ଭଦ୍ରିକିଆ ଟୋକାକୁ ଅଜଣା ନିଜ ଠିକଣା!

ସିଏ ସେହି ଭଦ୍ରିକିଆ ଟୋକା ଯିଏ ଗାଁରୁ ଯାଇ ବନ୍ଦୀ ହୁଅନ୍ତି ଗାନ୍ଧି ଛକରେ। ଯିଏ ବାହା ହେବ ସିଏ ମରିବ ତେଣୁ ଶ୍ୱଶୂର ଘରକୁ ତାଙ୍କର ଶହେ ସଲାମ୍। ନିଜ ଠିକଣା ତାଙ୍କୁ ଅଜଣା କାରଣ ସେ ବଡ଼ଦାଣ୍ଡର ଭିକାରୀ ଆଉ ଗଙ୍ଗାଠୁ ପବିତ୍ର ତାଙ୍କ ଗଙ୍ଗ ଶିଉଳି। ତାଙ୍କ ଝୁମୁକା ଝାଉଁ ବଣରେ ହଜି ଯିବା ପରେ ସେ ଭାୟା ଦୂରଦର୍ଶନ ଭୁବନେଶ୍ୱର ହୋଇ କାର୍ଗିଲକୁ ବି ଜାଳି ପାରନ୍ତି। କେବେ ମଞ୍ଚର ଟ୍ରାଜେଡ଼ି କିଙ୍ଗ୍ […]

subash-beharea

subash-beharea

Manoranjan Sial
  • Published: Tuesday, 01 December 2020
  • Updated: 01 December 2020, 05:02 PM IST

Sports

Latest News

ସିଏ ସେହି ଭଦ୍ରିକିଆ ଟୋକା ଯିଏ ଗାଁରୁ ଯାଇ ବନ୍ଦୀ ହୁଅନ୍ତି ଗାନ୍ଧି ଛକରେ। ଯିଏ ବାହା ହେବ ସିଏ ମରିବ ତେଣୁ ଶ୍ୱଶୂର ଘରକୁ ତାଙ୍କର ଶହେ ସଲାମ୍। ନିଜ ଠିକଣା ତାଙ୍କୁ ଅଜଣା କାରଣ ସେ ବଡ଼ଦାଣ୍ଡର ଭିକାରୀ ଆଉ ଗଙ୍ଗାଠୁ ପବିତ୍ର ତାଙ୍କ ଗଙ୍ଗ ଶିଉଳି। ତାଙ୍କ ଝୁମୁକା ଝାଉଁ ବଣରେ ହଜି ଯିବା ପରେ ସେ ଭାୟା ଦୂରଦର୍ଶନ ଭୁବନେଶ୍ୱର ହୋଇ କାର୍ଗିଲକୁ ବି ଜାଳି ପାରନ୍ତି।

କେବେ ମଞ୍ଚର ଟ୍ରାଜେଡ଼ି କିଙ୍ଗ୍ ତ ଆଉ କେବେ ରୋମାଣ୍ଟିକ୍ ରଙ୍ଗିଲା ଟୋକା। ଯଲିଉଡର ସୋବର୍ ବୟ ସୁବାସ୍ ବେହେରାଙ୍କ ପାଇଁ ସଫଳତାର ସଂଜ୍ଞା ହେଉଛି କେବଳ ସଂଘର୍ଷ ଆଉ ସଂଘର୍ଷ। ପିଲାଟି ଦିନରୁ ଖୁବ୍ ମେଧାବୀ ଛାତ୍ର ଥିଲେ ସୁବାସ୍। ମ୍ୟାଟ୍ରିକରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ରାଉରକେଲା ଚାଲି ଯାଇଥିଲେ ଇଂଜିନିୟରିଂରେ ଡିପ୍ଲୋମା କରିବାକୁ। ସେଠାରୁ ସଫଳତାର ସହ ପାସ୍ କରି ଚାକିରୀ ଆରମ୍ଭ କରିଥିଲେ ଷ୍ଟିଲ୍ ପ୍ଲାଣ୍ଟରେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ରାତିରେ ପ୍ଲାଣ୍ଟରେ ଘଟିଲା ଦୁର୍ଘଟଣା ଆଉ ସମାନ କାରଣରୁ ସୁବାସ୍ ଚାକିରୀ ହରାଇ ବସିଲେ। ହସ ଖୁସିରେ ଗଡ଼ୁଥିବା ଜୀବନ ରଥକୁ ହଠାତ୍ ପଶି ଆସିଲା ଆଶଙ୍କା ଓ ଅନଟନର କଳା ବାଦଲ୍। ବାସ୍ ଏହିଠାରୁ ବଦଳିଗଲା ଜୀବନର ସଂଜ୍ଞା ଆଉ ଆରମ୍ଭ ହେଲା ସଂଘର୍ଷର ସଲାମୀ ଯାତ୍ରା। ପରିବାର, ପରିଜନ ପରିସ୍ଥିତିର ନିର୍ଘାତ ଚାପ ସତ୍ତ୍ୱେ ହାର୍ ମାନିବାର ମୁଡରେ ନଥିଲେ ସ୍ଥିର ଓ ଦୃଢ଼ ସୁବାସ୍। ଘରକୁ ଫେରିବା ବଦଳରେ ଇସ୍ପାତ ନଗରୀରେ ହିଁ ଖୋଜିଲେ ବଞ୍ଚିବାର ରାହା।

ଉଚ୍ଚଶିକ୍ଷିତ ଇଂଜିନିୟର ସାଇକେଲ୍ ଖଣ୍ଡେ ଧରି ଷ୍ଟିଲ୍ ସିଟିର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଫି ଦିନ ବୁଲିଲେ ମୁଠେ ଖାଇବା ଓ ମୁଣ୍ଡ ଗୁଞ୍ଜିବାର ନିର୍ଭରଯୋଗ୍ୟ ଆଶ୍ରୟସ୍ଥଳୀ ସନ୍ଧାନରେ। ବହୁ ରାତି ବି କଟିଲା ଖାଡ଼ା ଉପବାସ ଆଉ ବିନା ନିଦରେ। ତେବେ ଖାଲି ରହୁଥିବା ପକେଟ୍ ଏଇଠି ହିଁ ସୁବାସଙ୍କୁ ଧରାଇଲା ବଞ୍ଚିବାର ରାସ୍ତା ଓ ତିଷ୍ଠିବାର କଳା। କେବେ ଖାଉ ଥିବା ଆଉ କେବେ ଅଖିଆ ରହୁଥିବା ଏହି ଦିଗହହାର ମଣିଷଟି ବିଭିନ୍ନ ଷ୍ଟେଜ୍ ଶୋରେ ଭାଗ ନେଇ ପ୍ରଥମେ ନିଜ ପେଟ ପାଇଁ ଯୋଗାଡ଼ କରନ୍ତି ଦି ମୁଠା ଦାନା। ନାଟକ ପ୍ରତି ପିଲାବେଳୁ ରହିଥିବା ରୁଚି ମଧ୍ୟ ଏହି କଷ୍ଟସାଧ୍ୟ ସ୍ଥିତିକୁ ଅତିକ୍ରମ କରି୍ବାରେ ବେଶ୍ ସହାୟକ ମଧ୍ୟ ହୋଇଥିଲା।

