ଫୁଙ୍ଗୁଳା ଦେହରେ ନିଆଁ ଲାଗିଲା, ତାଳି ହ୍ୱିସିଲ୍‌ରେ ମଞ୍ଚ କମ୍ପିଲା...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତୁଆ ରାତି। ତା’ସାଙ୍ଗକୁ କୋହଲା ପାଗରେ ମତୁଆଲା ଦର୍ଶକ। ସେପଟେ “ଟିପି ଟିପି ବରଷା ପାନି, ପାନି ମେ ଆଗ୍‌ ଲଗାଇ” ଗୀତର ସ୍ୱର। ଆଉ ମଞ୍ଚ ଉପରେ ଆକର୍ଷଣୀୟ ପୋଷାକରେ ପତଳା ଶାଢ଼ୀ ପିନ୍ଧିଥିବା ଆଇଟମ୍‌ ଡ୍ୟାନ୍ସର ଲଭ୍‌ଲି। ପାଣିରେ ଭିଜି ଭିଜି ଷ୍ଟେଜ୍‌ ଉପରେ ଲଗାଇଥିଲେ ଠୁମ୍‌କା। ଆଉ ଯୁବପିଢ଼ିଙ୍କୁ ଆକର୍ଷୀତ କରିବାକୁ ନାଚରେ ନାଚରେ ପରଷୁଥିଲେ ସ୍ୱତନ୍ତ୍ର ଉନ୍ମାଦନା। ସାଥୀ କଳାକାରଙ୍କୁ କୁଣ୍ଢାଇ ଧରି ଦେଉଥିଲେ ଚୁମ୍ମା। କେବଳ […]

dance

Manoranjan Sial
  • Published: Saturday, 08 February 2020
  • , Updated: 08 February 2020, 10:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତୁଆ ରାତି। ତା’ସାଙ୍ଗକୁ କୋହଲା ପାଗରେ ମତୁଆଲା ଦର୍ଶକ। ସେପଟେ “ଟିପି ଟିପି ବରଷା ପାନି, ପାନି ମେ ଆଗ୍‌ ଲଗାଇ” ଗୀତର ସ୍ୱର। ଆଉ ମଞ୍ଚ ଉପରେ ଆକର୍ଷଣୀୟ ପୋଷାକରେ ପତଳା ଶାଢ଼ୀ ପିନ୍ଧିଥିବା ଆଇଟମ୍‌ ଡ୍ୟାନ୍ସର ଲଭ୍‌ଲି। ପାଣିରେ ଭିଜି ଭିଜି ଷ୍ଟେଜ୍‌ ଉପରେ ଲଗାଇଥିଲେ ଠୁମ୍‌କା। ଆଉ ଯୁବପିଢ଼ିଙ୍କୁ ଆକର୍ଷୀତ କରିବାକୁ ନାଚରେ ନାଚରେ ପରଷୁଥିଲେ ସ୍ୱତନ୍ତ୍ର ଉନ୍ମାଦନା। ସାଥୀ କଳାକାରଙ୍କୁ କୁଣ୍ଢାଇ ଧରି ଦେଉଥିଲେ ଚୁମ୍ମା। କେବଳ ସେତିକି ନୁହେଁ, ସେ ଅର୍ଦ୍ଧ ନଗ୍ନ ଦେହରେ ନିଜର ବକ୍ଷଦେଶକୁ ବି ଦେଖାଇବାକୁ ପଛାଇନଥିଲେ। ଆଉ ଏହାକୁ ଖବ୍‌ ଉପଭୋଗ କରୁଥିଲେ ଦର୍ଶକ। ଏହା ସହ ଗୀତର ତାଳେତାଳେ ନିଜ ଶରୀରକୁ ପାଣିରେ ଭିଜାଇ ମଞ୍ଚରେ ଭରୁଥିଲେ ଉଷ୍ମତା। ଦର୍ଶକଙ୍କ ତାଳି ମାଡ଼ ଓ ହ୍ୱିସିଲ୍‌ରେ କମ୍ପୁଥିଲା ଯାତ୍ରା ମାହୋଲ୍‌।

ଦୁଇଦିନ ତଳେ ଷ୍ଟେଜ୍‌ ଉପରେ ଲାଗିଥିବା ଏହି ନିଆଁ ଏବେ ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ବ୍ୟାପୀ ଯାଇଛି। ଆଉ କଥା ଯାଇ ପହଞ୍ଚିଛି ଥାନାରେ। ଶୁଦ୍ଧ ନିରାମିଷ ପରିବେଷଣ କରିବାକୁ ଅଣ୍ଟା ଭିଡ଼ିଥିବା ଯାତ୍ରା ଆୟୋଜକ ଓ ବିଏମ୍‌ସି ପାଇଁ ଏହା ଏବେ ମୁଣ୍ଡବ୍ୟଥାର କାରଣ ସାଜିଛି। ତେବେ ଯାତ୍ରା ଆୟୋଜକ ଏହି ଖବରକୁ ଖଣ୍ଡନ କରିନଥିବା ବେଳେ ନାଁ ମଧ୍ୟ କହୁନାହାନ୍ତି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲ୍‌ରେ ଅସନ୍ତୋଷ ପ୍ରକାଶ ପାଇଛି।

