ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ଯଜବା’ର ଆଉ ଏକ ଗୀତ ‘କାହାନିୟାଁ’। ଯଜବାର ଏହି ନମ୍ୱରରେ ରହିଛି ଐଶ୍ୱଙ୍କ ଫିଟନେସର ରାଜ୍। କେମିତ ଜଣେ ସିଙ୍ଗଲ୍ ମଦର୍ ନିଜ ଝିଅର ଯତ୍ନ ନେବା ସହ ନିଜର କାମ ପ୍ରତି ମଧ୍ୟ କର୍ତ୍ତବ୍ୟନିଷ୍ଠ ରହିପାରୁଛି ତାହା ବେଶ୍ ସୁନ୍ଦର ଭାବେ ଚିତ୍ରିତ ହୋଇଛି ଏହି ଗୀତରେ। ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ଜଣେ ଓକିଲ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ସଂଘର୍ଷର କାହାଣୀକୁ ନେଇ ରହିଛି ଫିଲ୍ମର କଥାବସ୍ତୁ। ଗୀତକୁ କମ୍ପୋଜ୍ କରିଛନ୍ତି ଆରକୋ ଓ ଏହାକୁ ଗାଇଛନ୍ତି ନିଲୋଫର୍ ୱାନି। ଫିଲ୍ମଟି ଅକ୍ଟୋବର ୯ରେ ରିଲିଜ୍ ହେବ।