ବାହାହେବେ ଅମ୍ବାନୀଙ୍କ ଝିଅ ଈଶା!

ମୁମ୍ବାଇ: କିଛି ଦିନ ହେବ ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଝିଅ ଈଶାଙ୍କର ବିବାହ କଥା ଶୁଣିବାକୁ ମିଳୁଛି। ଆନନ୍ଦ ପିରାମଲଙ୍କ ହାତ ଧରିବାକୁ ଯାଉଛନ୍ତି ଈଶା। ଆନନ୍ଦ ଏଣ୍ଟରପ୍ରାଇଜେଜ୍‌ର ମାଲିକ ଅଜୟ ପିରାମଲଙ୍କ ପୁଅ ହେଉଛନ୍ତି ଆନନ୍ଦ। ଖବର ଅନୁଯାୟୀ ଆନନ୍ଦ ମହାବଲେଶ୍ୱରର ମନ୍ଦିରରେ ଈଶାଙ୍କୁ ପ୍ରପୋଜ କରିଥିଲେ। ଦୁହିଁଙ୍କର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଆନନ୍ଦ […]

isha

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 08:04 PM IST

ମୁମ୍ବାଇ: କିଛି ଦିନ ହେବ ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଝିଅ ଈଶାଙ୍କର ବିବାହ କଥା ଶୁଣିବାକୁ ମିଳୁଛି। ଆନନ୍ଦ ପିରାମଲଙ୍କ ହାତ ଧରିବାକୁ ଯାଉଛନ୍ତି ଈଶା।

ଆନନ୍ଦ ଏଣ୍ଟରପ୍ରାଇଜେଜ୍‌ର ମାଲିକ ଅଜୟ ପିରାମଲଙ୍କ ପୁଅ ହେଉଛନ୍ତି ଆନନ୍ଦ। ଖବର ଅନୁଯାୟୀ ଆନନ୍ଦ ମହାବଲେଶ୍ୱରର ମନ୍ଦିରରେ ଈଶାଙ୍କୁ ପ୍ରପୋଜ କରିଥିଲେ।

ଦୁହିଁଙ୍କର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଆନନ୍ଦ ଏବଂ ଈଶା ସମୂଦ୍ର କୂଳରେ ସେଲ୍ଫି ନେବାର ଏବଂ ଚୁମ୍ବନ କରୁଥିବାର ଦେଖିବାକୁ ମିଳୁଛି।

ଉଡା ଖବର ଆସୁଛି ଯେ ସେମାନଙ୍କର ନିର୍ବନ୍ଧ ମଧ୍ୟ ସରିଛି। କିନ୍ତୁ ଏସବୁ ଖବର କେତେଦୂର ସତ ସେ ବିଷୟରେ ଜଣାପଡିନି। ଅମ୍ବାନୀ ଏବଂ ପିରାମଲ ପରିବାର ତରଫରୁ ଦୁହିଁଙ୍କର ବିବାହକୁ ନେଇ କିଛି ପ୍ରତିକ୍ରିୟା ମିଳିନି।

ଆନନ୍ଦଙ୍କ ବିଷୟରେ କିଛି ତଥ୍ୟ

-ଆନନ୍ଦ University of Pennsylvania ରୁ ଇକୋନୋମିକ୍ସରେ ଗ୍ରାଜୁଏସନ୍‌ କରିଛନ୍ତି।

-ହାୱର୍ଡ ବିଜିନେସ୍‌ ସ୍କୁଲରୁ ସେ ବିଜ୍‌ନେସ୍‌ ଆଣ୍ଡ ଆଡ୍‌ମିନିଷ୍ଟ୍ରେସନ୍‌ରେ ଡିଗ୍ରୀ ହାସଲ କରିଛନ୍ତି।

-କିଛି ଦିନ ହେବ ସେ ବ୍ୟବସାୟ ଆରମ୍ଭ କରିଛନ୍ତି।

 

ଏବେ ଈଶା ରିଲାଏନ୍ସ ଟେଲିକମ ଏବଂ ରିଟେଲ କମ୍ପାନୀର ଡାଇରେକ୍ଟର ଅଛନ୍ତି।

Related story