ପାଇବା ପାଇଁ ନିଜକୁ ଭାଗ୍ୟବାନ ମନେକରୁଛି। ପୂର୍ବରୁ ଐଶର୍ଯ୍ୟା ରାୟ ବଚ୍ଚନ, ସୋନାକ୍ଷୀ ସିହ୍ନା, ରାଧିକା ଆପ୍ଟେ ରଜନୀଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି।

Related story