‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’
ମୁମ୍ୱାଇ: ବଲିଉଡରେ ନେପୋଟିଜିମକୁ ନେଇ ବିବାଦ ଚାଲିଥିବା ବେଳେ ଜଣେ ଆଗ ଧାଡ଼ିର ଅଭିନେତା ମନୋଜ ବାଜପେୟୀ ନିଜ କ୍ୟାରିଅରର ସଂଘର୍ଷ କଥା ଶେଆର କରିଛନ୍ତି। ସ୍ଥିତି ଏପରି ଥିଲା ଯେ, ତାଙ୍କ ପାଖରେ ଘର ଭଡା ଦେବା ପାଇଁ ଟଙ୍କା ନ ଥିଲା ବୋଲି କହିଛନ୍ତି। କ୍ୟାରିଅର ଆରମ୍ଭରୁ ଏପରି ଦୁର୍ଦ୍ଦିନ ଦେଖି ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। କିନ୍ତୁ ସାଙ୍ଗମାନେ ଏପରି କଷ୍ଟଦାୟକ ସ୍ଥିତିରୁ ବାହାରିବା ନିମନ୍ତେ ତାଙ୍କୁ ସହଯୋଗ କରିଥିଲେ ବୋଲି ସେ […]
ମୁମ୍ୱାଇ: ବଲିଉଡରେ ନେପୋଟିଜିମକୁ ନେଇ ବିବାଦ ଚାଲିଥିବା ବେଳେ ଜଣେ ଆଗ ଧାଡ଼ିର ଅଭିନେତା ମନୋଜ ବାଜପେୟୀ ନିଜ କ୍ୟାରିଅରର ସଂଘର୍ଷ କଥା ଶେଆର କରିଛନ୍ତି। ସ୍ଥିତି ଏପରି ଥିଲା ଯେ, ତାଙ୍କ ପାଖରେ ଘର ଭଡା ଦେବା ପାଇଁ ଟଙ୍କା ନ ଥିଲା ବୋଲି କହିଛନ୍ତି। କ୍ୟାରିଅର ଆରମ୍ଭରୁ ଏପରି ଦୁର୍ଦ୍ଦିନ ଦେଖି ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। କିନ୍ତୁ ସାଙ୍ଗମାନେ ଏପରି କଷ୍ଟଦାୟକ ସ୍ଥିତିରୁ ବାହାରିବା ନିମନ୍ତେ ତାଙ୍କୁ ସହଯୋଗ କରିଥିଲେ ବୋଲି ସେ କହିଛନ୍ତି।
ନିଜ ସଂଘର୍ଷ ଦିନର କାହାଣି ବଖାଣି ମନୋଜ କହିଛନ୍ତି, ଅଭିନୟ ହେଉଛି ତାଙ୍କର ଭବିଷ୍ୟତ, ୯ ବର୍ଷ ବୟସରେ ସେ ଏହା ଜାଣିବାକୁ ପାଇଥିଲେ। ତାଙ୍କ ବାପା ଜଣେ ଚାଷୀ। ତାଙ୍କର ୫ ଭାଇ ଭଉଣୀଙ୍କ ସହ ବିହାରର ଏକ ଗାଁରେ ସେ ବଢ଼ିଥିଲେ । ଗାଁ ସ୍କୁଲରେ ପାଠ ପଢ଼ିଥିଲେ। ସହରକୁ ଆସିବା ବେଳେ ସିନେମା ହଲକୁ ଯିବା ପାଇଁ ଇଚ୍ଛା ରଖୁଥିବା ବେଳେ ଅମିତାଭ ବଚ୍ଚନଙ୍କର ସେ ଜଣେ ବଡ଼ ଫ୍ୟାନ୍ ଥିଲେ। ଏପରିକି ତାଙ୍କ ପରି ହେବାକୁ ସ୍ୱପ୍ନ ଦେଖୁଥିଲେ। ହେଲେ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ପାଠ ପଢ଼ିବାର ଇଚ୍ଛାକୁ ମାରି ଦେଇଥିଲେ।
ଏହାପରେ ସେ ଦିଲ୍ଲୀ ଆସି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଥିଏଟର କୋର୍ସରେ ଆଡମିଶନ କରିଥିଲେ। କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସେ ତିନି ଥର ରିଜେକ୍ଟ ହେବା ପରେ ଆତ୍ମହତ୍ୟା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସେହି ରାତିରେ ପାଖରେ ଥିବା ସାଙ୍ଗମାନେ ତାଙ୍କୁ ଏକୁଟିଆ ଛାଡି ନ ଥିବାରୁ ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା। ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ ନକରିବା ଯାଏ କଠିନ ପରିଶ୍ରମ କରିବେ ବୋଲି ପଣ କରିଥିଲେ।
ସେହିବର୍ଷ ମନୋଜ ଏକ ଚା’ ଦୋକାନରେ ଥିବା ବେଳେ ତିମାଂଶୁ ଏକ ସ୍କୁଟରରେ ଆସୁଥିଲେ। ଶେଖର କାପୁର ତୁମକୁ 'ବ୍ୟାଣ୍ଡିଟ୍ କୁଇନ'ରେ ନେବାକୁ ଚାହୁଁଛନ୍ତି ବୋଲି ଦିନେ ସେ କହିବାରୁ ମୁମ୍ବାଇ ଯିବାକୁ ପ୍ରସ୍ତୁତ ଥିବା କହିଥିଲେ ମନୋଜ। ମୁମ୍ବାଇକୁ ଆସିବା ପରେ ମନୋଜ ପାଞ୍ଚ ଜଣଙ୍କ ସହ ଗୋଟିଏ ଚାଳ ଘରେ ରହି କାମ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ କୌଣସି କାମ ମିଳୁନଥିଲା।
ନିଜ ଦୁର୍ଦ୍ଦିନ ସମ୍ପର୍କରେ ବଖାଣି ସେ ଆହୁରି କହିଛନ୍ତି, ଥରେ ଏକ ବିଜ୍ଞାପନ ଏଜେନ୍ସି ମୋର ଫଟୋ ଚିରି ଦେଇଥିଲା ଏବଂ ଗୋଟିଏ ଦିନରେ ତିନୋଟି ପ୍ରଜେକ୍ଟ ଛଡ଼ାଇ ନିଆଯାଇଥିଲା। ପ୍ରଥମ ସଟ୍ ପରେ ବାହାର କରିଦିଆଯାଇଥିଲା। ହିରୋଙ୍କ ଭଳି ମୁହଁ ନାହିଁ, ବଡ଼ ପରଦାରେ ଆସିବା ପାଇଁ ଯୋଗ୍ୟ ନୁହଁ ବୋଲି କୁହାଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଭଡା ଦେବାକୁ ମଧ୍ୟ ଟଙ୍କା ନଥିଲା କି ଖାଇବାକୁ ପଇସା ନଥିଲା। ହେଲେ ସଫଳତାର ଭୋକ ଅଧିକ ଥିବାରୁ ସେସବୁକୁ ଖାତିର କରିନଥିଲି ବୋଲି କହିଛନ୍ତି ମନୋଜ।