https://youtu.be/heinJq6naEo

ସାଇକେଲ ଖଣ୍ଡେ ଧରି ଏମିତି ରୀତିମତ ସଂଘର୍ଷ ଜାରି ରହିଥିବାବେଳେ ହଠାତ୍ ବନ୍ଧୁଙ୍କ ଠାରୁ ଶୁଣିଲେ ନୂଆ ଅଭିନେତା ସନ୍ଧାନରେ ଅଡିସନ୍ କରୁଛି ମଡର୍ଣ୍ଣ ଅପେରା, ତା ପୁଣି ଷ୍ଟିଲ ସିଟିରେ। ଶୁଣିବା ମାତ୍ରେ ହିଁ ସୁବାସଙ୍କ ସାଇେକଲ୍ ଛୁଟିଥିଲା ଅଡିସନ୍ ସ୍ଥଳୀକୁ। ପ୍ରଥମ ଦେଖାରେ ମଡର୍ଣ୍ଣ ଅପେରା ମାଲିକଙ୍କୁ ଆନମନା କରି ଦେଇଥିଲା ସୁବାସଙ୍କ ଜୀବନ୍ତ ଅଭିନୟ। ସିଧାସଳଖ ଅଫର ମିଳିଥିଲା ନେଗେଟିଭ୍ ଚରିତ୍ର ପାଇଁ। ଆଉ ସେହି ବର୍ଷ ହିଁ ସୁବାସଙ୍କର ହୋଇଥିଲା ବିଧିବଦ୍ଧ ଯଲିଉଡ୍ ପ୍ରବେଶ। ତେବେ କ୍ୟାରିଅରରେ ଟର୍ଣ୍ଣିଂ ପଏଣ୍ଟ୍ ସାଜିଥିଲା ନାଟକ ‘ବେଦିକୁ ସୁନ୍ଦର ବଉଳ ପାଟ’।

ଏଥିରେ ସେ ଖଳନାୟକ ଭାବେ ଅଭିନୟ କରୁଥିଲେ। ତେବେ ରିହର୍ସଲବେଳେ ନାୟକ ଚରିତ୍ର କରୁଥିବା ଅଭିନେତା ଇଂରାଜୀ ଡାଏଲଗ୍‌ ଠିକ୍‌ ଭାବେ କହିପାରୁ ନଥିବାରୁ ନିର୍ଦ୍ଦେଶକଙ୍କ ପରାମର୍ଶରେ ସେହି ନାଟକରେ ନାୟକ ଭାବେ ଏଣ୍ଟ୍ରୀ କଲେ ସୁବାସ । ତା’ପରଠାରୁ ଆଉ ପଛକୁ ଫେରିନାହାନ୍ତି ୟଳିଉଡର୍ ଏହି ସୁପରଷ୍ଟାର୍। ନିଜ ନିଆରା ଅନ୍ଦାଜର ଅଭିନୟ, ଆବେଗଭରା ଶାରୀରିକ ଭାଷା ଓ ଅନର୍ଗଳ ଡାଏଲଗ୍ ଡେଲିଭରିର ସ୍ୱତନ୍ତ୍ର କ୍ଷମତା ଯାତ୍ରା ଇଣ୍ଡଷ୍ଟ୍ରୀରେ ସୁବାସଙ୍କୁ ଦେଇଥିଲେ ଜଣେ ସମର୍ଥ ସାରଥିର ପରିଚୟ। ମଞ୍ଚରେ ଦର୍ଶକଙ୍କ ଦିଲ୍ ଜିତିବା ସହ ବହିକୁ ନିଜ କାନ୍ଧରେ ବୋହି ହିଟ୍ କରୁଥିଲେ ସୁବାସ୍। ମେଧାବୀ ଛାତ୍ରରୁ ଇଂଜିନିୟର ହୋଇ ସୁଦ୍ଧା ଦିନେ ବିଫଳତାର ରାସ୍ତାରେ ଛଟପଟ ହେଉଥିବା ଏହି ପ୍ରତିଭାବାନ୍ ଅଭିନେତା ମୁକ୍ତାକାଶ ଯାତ୍ରାର ରଙ୍ଗିନ୍ ଆଲୋକମାଳାରେ ଏତେ ହଜି ଯାଇଥିଲେ ଯେ ବାହାର ଦୁନିଆ ସମ୍ପର୍କରେ ଖବର ରଖିବାକୁ ଫୁରୁସତ୍ ହିଁ ନ ଥିଲା।

