ଇମ୍ରାନ୍ ଓ କଙ୍ଗନାଙ୍କ ‘କଟ୍ଟି ବଟ୍ଟି’ ରିଲିଜ୍

ମୁମ୍ବାଇ: ଆଜି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି ଇମ୍ରାନ୍ ଖାନ୍ ଓ କଙ୍ଗନା ରନାବତଙ୍କ ‘କଟ୍ଟି ବଟ୍ଟି’। କୁଇନ୍ ଓ ତନୁ ବେଡସ୍ ମନୁ ରିଟର୍ଣ୍ଣସ୍ ପରେ ପୁଣି ବକ୍ସ ଅଫିସ୍ ସଫଳତା ଲକ୍ଷ୍ୟରେ କଙ୍ଗନା। ସେପଟେ ଏହି ଫିଲ୍ମ ଜରିଆରେ ପ୍ରାୟ ୨ବର୍ଷ ପରେ ସ୍କ୍ରିନକୁ ଫେରିଛନ୍ତି ଇମ୍ରାନ୍। ନିଖିଲ ଆଡଭାନୀ ନିର୍ଦ୍ଦେଶିତ ଫିଲ୍ମ କଟ୍ଟିବଟ୍ଟିରେ ଇମରାନଙ୍କ ଲଭ୍ ଇଣ୍ଟ୍ରେଷ୍ଟ ସାଜିଛନ୍ତି କଙ୍ଗନା। କିନ୍ତୁ ଟିକେ ଭିନ୍ନ ଢଙ୍ଗରେ। ଏଥିରେ କଙ୍ଗନା ଓ ଇମ୍ରାନଙ୍କ ଜବରଦସ୍ତ ରୋମାନ୍ସ ସିନ୍ ରହିଛି। ଫିଲ୍ମର ଗୀତ ଲିରିକ୍ସ ଲେଖିଛନ୍ତି କୁମାର୍। ମ୍ୟୁଜିକ କମ୍ପୋଜ କରିଛନ୍ତି ଶଙ୍କର ଏହଶାନ୍ ଲୟ।