ମୁମ୍ୱାଇରେ ଏମିତି ୪ ବର୍ଷ ଧରି ସଂଘର୍ଷ କରିଥିଲେ ମନୋଜ। ଏହାପରେ ମହେଶ ଭଟ୍ଟଙ୍କ ସିରିଏଲ ‘ସ୍ୱାଭିମାନ’ରେ ରୋଲ୍ କରିବାକୁ ସୁଯୋଗ ମିଳିଥିଲା। ଏହି ସିରିଏଲ ସେତେବେଳେ ଦୂରଦର୍ଶନରେ ପ୍ରଦର୍ଶୀତ ଦେଉଥିଲା। ଗୋଟିଏ ଏପିସୋଡ ପାଇଁ 1500 ଟଙ୍କା ମିଳୁଥିଲା। ଏହାପରେ 'ସତ୍ୟା' ଫିଲ୍ମ ଜରିଆରେ ମନୋଜ ଫିଲ୍ମରେ ସୁଯୋଗ ପାଇଥିଲେ। ଏହା ପରେ ସେ ମୁମ୍ବାଇରେ ଏକ ଘର କିଣିଥିଲେ। ଏବେ ସୁଦ୍ଧା ସେ ୬୭ଟି ଫିଲ୍ମ କରିଥିବା କହିଛନ୍ତି। ଦିନେ ଏହା କରିବେ ବୋଲି ଛୋଟ ବେଳେ ସ୍ୱପ୍ନ ଦେଖିଥିଲେ ଆଉ କଠିନ ପରିଶ୍ରମ ପରେ ଶେଷରେ ସେ ସଫଳ ହୋଇଥିବା କହିଛନ୍ତି।
View this post on Instagram
“I’m a farmer’s son; I grew up in a village in Bihar with 5 siblings–we went to a hut school. We led a simple life, but whenever we went to the city, we’d go to the theatre. I was a Bachchan fan & wanted to be like him. At 9, I knew acting was my destiny. But I couldn’t afford to dream & continued my studies. Still, my mind refused to focus on anything else, so at 17, I left for DU. There, I did theatre but my family had no idea. Finally, I wrote a letter to dad–he wasn’t angry & even sent me Rs.200 to cover my fees! People back home called me ‘good for nothing’ but I turned a blind eye. I was an outsider, trying to fit in. So, I taught myself English & Hindi–Bhojpuri was a big part of how I spoke. I then applied to NSD, but was rejected thrice. I was close to committing suicide, so my friends would sleep next to me & not leave me alone. They kept me going until I was accepted. That year, I was at a chai shop when Tigmanshu came looking for me on his khatara scooter–Shekhar Kapur wanted to cast me in Bandit Queen! So I felt I was ready & moved to Mumbai. Initially, it was tough–I rented a chawl with 5 friends & looked for work, but got no roles. Once, an AD tore my photo & I’ve lost 3 projects in a day. I was even told to ‘get out’ after my 1st shot. I didn’t fit the ideal ‘hero’ face–so they thought I’d never make it to the big screen. All the while, I struggled to make rent & at times even a vada pav was costly. But the hunger in my stomach couldn’t dissuade my hunger to succeed. After 4 years of struggle, I got a role in Mahesh Bhatt’s TV series. I got Rs.1500 per episode–my first steady income. My work was noticed & I was offered my first Bollywood film & soon, I got my big break with ‘Satya’. That’s when the awards rolled in. I bought my first house & knew…I was here to stay. 67 films later, here I am. That’s the thing about dreams–when it comes to turning them into reality, the hardships don’t matter. What matters is the belief of that 9-year-old Bihari boy & nothing else.” -- HOB with @sonylivindia brings to you the story of Manoj Bajpayee, whose life has come full circle. To watch his award winning performance in Bhonsle, click on the link in bio!
A post shared by Humans of Bombay (@officialhumansofbombay) on