ଇର୍‌ଫାନ୍‌ ଏହି ରୋଗରେ ପୀଡ଼ିତ

ମୁମ୍ବାଇ: ଅଭିନେତା ଇରଫାନ୍ ଖାନ୍ ଏବେ ଏକ ବିରଳ ରୋଗରେ ପୀଡ଼ିତ ଅଛନ୍ତି। କିଛି ଦିନ ପୂର୍ବରୁ ସେ ନିଜେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଥିଲେ। ତେବେ ତାଙ୍କୁ କେଉଁ ରୋଗ ହୋଇଛି ସେ ବିଷୟରେ ସେ କିଛି ଲେଖି ନଥିଲେ। ସଂପୂର୍ଣ୍ଣ ଯାଞ୍ଚ ପରେ  ପରେ ଫ୍ୟାନ୍‌ମାନଙ୍କୁ ନିଜ ରୋଗ ବିଷୟରେ ଜଣାଇବେ ବୋଲି ଇରିଫାନ୍‌ କହିଥିଲେ। ଏକଥା ଶୁଣିବା ପରେ ପୂରା ବଲିଉଡ୍‌କୁ ଝଟକା ଲାଗିଥିଲା। ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ […]

irrfanstory

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 05:19 PM IST

ମୁମ୍ବାଇ: ଅଭିନେତା ଇରଫାନ୍ ଖାନ୍ ଏବେ ଏକ ବିରଳ ରୋଗରେ ପୀଡ଼ିତ ଅଛନ୍ତି। କିଛି ଦିନ ପୂର୍ବରୁ ସେ ନିଜେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଥିଲେ। ତେବେ ତାଙ୍କୁ କେଉଁ ରୋଗ ହୋଇଛି ସେ ବିଷୟରେ ସେ କିଛି ଲେଖି ନଥିଲେ। ସଂପୂର୍ଣ୍ଣ ଯାଞ୍ଚ ପରେ  ପରେ ଫ୍ୟାନ୍‌ମାନଙ୍କୁ ନିଜ ରୋଗ ବିଷୟରେ ଜଣାଇବେ ବୋଲି ଇରିଫାନ୍‌ କହିଥିଲେ। ଏକଥା ଶୁଣିବା ପରେ ପୂରା ବଲିଉଡ୍‌କୁ ଝଟକା ଲାଗିଥିଲା। ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ନିଜ କଥା ରଖି ଇରଫାନ୍‌ ଆଜି ଟ୍ୱିଟ୍‌ କରି ତାଙ୍କୁ ହୋଇଥିବା ରୋଗ ବିଷୟରେ ଜଣାଇଛନ୍ତି। ସେ ଲେଖିଛନ୍ତି ‘‘ମୁଁ ‘ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର’ରେ ପୀଡ଼ିତ ଅଛି। ଏଭଳି କଠିନ ସମୟରେ ମୋ ଆଖପାଖରେ ଉପସ୍ଥିତ ଥିବା ଆତ୍ମୀୟଙ୍କ ଭଲ ପାଇବା ଓ ସମର୍ଥନ ମୋତେ ସାହସ ଦେଇଛି। ଚିକିତ୍ସା ପାଇଁ ମୁଁ ଏବେ ବିଦେଶ ଯାଉଛି। ମୋ ପାଇଁ ପ୍ରାର୍ଥନା କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।’’

ସେ ଆହୁରି ମଧ୍ୟ ଲେଖିଛନ୍ତି ‘‘ମୋ ପରିବାର ଓ  ବନ୍ଧୁମାନେ ମୋ ସହିତ ଅଛନ୍ତି। ଏହି କଠିନ ପରିସ୍ଥିତିରୁ ବାହାରିବା ପାଇଁ ଆମେ ପୂରା ପ୍ରୟାସ କରିବୁ। ଯେପର୍ଯ୍ୟନ୍ତ ଏ ରୋଗ ସଂପର୍କରେ ମୁଁ ସଂପୂର୍ଣ୍ଣ ଖୋଲିକି ନ କହିଛି ଆପଣମାନେ ଏଣୁ ତେଣୁ କିଛି ଅନୁମାନ କରି ଗୁଜବ କରିବେନି। ଏହି ରୋଗ ବିଷୟରେ ମୋତେ ଆଉ କିଛି ଅଧିକ ଜଣାପଡ଼ିଲେ ମୁଁ ନିଶ୍ଚୟ ଆପଣମାନଙ୍କୁ ଜଣେଇବି।’’

Related story