ମୁହଁ ଖୋଲିଲେ ରୁବିନା

ମୁମ୍ୱାଇ: ଟେଲି ଅଭିନେତ୍ରୀ ରୁବିନା ଦିଲେକ୍‌ ‘ଶକ୍ତି : ଅସ୍ତିତ୍ୱ କେ ଏହସାସ୍‌ କି’ ଧାରାବାହିକରେ କାମ କରନ୍ତି। ଏଥିରେ ସେ ମୁଖ୍ୟ ଭୂମିକାରେ ଟ୍ରାନ୍ସଜେଣ୍ଡର ସୌମ୍ୟା ଚରିତ୍ରରେ ଅଭିନୟ କରୁଛନ୍ତି। ତେବେ ନିକଟରେ ଶୁଣିବାକୁ ମିଳିଥିଲା ଯେ ରୁବିନା ଆଉ ଏହି ଶୋ’ରେ ଅଭିନୟ କରିବେ ନାହିଁ। ତାଙ୍କ ସହିତ ମେଲ୍‌ ଲିଡ୍‌ ରୋଲ୍‌ରେ ଥିବା ବିବି୍ୟନ୍‌ ଡିସେନା ଏହି ସିରିଏଲ୍‌ ଛାଡ଼ି ଦେବା ପରେ ସେ ମଧ୍ୟ ଶୋ’ ଛାଡ଼ି ଦେବେ ବୋଲି ଚର୍ଚ୍ଚା […]

rrrr

Puspanjali Panda
  • Published: Wednesday, 18 September 2019
  • , Updated: 18 September 2019, 01:48 PM IST

ମୁମ୍ୱାଇ: ଟେଲି ଅଭିନେତ୍ରୀ ରୁବିନା ଦିଲେକ୍‌ ‘ଶକ୍ତି : ଅସ୍ତିତ୍ୱ କେ ଏହସାସ୍‌ କି’ ଧାରାବାହିକରେ କାମ କରନ୍ତି। ଏଥିରେ ସେ ମୁଖ୍ୟ ଭୂମିକାରେ ଟ୍ରାନ୍ସଜେଣ୍ଡର ସୌମ୍ୟା ଚରିତ୍ରରେ ଅଭିନୟ କରୁଛନ୍ତି। ତେବେ ନିକଟରେ ଶୁଣିବାକୁ ମିଳିଥିଲା ଯେ ରୁବିନା ଆଉ ଏହି ଶୋ’ରେ ଅଭିନୟ କରିବେ ନାହିଁ। ତାଙ୍କ ସହିତ ମେଲ୍‌ ଲିଡ୍‌ ରୋଲ୍‌ରେ ଥିବା ବିବି୍ୟନ୍‌ ଡିସେନା ଏହି ସିରିଏଲ୍‌ ଛାଡ଼ି ଦେବା ପରେ ସେ ମଧ୍ୟ ଶୋ’ ଛାଡ଼ି ଦେବେ ବୋଲି ଚର୍ଚ୍ଚା ହୋଇଥିଲା।

ତେବେ ରୁବିନା ଏହି ଖବରକୁ ଖଣ୍ଡନ କରିଛନ୍ତି। ଏହା ଏକ ଗୁଜବ ବୋଲି ସେ କହିଛନ୍ତି। ‘ଟାଇମ୍ସ ଅଫ୍‌ ଇଣ୍ଡିଆ’କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଏହି ଗୁଜବ ଜଙ୍ଗଲରେ ଲାଗିଥିବା ନିଆଁ ପରି ବ୍ୟାପିବାରେ ଲାଗିଛି। ମୁଁ ଏହି ଶୋ’କୁ ଭଲ ପାଉଛି ଓ ଏଥିପାଇଁ ପ୍ରତିବଦ୍ଧ ମଧ୍ୟ। ଶୋ’ ଛାଡ଼ିବା କଥା ସମ୍ପୂର୍ଣ୍ଣ ଭାବରେ ଗୁଜବ। ଏହାର କୌଣସି ଆଧାର ନାହିଁ।’

ସୂଚନାଯୋଗ୍ୟ, ‘ଶକ୍ତି’ରେ ହରମନ୍‌ ଭୂମିକାରେ ଅଭିନୟ କରୁଥିବା ବିବି୍ୟନ୍‌ ଅଗଷ୍ଟରେ ଶୋ’ ଛାଡ଼ି ଦେଇଥିଲେ। ତାଙ୍କୁ ବଡ଼ ପିଲାଙ୍କ ବାପା ଭୂମିକାରେ ଅଭିନୟ କରିବାକୁ କୁହାଯାଇଥିଲା। କିନ୍ତୁ ସେ ମନା କରି ଦେଇଥିଲେ। ଏହା ପରେ ଶୋ’ର ନିର୍ମାତାମାନେ ତାଙ୍କୁ ଶୋ’ ଛାଡ଼ିଦେବାକୁ କହିଥିଲେ ବୋଲି କୁହାଯାଉଛି।

 

Related story