ମିଡିଆ-ସେଲେବ୍ରିଟିଙ୍କ ସମ୍ପର୍କ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଓ ମିଡିଆ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଧରୁନି। ଏହାକୁ ନେଇ ବି ଟାଉନ୍‌ରେ ଅନେକ୍ ଗସିପ୍‌ ଚାଲିଛି। ଏପରିକି ସେଲେବ୍ରିଟି ଓ ମିଡିଆ ମଧ୍ୟରେ ସମ୍ପର୍କ କେମିତି ହେବା ଉଚିତ୍, ସେ ନେଇ ବି ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି ଦୁଇ ବଲିଉଡ୍ ଷ୍ଟାର୍ ସିଦ୍ଧାର୍ଥ ମାଲହୋତ୍ରା ଓ ପରିଣୀତି ଚୋପ୍ରା। ଉଭୟ ‘ଜବରିୟା ଯୋଡ଼ି’ ଫିଲ୍ମରେ ଏକତ୍ର କାମ କରୁଛନ୍ତି। ଏହାର ଏକ […]

parineeti-1..

Niharika Rout
  • Published: Saturday, 13 July 2019
  • , Updated: 13 July 2019, 12:15 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଓ ମିଡିଆ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଧରୁନି। ଏହାକୁ ନେଇ ବି ଟାଉନ୍‌ରେ ଅନେକ୍ ଗସିପ୍‌ ଚାଲିଛି। ଏପରିକି ସେଲେବ୍ରିଟି ଓ ମିଡିଆ ମଧ୍ୟରେ ସମ୍ପର୍କ କେମିତି ହେବା ଉଚିତ୍, ସେ ନେଇ ବି ଚର୍ଚ୍ଚା ଚାଲିଛି।

ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି ଦୁଇ ବଲିଉଡ୍ ଷ୍ଟାର୍ ସିଦ୍ଧାର୍ଥ ମାଲହୋତ୍ରା ଓ ପରିଣୀତି ଚୋପ୍ରା। ଉଭୟ ‘ଜବରିୟା ଯୋଡ଼ି’ ଫିଲ୍ମରେ ଏକତ୍ର କାମ କରୁଛନ୍ତି। ଏହାର ଏକ ଗୀତ ରିଲିଜ୍ ଅବସରରେ ଦୁହେଁ ମିଡିଆ ସହ ସେଲେବ୍ରିଟିଙ୍କ ସମ୍ପର୍କ କିପରି ରହିବା ଉଚିତ୍‌, ସେ ସମ୍ପର୍କରେ ମନ ଖୋଲି କହିଥିଲେ। ସିଦ୍ଧାର୍ଥ କହିଥିଲେ, ମିଡିଆ ଓ ସେଲେବ୍ରିଟିଙ୍କ ସମ୍ପର୍କ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ପରି। ଏହା ଏପରି ଏକ ସମ୍ପର୍କ ଯାହା ଦୀର୍ଘ ଦିନ ପର୍ଯ୍ୟନ୍ତ କାଏମ୍‌ ରହିଥାଏ। ଆଉ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯେଉଁଭଳି ରାଗ-ରୁଷା, ମାନ -ଅଭିମାନ ଓ କଥା କଟାକଟି ଦେଖିବାକୁ ମିଳେ ସେମିତି ମିଡିଆ ଓ ସେଲେବ୍ରିଟିଙ୍କ ମଧ୍ୟରେ ମଧ୍ୟ ଏହି କଥାଟି ଦେଖିବାକୁ ମିଳେ।

ସେ କହିଥିଲେ, ମିଡିଆ ଓ ସେଲେବ୍ରିଟିଙ୍କ ସମ୍ପର୍କ ଖୁବ୍‌ ପ୍ରଫେସନାଲ୍‌ ହେବା ଦରକାର। ଆମେ ସମସ୍ତେ ଏଠାକୁ ନିଜ କାମ କରିବାକୁ ଆସିଛନ୍ତି। ତେଣୁ ଆପୋଷ ବୁଝାମଣା ଠିକ୍‌ ରହିଲେ ହିଁ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ଠିକ୍‌ ରହିବ।

ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ସିଦ୍ଧାର୍ଥ କହିଥିଲେ, ଆମେ ଯେତେବେଳେ କୌଣସି ଇଭେଣ୍ଟକୁ ଆପଣମାନଙ୍କୁ ଆମନ୍ତ୍ରିତ କରୁ, ସେତେବେଳେ ଆପଣମାନେ ସେଠାରେ ଖରାପ ବ୍ୟବହାର କରିବା ଉଚିତ୍ ନୁହେଁ। ଆପଣମାନେ ମୋ’ ଫିଲ୍ମ ସମ୍ପର୍କରେ ଯାହା ଲେଖିଲେ ବି ମୋତେ ଦୁଃଖ ଲାଗେ ନାହିଁ। କାରଣ ଏହା ଆପଣମାନଙ୍କ କାମର ଏକ ଅଂଶ।

ସେହିପରି ପରିଣୀତି କହିଥିଲେ, ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ମୁଁ ମିଡିଆ ଓ ସେଲେବ୍ରିଟିଙ୍କ ବନ୍ଧୁତ୍ୱକୁ ସମ୍ମାନ ଦେଇ ଆସୁଛି। ବେଳେବେଳେ ଆପୋଷ ବୁଝାମଣାରେ ଅଭାବ ହେତୁ ଏହି ସମ୍ପର୍କ ବିଗିଡ଼ିଥାଏ। ଏହି ସମ୍ପର୍କରେ ସୁଧାର ଆଣିବା ଲାଗି ବନ୍ଧୁତ୍ୱ ଓ ପ୍ରଫେସନାଲିଜିମ୍‌ ମଧ୍ୟରେ ଆମଙ୍କୁ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ।

Related story