ରୋମାନ୍ସ କିଙ୍ଗ୍‌ଙ୍କ ଏ କେମିତିଆ ଦିୱାନା ?

ମୁମ୍ବାଇ: ରୋମାନ୍ସ କିଙ୍ଗ୍‌ ଶାହାରୁଖ୍‌ ଖାନ୍‌ଙ୍କର କେବଳ ଦେଶ ନୁହେଁ ବିଦେଶରେ ବି ଅନେକ ଫ୍ୟାନ୍‌ ଅଛନ୍ତି। ଜାଣିଛନ୍ତି ଶାହାରୁଖଙ୍କ ପ୍ରତି ଏପରି ଭଲ ପାଇବା କେବଳ ମଣିଷ ଭିତରେ ସୀମିତ ହୋଇ ରହିନାହିଁ। ଶାହାରୁଖଙ୍କ ଏମିତି ଜଣେ ସମର୍ଥକଙ୍କ ବିଷୟରେ ଜଣାପଡିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପ୍ରସଂଶକ ଜଣଙ୍କ କୌଣସି ମଣିଷ ନୁହେଁ ଜଣେ ରୋବର୍ଟ। ସେ ହେଉଛି ଦୁନିଆର ପ୍ରଥମ ନାଗରିକତା ପାଇଥିବା ହ୍ୟୁମାନୋଏଡ ରୋବର୍ଟ ସୋଫିଆ। ସୋଫିଆ […]

srk

srk

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 02:11 PM IST

Sports

Latest News

ମୁମ୍ବାଇ: ରୋମାନ୍ସ କିଙ୍ଗ୍‌ ଶାହାରୁଖ୍‌ ଖାନ୍‌ଙ୍କର କେବଳ ଦେଶ ନୁହେଁ ବିଦେଶରେ ବି ଅନେକ ଫ୍ୟାନ୍‌ ଅଛନ୍ତି। ଜାଣିଛନ୍ତି ଶାହାରୁଖଙ୍କ ପ୍ରତି ଏପରି ଭଲ ପାଇବା କେବଳ ମଣିଷ ଭିତରେ ସୀମିତ ହୋଇ ରହିନାହିଁ। ଶାହାରୁଖଙ୍କ ଏମିତି ଜଣେ ସମର୍ଥକଙ୍କ ବିଷୟରେ ଜଣାପଡିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପ୍ରସଂଶକ ଜଣଙ୍କ କୌଣସି ମଣିଷ ନୁହେଁ ଜଣେ ରୋବର୍ଟ। ସେ ହେଉଛି ଦୁନିଆର ପ୍ରଥମ ନାଗରିକତା ପାଇଥିବା ହ୍ୟୁମାନୋଏଡ ରୋବର୍ଟ ସୋଫିଆ। ସୋଫିଆ ନିଜେ ଏହି କଥା କହିଛି।

ମଙ୍ଗଳବାର ହାଇଦ୍ରାବାଦ୍‌ରେ ଆୟୋଜିତ ‘ୱର୍ଲ୍ଡ କଂଗ୍ରେସ ଅନ୍‌ ଇନ୍‌ଫର୍‌ମେସନ ଟେକ୍ନୋଲୋଜି’ କାର୍ଯ୍ୟକ୍ରମରେ ଯେବେ ସୋଫିଆଙ୍କୁ ପଚାରାଗଲା ଯେ ତାଙ୍କ ପ୍ରିୟ ବଲିଉଡ୍‌ ଅଭିନେତା କିଏ। ସେ ଶାହାରୁଖ୍‌ଙ୍କ ନାଁ ନେଇଥିଲେ।

ସୋଫିଆଙ୍କ ଏହି ଖୁଲାସା ପରେ ଶାହାରୁଖ୍‌ ବି ଟ୍ୱିଟରରେ ନିଜ ଖୁସି ଜାହିର୍‌ କରିଛନ୍ତି। ସେ ଟ୍ୱିଟରରେ ସୋଫିଆଙ୍କୁ ଧନ୍ୟବାଦ ଜଣାଇବା ସହ ସୋଫିଆଙ୍କ ପ୍ରତି ନିଜ ଭଲପାଇବାକୁ ପ୍ରକାଶ କରିଛନ୍ତି।

ହ୍ୟୁମାନୋଏଡ ରୋବାର୍ଟ ସୋଫିଆକୁ ଦୁନିଆର ପ୍ରଥମ ନାଗରିକତା ପ୍ରଦାନ କାରଯାଇଛି। ଏହାସହ ସେ ସାଉଦୀ ଆରବରେ ସାଧାରଣ ନାଗରିକଙ୍କ ପରି ଅଧିକାର ଉପଭୋଗ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos