‘ମୁଁ ଜାଣେ, କେବଳ ତୁମେ ହିଁ ତାକୁ ବଞ୍ଚାଇ ପାରିଥା’ନ୍ତ’

ମୁମ୍ବାଇ: ‘ମୁଁ ଜାଣେ କେବଳ ତୁମେ ହିଁ ତାକୁ ବଞ୍ଚାଇ ପାରିଥା’ନ୍ତ। ସେ ତୁମକୁ ସେଠାକୁ ଯିବାକୁ ଅନୁମତି ଦେଇଥିଲେ ତୁମେ ତା ଜୀବନ ବଞ୍ଚାଇ ପାରିଥା’ନ୍ତ। ତୁମେ ତା’ର ଗର୍ଲଫ୍ରେଣ୍ଡ, ପତ୍ନୀ, ମା’ ଓ ତା’ର ସବୁଠୁ ଭଲ ସାଙ୍ଗ ଥିଲ…।’ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଉଦ୍ଦେଶ୍ୟରେ ସୋଶାଲ୍ ମିଡିଆରେ ପୋଷ୍ଟ କରିଥିବା ଏକ ଚିଠିରେ ଏହି କଥା ଉଲ୍ଲେଖ […]

ankita

Jitendra Garnayak
  • Published: Saturday, 20 June 2020
  • , Updated: 20 June 2020, 10:11 AM IST

ମୁମ୍ବାଇ: ‘ମୁଁ ଜାଣେ କେବଳ ତୁମେ ହିଁ ତାକୁ ବଞ୍ଚାଇ ପାରିଥା’ନ୍ତ। ସେ ତୁମକୁ ସେଠାକୁ ଯିବାକୁ ଅନୁମତି ଦେଇଥିଲେ ତୁମେ ତା ଜୀବନ ବଞ୍ଚାଇ ପାରିଥା’ନ୍ତ। ତୁମେ ତା’ର ଗର୍ଲଫ୍ରେଣ୍ଡ, ପତ୍ନୀ, ମା’ ଓ ତା’ର ସବୁଠୁ ଭଲ ସାଙ୍ଗ ଥିଲ...।’

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଉଦ୍ଦେଶ୍ୟରେ ସୋଶାଲ୍ ମିଡିଆରେ ପୋଷ୍ଟ କରିଥିବା ଏକ ଚିଠିରେ ଏହି କଥା ଉଲ୍ଲେଖ କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂହ। ଏଥିରେ ସେ ସୁଶାନ୍ତ ଓ ଅଙ୍କିତାଙ୍କ ସହିତ ବିତାଇଥିବା ଅନେକ ଖୁସି ମୁହୂର୍ତ୍ତକୁ ମନେ ପକାଇବା ସହିତ ସେହି ସବୁ ସମୟ ପୁଣି ଫେରି ପାଇବାକୁ ଚାହୁଁନ୍ତି ବୋଲି ଲେଖିଛନ୍ତି।

ସନ୍ଦୀପ ଲେଖିଛନ୍ତି, ପ୍ରତିଦିନ ମୋ ହୃଦୟକୁ ସେହି ଗୋଟିଏ କଥା ବାରମ୍ବାର ଆଘାତ କରୁଛି। ଯଦି ଆମେ ଆହୁରି ଅଧିକ ପ୍ରୟାସ କରିଥା’ନ୍ତେ, ହୁଏତ ତାକୁ ଅଟକାଇ ପାରିଥା’ନ୍ତେ ଓ ସେ ଆମ ପାଖରେ ଥାଆନ୍ତା। ତୁମେ ଦୁହେଁ ଅଲଗା ହେବା ପରେ ବି କେବଳ ତା’ର ଖୁସି ଓ ସଫଳତା ପାଇଁ ତୁମେ ପ୍ରାର୍ଥନା କରୁଥିଲ। ତୁମ ଭଲ ପାଇବା ବିଶୁଦ୍ଧ ଥିଲା। ଏହା ସ୍ୱତନ୍ତ୍ର ଥିଲା। ତୁମେ ଏବେ ବି ତୁମ ଘରର ନେମ୍‌ପ୍ଲେଟ୍‌ରୁ ତା’ ନାଁ ହଟାଇ ନାହଁ।

ସେ ଆହୁରି ଲେଖିଛନ୍ତି, ମୁଁ ଏବେ ବି ସେହି ସବୁ ଦିନଗୁଡ଼ିକୁ ମନେ ପକାଏ, ଯେତେବେଳେ ଆମେ ତିନି ଜଣ ଯାକ ଲଖଣ୍ଡୱାଲାରେ ଏକ ପରିବାର ଭଳି ରହୁଥିଲେ। ଆମେ ମିଶି କଟାଇଥିବା ସମୟ ଗୁଡ଼ିକ ମନେ ପଡ଼ିଗଲେ ମୋ ଆଖିରୁ ଏବେ ବି ଲୁହ ଝରିଆସେ। ଆମେ ଏକାଠି ରୋଷେଇ କରନ୍ତି, ଏକାଠି ଖାଆନ୍ତି। ମନେ ପଡ଼େ ଆମର ମଟନ-ଭାତ। ମନେ ପଡ଼େ ଉତ୍ତନ, ଲୋନାୱଲା ଓ ଗୋଆକୁ ଲଙ୍ଗ୍ ଡ୍ରାଇଭର କଥା। ମନେ ପଡ଼େ ହୋଲି ପାଳନର କଥା। ମନେ ପଡ଼େ ତୁମର ସେହି ସବୁ କାମ ଯାହା ତୁମେ କେବଳ ସୁଶାନ୍ତର ମୁହଁରେ ହସ ଫୁଟାଇବା ପାଇଁ କରୁଥିଲ। ଏବେ ବି ମୁଁ ବିଶ୍ୱାସ କରେ ଯେ ତୁମେ ଦୁହେଁ କେବଳ ପରସ୍ପର ପାଇଁ ଜନ୍ମ ହୋଇଥିଲ।

ସେ ଲେଖିଛନ୍ତି, ଏହି ସବୁ ଭାବନା, ଏହିସବୁ ସ୍ମୃତି ମୋ ହୃଦୟକୁ ଆଘାତ ଦେଉଛି। ମୁଁ କେମିତି ସେଗୁଡ଼ିକୁ ପୁଣି ଫେରି ପାଇବି? ମୁଁ ସେସବୁ ଫେରି ପାଇବାକୁ ଚାହେଁ। ମୁଁ ଚାହେଁ ପୁଣି ଆମେ ତିନିହେଁ ଫେରିବା। ମାଲପୁଆ କଥା ମନେ ପଡ଼ୁଛି? ସେ କେମିତି ଗୋଟେ ଛୋଟ ଛୁଆ ପରେ ମୋ ମା’ଙ୍କ ହାତ ରନ୍ଧା ମାଂସ ତରକାରି ମାଗେ, ସେ କଥା ମନେ ପଡ଼ୁଛି?

 

View this post on Instagram

 

Dear Ankita, with each passing day, one thought keeps haunting me over and over again. Kaash... I wish... We could have tried even harder, we could've stopped him, we could've begged him! Even when you both seperated, you only prayed for his happiness and success... Your love was pure. It was special. You still haven't removed his name from the nameplate of your house❤️ I miss those days, when the three of us stayed together in lokhandwala as a family, we shared so many moments which bring tears to my heart today...cooking together, eating together, ac ka paani girna, our special Mutton bhaat, our long drives to uttan, lonavala or Goa! Our crazy holi! Those laughs we shared, those sensitive low phases of life when we were there for each other, you more than anyone. The things you did to bring a smile on Sushant's face. Even today, I believe that only you two were made for each other. You both are true love. These thoughts, these memories are hurting my heart...how do I get them back! I want them back! I want 'us three' back! Remember the Malpua!? And how he asked for my mother's Mutton curry like a little kid! I know that only you could've saved him. I wish you both got married as we dreamt. You could've saved him if he just let you be there...You were his girlfriend, his wife, his mother, his best friend forever. I love you Ankita. I hope I never lose a friend like you. I won't be able to take it.

A post shared by Sandip Ssingh (@officialsandipssingh) on

ସୂଚନାଯୋଗ୍ୟ, ବିହାରର ସନ୍ଦୀପ ସିଂହ ହେଉଛନ୍ତି ‘ଆଲିଗଡ଼’, ‘ସରବଜିତ୍’, ‘ଭୂମି’ ଓ ‘ପିଏ ନରେନ୍ଦ୍ର ମୋଦି’ ଭଳି ଫିଲ୍ମର ପ୍ରଯୋଜକ। ସେହିଭଳି ‘ରାୱଡ଼ି ରାଥୋଡ’, ‘ମ୍ୟାରୀ କମ୍‌’ ଓ ‘ଗବ୍ବର ଇଜ୍ ବ୍ୟାକ୍‌’ ଭଳି ଫିଲ୍ମର ସହ-ପ୍ରଯୋଜକ। ସେହିଭଳି ଟେଲିଭିଜନରେ ୨୦୦୮ରେ ପ୍ରସାରିତ ହୋଇଥିବା ରିଆଲିଟି ଶୋ’ ‘ଡ୍ୟାନ୍ସିଂ କୁଇନ୍‌’ର ସେ ଥିଲେ ପ୍ରଡ୍ୟୁସର। ଧାରାବାହିକ ‘ସରସ୍ୱତୀଚନ୍ଦ୍ର’ର ସେ ସହ-ପ୍ରଯୋଜକ ଥିଲେ।

 

View this post on Instagram

 

Today when I entered your house bhai there was no hug, no masti and laughter.... 10 yrs of brotherhood with you and you left me shocked, broken and speechless...all our memories all those love filled moments we spent as a family will now forever haunt me. You promised me that you will be the first actor in my directorial debut, you said we are both Bihari and hence we have to rule this industry together. You broke all your promises today...You betrayed me my brother...you have left me alone @sushantsinghrajput

A post shared by Sandip Ssingh (@officialsandipssingh) on

Related story