ଅଜା ଆଈ ହେଲେ ଧର୍ମେନ୍ଦ୍ର ଓ ହେମାମାଳିନୀ

ମୁମ୍ବାଇ: ଡ୍ରିମଗର୍ଲ ହେମାମାଳିନୀ ଆଜି ଜେଜେମା ହୋଇଛନ୍ତ। ହେମାଙ୍କ ସାନ ଝିଅ ତଥା ଅଭିନେତ୍ରୀ ଇଶା ଦେୱଲ ତାଙ୍କୁ ଏହି ଖୁସି ଦେଇଛନ୍ତି। ଇଶା ଆଜି ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। ଚଳିତ ବର୍ଷ ଏପ୍ରିଲରେ ସେ ଗର୍ଭବତୀ ଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଇଶା ଦେୱଲଙ୍କ ବିବାହ ଭରତ ତଖତାନୀଙ୍କ ସହ ହୋଇଥିଲା। କିଛି ଦିନ ଡେଟିଂ […]

Ordigital Desk
  • Published: Monday, 23 October 2017
  • , Updated: 23 October 2017, 03:06 PM IST

ମୁମ୍ବାଇ: ଡ୍ରିମଗର୍ଲ ହେମାମାଳିନୀ ଆଜି ଜେଜେମା ହୋଇଛନ୍ତ। ହେମାଙ୍କ ସାନ ଝିଅ ତଥା ଅଭିନେତ୍ରୀ ଇଶା ଦେୱଲ ତାଙ୍କୁ ଏହି ଖୁସି ଦେଇଛନ୍ତି। ଇଶା ଆଜି ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। ଚଳିତ ବର୍ଷ ଏପ୍ରିଲରେ ସେ ଗର୍ଭବତୀ ଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଇଶା ଦେୱଲଙ୍କ ବିବାହ ଭରତ ତଖତାନୀଙ୍କ ସହ ହୋଇଥିଲା। କିଛି ଦିନ ଡେଟିଂ କରିବା ପରେ ୨୦୧୨ ମସିହା ଜୁନ ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୫ ପରଠୁ ଇଶାଙ୍କୁ ଆଉ ବଡ ପରଦାରେ ଦେଖିବାକୁ ମିଳିନାହିଁ।

Related story