୨ ମାସ ପରେ ଅସୁସ୍ଥ ଇରଫାନ୍ ଟ୍ୱିଟ୍ କଲେ: ଭାବୁକ ହୋଇ ଦେଲେ ଏହି ସୂଚନା

ମୁମ୍ବାଇ: ବଲିଉଡ୍ର ଜଣେ ଦକ୍ଷ ଅଭିନେତା ଇରଫାନ୍ ଖାନ୍। ଏବେ ସେ ଅସୁସ୍ଥ ଅଛନ୍ତି। ସେ ‘ନ୍ୟୁରୋ ଏଣ୍ଡୋକ୍ରାଇନ ଟ୍ୟୁମର’ରେ ପୀଡ଼ିତ ଅଛନ୍ତି। ଏକଥା ଦୁଇ ମାସ ତଳେ ଇରଫାନ୍ ଟ୍ୱିଟ କରି ଜଣାଇଥିଲେ। ସେ ଲେଖିଥିଲେ ”ମୁଁ ‘ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର’ରେ ପୀଡ଼ିତ ଅଛି। ଏଭଳି କଠିନ ସମୟରେ ମୋ ଆଖପାଖରେ ଉପସ୍ଥିତ ଥିବା ଆତ୍ମୀୟଙ୍କ ଭଲ ପାଇବା ଓ ସମର୍ଥନ ମୋତେ ସାହସ ଦେଇଛି। ଚିକିତ୍ସା ପାଇଁ ମୁଁ ଏବେ ବିଦେଶ ଯାଉଛି। ମୋ ପାଇଁ ପ୍ରାର୍ଥନା କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।”
ଏହାପରେ ଇରଫାନ୍ଙ୍କର କିଛି ଖବର ଅନ୍ତର ନଥିଲା। ଏବେ ୨ମାସ ପରେ ପୁଣି ଥରେ ଭାବୁକ ହୋଇ ସେ କିଛି ଟ୍ୱିଟ କରିଛନ୍ତି। ଆପଣ ଜାଣିବା ପାଇଁ ଏବେ ବ୍ୟସ୍ତ ହୋଇପଡିବେଣି ଯେ ସେ କ’ଣ ଟ୍ୱିଟ କରିଛନ୍ତି। ସେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ଖବର ଦେଇଛନ୍ତି ବୋଲି ଆପଣ ଭାବୁଥିବେ। ହେଲେ ସେମିତି କିଛି ବି ନୁହେଁ।
ନିଜର ଆଗାମୀ ଫିଲ୍ମ ‘କାରୱାଁ’ର ପ୍ରମୋଶନ ପାଇଁ ସେ ଟ୍ୱିଟ କରିଛନ୍ତି। ଫିଲ୍ମର ଏକ ପୋଷ୍ଟର ପୋଷ୍ଟ କରିଛନ୍ତି। ସେ କ’ଣ ଲେଖିଛନ୍ତି ପଢନ୍ତୁ-
Beginnings have the innocence that experience can't buy. My best wishes to @dulQuer , @mipalkar for joining the karwaan. ‘ Two karwaans ' …. Mine and the movie !! @MrAkvarious @RSVPMovies @RonnieScrewvala pic.twitter.com/QoKe6npkMQ
— Irrfan (@irrfank) May 16, 2018
ଫିଲ୍ମ ‘କାରୱାଁ’ ଅଗଷ୍ଟ ୧୦ତାରିଖରେ ରିଲିଜ୍ ହେବ। ଏହା ଏକ କମେଡି ଫିଲ୍ମ। ଏଥିରେ ଇରଫାନ୍ଙ୍କ ସହ ଦିଲ୍କର ଏବଂ ମିଥିଲା ଅଭିନୟ କରୁଛନ୍ତି। ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ୍ ଷ୍ଟାର ମମୁତିଙ୍କ ପୁଅ ଦିଲ୍କର ସଲମାନ।
ଗତମାସରେ ରିଲିଜ୍ ହୋଇଥିବା ଇରଫାନ୍ ଖାନ୍ଙ୍କ ଫିଲ୍ମ ‘ବ୍ଲାକମେଲ୍’ ଲୋକଙ୍କୁ ଏତେ ଭଲ ଲାଗିନଥିଲା। ଏଥିରେ ଇରଫାନ୍ଙ୍କ ଅଭିନୟ ବ୍ୟତୀତ ଆଉ କିଛି ହୃଦୟସ୍ପର୍ଶୀ ନଥିବାର ବୋଲି ସିନେପ୍ରେମୀ କହୁଛନ୍ତି।