ବାହାଘରରେ ଝିଅର ଏହି ରୂପ ଦେଖି ଭାବପ୍ରବଣ ହେଲେ ମା’ ନିତା ଅମ୍ବାନି

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କର୍ପୋରେଟ ଦମ୍ପତ୍ତି। ଭାରତର ସବୁଠାରୁ ଧନି ଶିଳ୍ପପତି କୁହାଯାଉଥିବା ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନିଙ୍କ ବିବାହ ସମ୍ପନ୍ନ ହୋଇଛି। ଜୀବନସାଥୀ ହୋଇଛନ୍ତି ଇଶା ଏବଂ ଆନନ୍ଦ ପୀରାମଲ୍।  ବିବାହର ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଛି। ଇଶା ହ୍ୱାଇଟ୍‌ କଲରରେ ଲେହେଙ୍ଗା ପରିଧାନ କରିଥିବା ବେଳେ ଏଥିରେ ଗୋଲଡେନ୍‌ କଲରର କାରିଗରି ବେଶ୍ ଝଟକୁ ଥିଲା। ବଧୂବେଶରେ  ରାଣୀ ଭଳି ଲାଗୁଥିଲେ ଇଶା। ଆଉ ବରବେଶରେ ରାଜକୁମାର […]

isha

Tapas Behera
  • Published: Thursday, 13 December 2018
  • , Updated: 13 December 2018, 11:22 AM IST

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କର୍ପୋରେଟ ଦମ୍ପତ୍ତି। ଭାରତର ସବୁଠାରୁ ଧନି ଶିଳ୍ପପତି କୁହାଯାଉଥିବା ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନିଙ୍କ ବିବାହ ସମ୍ପନ୍ନ ହୋଇଛି। ଜୀବନସାଥୀ ହୋଇଛନ୍ତି ଇଶା ଏବଂ ଆନନ୍ଦ ପୀରାମଲ୍।  ବିବାହର ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଛି। ଇଶା ହ୍ୱାଇଟ୍‌ କଲରରେ ଲେହେଙ୍ଗା ପରିଧାନ କରିଥିବା ବେଳେ ଏଥିରେ ଗୋଲଡେନ୍‌ କଲରର କାରିଗରି ବେଶ୍ ଝଟକୁ ଥିଲା।

ବଧୂବେଶରେ  ରାଣୀ ଭଳି ଲାଗୁଥିଲେ ଇଶା। ଆଉ ବରବେଶରେ ରାଜକୁମାର ଭଳି ଲାଗୁଥିଲେ ଆନନ୍ଦ ପୀରାମଲ୍। ତେବେ ଉଭୟ ଉଭୟଙ୍କୁ ହାତ ଯୋଡ଼ି ନମଷ୍କାର କରୁଥିବାର ଦୃଶ୍ୟ ଖୁବ୍‌ ନିଆରା ଥିଲା। ଭାରତୀୟ ପରମ୍ପରା ଓ ସଂସ୍କୃତିର ଝଲକ ବାରି ହେଉଥିବା ଦୁହିଙ୍କର ଏହି ଯୋଡ଼ ହସ୍ତ ମୁଦ୍ରାକୁ ଦେଖି ନିତା ଅମ୍ବାନି ଭାବପ୍ରବଣ ହୋଇପଡ଼ିଥିଲେ।

ଯେଉଁ ଫଟୋ ଏବେ ଭାଇରଲ ହେବାରେ ଲାଗିଛି। ମୁମ୍ବାଇ ସ୍ଥିତ ମୁକେଶଙ୍କ ବାସଭବନ ଆଣ୍ଟିଲିଆରେ ଉଭୟଙ୍କ ବିବାହ ଅନୁଷ୍ଟିତ ହୋଇଛି। ଏଥିପାଇଁ ଆଣ୍ଟିଲିଆକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଏହି ଉତ୍ସବରେ ବହୁ ନାମୀଦାମୀ ସେଲିବ୍ରେଟି ଏବଂ ବଡ଼ ବଡ଼ ଷ୍ଟାରଙ୍କୁ ଦେଖିବାକୁ ମିଳିଛି। ଆମିର ଖାନ୍‌ ଓ ତାଙ୍କ ସ୍ତ୍ରୀ କିରନ ରାଓଙ୍କୁ ବାହାଘର ଉତ୍ସବରେ ଦେଖିବାକୁ ମିଳିଛି। ପୂର୍ବରୁ ରାଜସ୍ଥାନ ଉଦୟପୁରରେ ଅପ୍ରି-ୱେଡିଂ ସେରିମୋନି ହୋଇଥିଲା।

Related story