ବିବାଦ ଭିତରେ ସୁନା ବାଣ୍ଟିଲେ ଅଭିନେତା

ହାଇଦ୍ରାବାଦ: ବିବାଦରେ ତାମିଲ ସୁପରଷ୍ଟାର୍‌ ସୂର୍ଯ୍ୟା। ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଜୟ ଭୀମ’କୁ ନେଇ ସେ ବିବାଦ ଘେରକୁ ଆସିଛନ୍ତି। ତେବେ ବିବାଦ ଭିତରେ ରହି ମଧ୍ୟ ସେ ବାଣ୍ଟିଛନ୍ତି ଖୁସି, ଦେଇଛନ୍ତି ସ୍ପେଶାଲ ଗିଫ୍ଟ। ଶୁଟିଂ ଶେଷ ହେବା ପରେ ସେ ନିଜ  ଫିଲ୍ମର ପୂରା ଟିମ୍‌କୁ ଗୋଟିଏ ଲେଖାଏଁ ଦେଇଛନ୍ତି ସୁନା ମୁଦ୍ରା। ସୂର୍ଯ୍ୟା ତାଙ୍କ ଅପ୍‌କମିଂ ତାମିଲ ଫିଲ୍ମ ‘ଏଥରାକୁମ ଥୁନିନ୍ଦଭାନ’ର ଶୁଟିଂ ସାରିଦେଇଛନ୍ତି। ଶୁଟିଂ ସରିଲା ପରେ ସୂର୍ଯ୍ୟା […]

suriya

suriya

Madhupriya Mistry
  • Published: Monday, 15 November 2021
  • Updated: 15 November 2021, 06:06 PM IST

Sports

Latest News

ହାଇଦ୍ରାବାଦ: ବିବାଦରେ ତାମିଲ ସୁପରଷ୍ଟାର୍‌ ସୂର୍ଯ୍ୟା। ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ 'ଜୟ ଭୀମ'କୁ ନେଇ ସେ ବିବାଦ ଘେରକୁ ଆସିଛନ୍ତି। ତେବେ ବିବାଦ ଭିତରେ ରହି ମଧ୍ୟ ସେ ବାଣ୍ଟିଛନ୍ତି ଖୁସି, ଦେଇଛନ୍ତି ସ୍ପେଶାଲ ଗିଫ୍ଟ। ଶୁଟିଂ ଶେଷ ହେବା ପରେ ସେ ନିଜ  ଫିଲ୍ମର ପୂରା ଟିମ୍‌କୁ ଗୋଟିଏ ଲେଖାଏଁ ଦେଇଛନ୍ତି ସୁନା ମୁଦ୍ରା।

ସୂର୍ଯ୍ୟା ତାଙ୍କ ଅପ୍‌କମିଂ ତାମିଲ ଫିଲ୍ମ 'ଏଥରାକୁମ ଥୁନିନ୍ଦଭାନ'ର ଶୁଟିଂ ସାରିଦେଇଛନ୍ତି। ଶୁଟିଂ ସରିଲା ପରେ ସୂର୍ଯ୍ୟା ପୂରା ୟୁନିଟ୍‌ ଏକ ଖାସ୍‌ ଗିଫ୍ଟ ଦେଇଛନ୍ତି। ସେ ସମସ୍ତ କ୍ରୁ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ ସୁନା କଏନ୍‌ ବାଣ୍ଟିଛନ୍ତି।  ଫିଲ୍ମର ସମସ୍ତ ଟେକ୍ନିସିଆନ୍‌ ଏବଂ କଳାକାରଙ୍କୁ ଅଭିନେତା ଜଣକ ସୁନା ମୁଦ୍ରା ଦେଇଥିବା ନେଇ ଏକ ସୂତ୍ରରୁ ଜଣାପଡିଛି।

କେବଳ ସେତିକି ନୁହେଁ ନିର୍ଦ୍ଦେଶକ ଏବଂ ସିନେମୋଟୋଗ୍ରାଫି ବିଭାଗର ସିନିୟରମାନଙ୍କୁ  ସୁନାରେ ତିଆରି ପୁରୁଣା ବିଦେଶୀ ମୁଦ୍ରା ଦେଇଛନ୍ତି। ସୂର୍ଯ୍ୟାଙ୍କ ଏହି ଉପହାର ଟିମ୍‌ର ସମସ୍ତ ସଦସ୍ୟଙ୍କ ହୃଦୟ ଜିତି ନେଇଛି।

ନିକଟରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଫିଲ୍ମ 'ଜୟ ଭୀମ' ରିଲିଜ ହୋଇଛି। ଏହି ଫିଲ୍ମକୁ ଭଲ ରେସ୍‌ପନ୍ପ ମିଳିଛି। ତେବେ ଫିଲ୍ମର କିଛି ଦୃଶ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏପରିକି ସୂର୍ଯ୍ୟାଙ୍କୁ ଲିଗାଲ ନୋଟିସ୍‌ ମଧ୍ୟ ପଠାଯାଇଛି।

ଭାନିୟର୍ ସଙ୍ଗମର ରାଜ୍ୟ ସଭାପତି ପୁ ଥା ଅରୁଲମୋଜି ଅଭିନେତା ସୂର୍ଯ୍ୟା, ଜ୍ୟୋତିକା, ଆମାଜନ ପ୍ରାଇମ ଭିଡିଓ ତଥା ନିର୍ଦ୍ଦେଶକ ଟିଜେ ଜାନାଭେଲଙ୍କୁ ସର୍ତ୍ତମୂଳକ କ୍ଷମା ମାଗିବାକୁ ସେ କହିଛନ୍ତି। ଏଥିହସ ଭ୍ୟାନିୟର ସମ୍ପ୍ରଦାୟକୁ ବଦନାମ କରୁଥିବା ଫିଲ୍ମର କିଛି ଦୃଶ୍ୟକୁ ହଟାଇବାକୁ ସେ ଦାବି କରିଛନ୍ତି। ଏନେଇ ସେ ଏହି ତିନି ଜଣକୁ ଆଇନଗତ ନୋଟିସ ମଧ୍ୟ ପଠାଇଛନ୍ତି।

ଅନ୍ୟପଟେ ଏହି ବିବାଦକୁ ନେଇ ପାଟିଲ ମକ୍କଲ କାଚ୍ଚି ଦଳର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବୁମଣୀ ରାମଦାସ ମାୟିଲାଦୁଥୁରାଇ ଜିଲ୍ଲାର ଏକ ଥିଏଟରରେ ଫିଲ୍ମର ସ୍କ୍ରିନିଂ ଉପରେ ରୋକ ଲଗାଇ ଦେଇଛନ୍ତି।

ସେପଟେ ଫିଲ୍ମର ଏକ ଦୃଶ୍ୟରେ ଅଭିନେତା ପ୍ରକାଶ ରାଜ ଜଣେ ହିନ୍ଦୀ କହୁଥିବା ବ୍ୟକ୍ତିଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳିଛି। ଏନେଇ ମଧ୍ୟ ବିବାଦ ଉଠିଛି। ଏହି ଦୃଶ୍ୟକୁ ନେଇ ଅନେକ ଲୋକ ଆପତ୍ତି ଉଠାଇଛନ୍ତି। ପ୍ରକାଶ ରାଜଙ୍କ ବିରୋଧରେ ମଧ୍ୟ ଲିଗାଲ ନୋଟିସ ପଠାଯାଇଛି।

ଲିଗାଲ ଡ୍ରାମା ଫିଲ୍ମ 'ଜୟ ଭୀମ' ନଭେମ୍ବର ୨ ତାରିଖରେ ଆମାଜନ ପ୍ରାଇମରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ ହୋଇଛି। ୧୯୯୩ର ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ, ଯେଉଁଠି ଆଇନଜୀବୀ ଚନ୍ଦ୍ରୁ ଇରୁଲାର ଜନଜାତିର ଦମ୍ପତି ରାଜକନ୍ନୁ ଓ ସେଙ୍ଗାନି ପାଇଁ କେସ୍‌ ଲଢ଼ିଥିଲେ। ଏହି ଫିଲ୍ମରେ ଇରୁଲାର ଜନଜାତିର ସଦସ୍ୟଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଜେଲରେ ନିର୍ଯାତନାର ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos