‘ଇଣ୍ଡିଆଜ୍‌ ନେକ୍ସଟ୍‌ ସୁପରଷ୍ଟାର’ର ବିଜେତା ହେଲେ ଏହି ଦୁଇ ପ୍ରତିଯୋଗୀ, ବଲିଉଡ୍‌ରେ କରିବେ ଏଣ୍ଟ୍ରି

ମୁମ୍ବାଇ: ଷ୍ଟାରପ୍ଲସ୍‌ ଚ୍ୟାନେଲ୍‌ରେ ପ୍ରସାରିତ ରିୟଲିଟି ଶୋ’ ‘ଇଣ୍ଡିଆଜ୍‌ ନେକ୍ସଟ୍‌ ସୁପରଷ୍ଟାର’କୁ ତା’ର ପ୍ରଥମ ବିଜେତା ମିଳିଛି। ନତାଶା ଭାରଦ୍ୱାଜ ଓ ଅମନ ଗଣ୍ଡୋତ୍ରା ଏହି ଟ୍ରଫି ଜିତିଛନ୍ତି। ଗତକାଲି ଅନୁଷ୍ଠିତ ହୋଇଥିବା ଗ୍ରାଣ୍ଡ ଫିନାଲେରେ ସେମାନଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଶୋ’ର ନିୟମ ଅନୁସାରେ ଏବେ ଏହି ଦୁଇ ବିଜେତାଙ୍କୁ କରଣ ଜୋହର ଓ ରୋହିତ୍‌ ସେଟ୍ଟୀ ସେମାନଙ୍କ ଆଗାମୀ ଫିଲ୍ମରେ କାମ କରିବାକୁ ସୁଯୋଗ ଦେବେ। ପୂରା ସିଜ୍ନ୍‌ରେ ଅମନ୍‌ ଓ ନତାଶା ସେମାନଙ୍କ […]

natasha

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 01:33 PM IST

ମୁମ୍ବାଇ: ଷ୍ଟାରପ୍ଲସ୍‌ ଚ୍ୟାନେଲ୍‌ରେ ପ୍ରସାରିତ ରିୟଲିଟି ଶୋ’ ‘ଇଣ୍ଡିଆଜ୍‌ ନେକ୍ସଟ୍‌ ସୁପରଷ୍ଟାର’କୁ ତା’ର ପ୍ରଥମ ବିଜେତା ମିଳିଛି। ନତାଶା ଭାରଦ୍ୱାଜ ଓ ଅମନ ଗଣ୍ଡୋତ୍ରା ଏହି ଟ୍ରଫି ଜିତିଛନ୍ତି।

ଗତକାଲି ଅନୁଷ୍ଠିତ ହୋଇଥିବା ଗ୍ରାଣ୍ଡ ଫିନାଲେରେ ସେମାନଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଶୋ’ର ନିୟମ ଅନୁସାରେ ଏବେ ଏହି ଦୁଇ ବିଜେତାଙ୍କୁ କରଣ ଜୋହର ଓ ରୋହିତ୍‌ ସେଟ୍ଟୀ ସେମାନଙ୍କ ଆଗାମୀ ଫିଲ୍ମରେ କାମ କରିବାକୁ ସୁଯୋଗ ଦେବେ।

ପୂରା ସିଜ୍ନ୍‌ରେ ଅମନ୍‌ ଓ ନତାଶା ସେମାନଙ୍କ ପ୍ରଦର୍ଶନରେ ବିଚାରପତି ଓ ଦର୍ଶକଙ୍କ ମନ ଜିତି ଥିଲେ।

ଗତକାଲି ଗ୍ରାଣ୍ଡ ଫିନାଲେକୁ ଚିତାକର୍ଷକ କରିବାକୁ ଅନେକ ଟିଭି କଳାକାର ଡ୍ୟାନ୍ସ କରିଥିଲେ।  ସେମାନଙ୍କ ମଧ୍ୟରେ କରଣ ବୀର ବୋହରା, ସନାୟା ଇରାନୀ, ଅଦା ଖାନ୍‌ ଓ ଅର୍ଜୁନ୍‌ ବିଜ୍‌ଲାନୀ ସାମିଲ ଥିଲେ। ଶୋ’କୁ କରଣ ୱାହି ଓ ରିତ୍ୱିକ୍‌ ଧଞ୍ଜାନୀ ହୋଷ୍ଟ କରିଥିଲେ।

ଏହି ଶୋ’ର ଫିନାଲେ ପର୍ଯ୍ୟନ୍ତ ଆଶୀଷ ମେହ୍‌ରୋତ୍ରା, ଅମନ ଗଣ୍ଡୋତ୍ରା, ହର୍ଷବର୍ଧନ ଦେଓ, ଶ୍ରୁତି ଶର୍ମା, ନତାଶା ଭରଦ୍ୱାଜ, ନୈନା ସିଂହ ପହଞ୍ଚିଥିଲେ। ତେବେ ନତାଶା ଓ ଅମନ ବିଜେତା ହୋଇଥିଲେ।

 

Related story