ଆଫ୍ରିକାରେ ଗୁଞ୍ଜରିତ ହେଉଛି ରଙ୍ଗବତୀ: ଦେଖନ୍ତୁ ଭିଡିଓ

Ordigital Desk
  • Published: Sunday, 28 January 2018
  • , Updated: 28 January 2018, 05:00 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜ ସଂସ୍କୃତି ଓ ପରମ୍ପରା ପାଇଁ ଓଡିଶା ସାରା ବିଶ୍ୱରେ ପରିଚିତ। ବିଶ୍ୱ ଦରବାରରେ ଓଡିଶାର ଲୋକ ନୃତ୍ୟ ଓ ଲୋକ ଗୀତ ଖୁବ୍ ଆଦର ରହିଛି। ସମ୍ୱଲପୁରର ପାରମ୍ପରିକ ଗୀତ ରଙ୍ଗବତୀ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହାର ପରିବେଷଣ ଦେଶ, ବିଦେଶରେ ଅନେକ ଥର ହୋଇଛି। ଆମେରିକା, ପର୍ତ୍ତୁଗାଲ ତଥା ଅନେକ ବିଦେଶୀ ରାଷ୍ଟ୍ରରେ ଏହାର ପରିବେଷଣ ହୋଇସାରିଛି। ଏବେ ଆଫ୍ରିକାରେ &#039;ରଙ୍ଗବତୀ&#039;ର ସ୍ୱର ଗୁଂଞ୍ଜୁଛି।</p> <p>ନିକଟରେ ଜଣେ ନାଇଜେରିଆନ୍ ଆର୍ଟିଷ୍ଟ ସାମୁଏଲ୍&zwnj; ସିଂ ଏହି ଗୀତକୁ ଏକ ଭିନ୍ନ ଶୈଳୀରେ ପରିବେଷଣ କରିଛନ୍ତି। ଏହି ଗୀତକୁ ସେ ୟୁଟ୍ୟୁବ୍&zwnj;ରେ ସେୟାର କରିବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ସାମୁଏଲ୍ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଗୀତ ଗାଇନାହାଁନ୍ତି। ଗତବର୍ଷ ଭୋଜପୁରୀ ଗୀତ &#039;ଲଲିପପ୍&#039; ଗାଇ ସେ ଚର୍ଚ୍ଚାକୁ ଆସିଥିଲେ।</p> <p>ପୂର୍ବରୁ ସୋନା ମହାପାତ୍ର ରଙ୍ଗବତୀ ଗୀତର ରିମିକ୍ସ ଗାଇଥିଲେ। ଯାହାକୁ ନେଇ ବହୁ ବାଦ ବିବାଦ ଦେଖା ଦେଇଥିଲା। ଜିତେନ୍ଦ୍ର ହରିପାଲ ଏହି ଗୀତକୁ ପ୍ରଥମେ ଗାଇଥିଲେ।</p>

Related story