ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଜଲୁଛେ ପୁଟା’ର ସିଡି ଉନ୍ମୋଚିତ

ବରଗଡ଼: ବରଗଡ଼ ସୌଖୀନ ରଙ୍ଗମଞ୍ଚରେ ଉନ୍ମୋଚିତ ହୋଇଯାଇଛି ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଜଲୁଛେ ପୁଟା’ର ସିଡି। ବରଗଡ଼ ଏସ୍‌ପି ଆଶିଷ କୁମାର ସିଂ ମୁଖ୍ୟ ଅତିଥି ଓ ବରଗଡ଼ ଓକିଲ ସଂଘର ପୂର୍ବତନ ସଭାପତି ବିଭୂତି ପାଢ଼ୀ ଓ ନାଟ୍ୟ ନିର୍ଦ୍ଦେଶକ ହରିହର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚିତ କରିଥିଲେ। ଚାଷୀ ଆତ୍ମହତ୍ୟା, ଋଣଭାର ଓ ସରକାରୀ ସହାୟତାର ହରିଲୁଟ୍‌କୁ ନେଇ ବ୍ୟଙ୍ଗାତ୍ମକ ଶୈଳୀରେ ନିର୍ମିତ ହୋଇଛି ‘ଜଲୁଛେ ପୁଟା’। ବେଲପାହାଡ଼ର […]

jaluchhe-pet

Rakesh Mallick
  • Published: Tuesday, 24 May 2016
  • , Updated: 24 May 2016, 10:02 AM IST

ବରଗଡ଼: ବରଗଡ଼ ସୌଖୀନ ରଙ୍ଗମଞ୍ଚରେ ଉନ୍ମୋଚିତ ହୋଇଯାଇଛି ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଜଲୁଛେ ପୁଟା’ର ସିଡି। ବରଗଡ଼ ଏସ୍‌ପି ଆଶିଷ କୁମାର ସିଂ ମୁଖ୍ୟ ଅତିଥି ଓ ବରଗଡ଼ ଓକିଲ ସଂଘର ପୂର୍ବତନ ସଭାପତି ବିଭୂତି ପାଢ଼ୀ ଓ ନାଟ୍ୟ ନିର୍ଦ୍ଦେଶକ ହରିହର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚିତ କରିଥିଲେ।

ଚାଷୀ ଆତ୍ମହତ୍ୟା, ଋଣଭାର ଓ ସରକାରୀ ସହାୟତାର ହରିଲୁଟ୍‌କୁ ନେଇ ବ୍ୟଙ୍ଗାତ୍ମକ ଶୈଳୀରେ ନିର୍ମିତ ହୋଇଛି ‘ଜଲୁଛେ ପୁଟା’। ବେଲପାହାଡ଼ର ଆଲୋକ ତ୍ରିପାଠୀ ଏହାର କାହାଣୀ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

Related story