ଯାତ୍ରା ମହାକୁମ୍ଭ ଖଣ୍ଡଗିରି। ମେଳା ଆୟୋଜନ ପୂର୍ବରୁ ଅଶ୍ଲୀଳ ନାଚ ପରିବେଷଣ ନକରିବାକୁ ବିଏମ୍‌ସି ଆୟୋଜକଙ୍କୁ କହିଥିଲେ। ଯେଉଁଥିରେ ରାଜି ହୋଇଥିଲେ ଯାତ୍ରା ଆୟୋଜକ। ଏହା ସତ୍ତ୍ୱେ ମଞ୍ଚରେ ପରିବେଷିତ ହୋଇଛି ଅର୍ଦ୍ଧ ନଗ୍ନ ନୃତ୍ୟ। ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମହାରଥୀ ‘କଳିଙ୍ଗ ଗଣନାଟ୍ୟ’ ନାଟକ ପରିବେଷଣ କରିବାକୁ ଆସିଥିଲା। ପାଗ ଖରାପ ସତ୍ତ୍ୱେ ନାଟକ ଦେଖିବା ପାଇଁ ଦର୍ଶକଙ୍କର ଲାଗି ରହିଥିଲା ଖଚାଖଚ ଭିଡ। ଦର୍ଶକଙ୍କୁ ନିଜ ନୃତ୍ୟରେ ବାନ୍ଧି ରଖିବା ପାଇଁ ଷ୍ଟେଜ୍‌ ଉପରକୁ ଆସିଥିଲେ ଲଭ୍‌ଲି। ଗୋଟିଏ ପରେ ଗୋଟିଏ ନନଷ୍ଟପ୍‌ ଅର୍ଦ୍ଧ ନଗ୍ନ ଡ୍ୟାନ୍ସ ପରିବେଷଣ କରିଥିଲେ। ପ୍ରଥମେ ‘ଟିପି ଟିପି ବରଷା ପାଣି..., ତା’ପରେ ମ୍ୟୁଜିକ ଓ ରଙ୍ଗୀନ ଲାଇଟ୍‌ରେ ଦର୍ଶକଙ୍କୁ ଝୁମାଇଥିଲେ ଲଭ୍‌ଲି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଲଭଲିଙ୍କ ଆଇଟମ୍‌  ଡ୍ୟାନ୍ସକୁ ନେଇ ପଶ୍ନ ଉଠାଇଛନ୍ତି ରାଣୀ ପଣ୍ଡା। ପ୍ରଶାସନର ବାରଣ ସତ୍ତ୍ୱେ ତାଙ୍କୁ ଯଦି ବ୍ୟାନ କରାଗଲା? ତେବେ ଅଶ୍ଲୀଳ ଆଇଟମ ଡ୍ୟାନ୍ସ ହେଲା କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।

ଥାନାରେ ଅଭିଯୋଗ କରିଥିବା ସଭାପତି ନାରୀ ସୁରକ୍ଷା ମଞ୍ଚ ମଧୁମିତା ରଥ କହିଛନ୍ତି-“ଯାତ୍ରା ଅଶ୍ଲୀଳତା ପ୍ରଦର୍ଶନ କରାଯିବ ନାହିଁ। ଯେଉଁଥିପାଇଁ ବିବାଦୀୟ ଆଇଟମ୍‌ ଡ୍ୟାନ୍‌ସର ରାନୀ ପଣ୍ଡା ଓ ତାଙ୍କ ଯାତ୍ରା ପାର୍ଟିକୁ ନାଟକ ପରିବେଷଣ କରିବାକୁ ଦିଆଗଲା ନାହିଁ। ଏହା ସତ୍ତ୍ୱେ କଳିଙ୍ଗ ଗଣନାଟ୍ୟ କେମିତି କେମିତି ଷ୍ଟେଜ୍‌ ଉପରେ ‘ଟିପି ଟିପି ବରଷା ପାନି...’ ଗୀତରେ ଅର୍ଦ୍ଧ ନଗ୍ନ ନାଚ ପରିବେଷଣ କଲା? କଳିଙ୍ଗ ଗଣନାଟ୍ୟର ମାଲିକ ବିଜେଡି ବିଧାୟକ ହୋଇଥିବାରୁ ପୁଲିସ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ।”

ସେ କହିଛନ୍ତି-“ରାନୀ ବ୍ଲାଉଜ୍‌ ଖୋଲିଥିଲା ବୋଲି ଆମେ ବିରୋଧ କରିଥିଲୁ। ଏବେ ପୁଣି ଷ୍ଟେଜ ଉପରେ ଜଣେ ଝିଅ ପତଳା ଶାଢ଼ୀ ପିନ୍ଧି ପାଣିରେ ଓଦା ହେଉଛି। ଆଉ ଜଣେ ପୁଅ ପିଲା ତାକୁ ଛୁଉଁଛି ଓ ଚାଟୁଛି। ଏହା କେତେଦୂର ଯୁକ୍ତିଯୁକ୍ତ। ଯଦି ଆପଣମାନେ ଏପରି ନାଚ ପରିବେଷଣ କରୁଛନ୍ତି, ତାହାହେଲେ ଏଣ୍ଟ୍ରି ଗେଟ୍‌ରେ ଗୋଟିଏ ସାଇନ୍‌ ବୋର୍ଡ ଲଗାଯାଉ। ଆଉ ସେଥିରେ ଲେଖାଯାଉ –କେବଳ ପ୍ରାପ୍ତ ବୟସ୍କ ପାଇଁ। ତାହାହେଲେ ସେଠାକୁ କୌଣସି ବ୍ୟକ୍ତି ପରିବାର ସହ ଯିବନାହିଁ।”

Related story