ହଠାତ୍ ଦିନେ ଖବର ମିଳିଲା ଘରେ ସ୍ଥିତି ଜମାରୁ ଠିକ୍ ନାହିଁ। ଋଣ ବୋଝରେ ଜମି ସବୁ ବନ୍ଧା ପଡ଼ିଛି, ସେପଟେ ସାନ ଭଉଣୀ ପେଟରେ ଟ୍ୟୁମର ହୋଇଛି। କିନ୍ତୁ ପଇସା ନଥିବାରୁ ଅପରେଶନ୍‌ ହୋଇପାରୁନି। ଏକଥା ଶୁଣିବା ପରେ ଯାତ୍ରାମନସ୍କ ସୁବାସଙ୍କ ମନ ଆଉ ରଙ୍ଗ ଓ ରଙ୍ଗିନ୍ ଆଲୋକର ଭିଡ଼ରେ ସ୍ଥିର ରହିଲା ନାହିଁ। ମାଲିକଙ୍କ ଅନୁମତି ନେଇ ରାତିରେ ନାଟକ ସାରି କିଛି ଟଙ୍କା ଧରି ସିଧା ଆସିଲେ ନିଜ ଘରକୁ। ଏକଦମ୍ ଭୋରରୁ ଘର କବାଟ ବାଡେଇବା ପରେ ଦ୍ୱାର ଖୋଲିଲେ ରୋଗୀଣା ଭଉଣୀ। ୩ ବର୍ଷ ପରେ ଭାଇକୁ ଦେଖି ଭଉଣୀ ଖୁସିରେ ଆଉ କୋହକୁ ସମ୍ଭାଳି ପାରିଲେ ନାହିଁ। ଛଳଛଳ ଆଖିରେ ଡାକି ପକାଇଲେ, ବୋଉ ଭାଇ ଆସିଛି। ଡାକ ଶୁଣି ବାପା-ମା ବି ଚାଲି ଆସିଲେ। ବାପା ମନଇଚ୍ଛା ଗାଳି ଦେଇଗଲେ ଆଉ ସବୁ କିଛି ମୁଣ୍ଡପାତି ସହିନେଲେ ସୁବାସ। ସାଥିରେ ନେଇଥିବା ଟଙ୍କା ମାଙ୍କୁ ଧରାଇ ଘରୁ ଆସିଥିଲେ ସୁବାସ। ସେବେଠାରୁ ଘରର ଦାୟିତ୍ୱ ସହ ଯାତ୍ରା ଅଭିନୟ ଏକାଠି ଚାଲିଛି। ଆଉ ଗୋଟିଏ ପରେ ଅନ୍ୟ ଏକ ହିଟ୍ ବହି ଦେଇ ଚାଲିଛନ୍ତି ଦ ୱାନ୍ ଆଣ୍ଡ ଓନଲି ସୁବାସ୍ ବେହେରା।

ନିଜ ଛବିଶ ବର୍ଷର କ୍ୟାରିଅରରେ ଭଦ୍ରକର ଏହି ଲୋକାଲ୍ ଟୋକା- ବାହା ଦେବି ତୋତେ ରାଜା ପୁଅକୁ, ସିନ୍ଦୂର କାନ୍ଦୁଛି ଓଢ଼ଣୀ ତଳେ, ଭାଙ୍ଗିଗଲା ମୋର ମନ ଆଇନା, ବାଇ ଚଢ଼େଇର ସୁନା ସଂସାର, ବେଦୀକୁ ସୁନ୍ଦର ବଉଳ ପାଟ, ନଈ ସେପାରୀ କନକ ଗୋରୀ, ବାଜି ରହିଲା ତା’ ସାନ ଭଉଣୀ, ଝୁମୁକା ହଜିଲା ଝାଉଁ ବଣରେ, କାର୍ଗିଲ ଜଳୁଛି, ମୁଁ କେନ୍ଦ୍ରାପଡ଼ାର ଝିଅ, ଦୂରଦର୍ଶନ ଭୁବନେଶ୍ୱର, ବନ୍ଦୀ ଆମେ ଗାନ୍ଧୀ ଛକରେ, ସତୀ ଅସତି ମହାସତୀ, ଆମ୍ମା ଏ ରୁଟି ଦେ, ସାବିକୁ ସବାରୀ ସାତ ସପନ, ଡାକବଙ୍ଗଳା, ମୁଁ ଜମା କାନ୍ଦିବିନି, ଛାତିରେ ଜଳୁଛି ଜୁଈ ମୋର, ସବୁ ପର ଲୁହ ନିଜର, ଚାରି ଛକର ତିନି ଝିଅ, ଅଦ୍ଧାର୍ଙ୍ଗିନୀ, ମୟା ମେମ୍‌ ସାହେବ, ସିନ୍ଦୂର ପିନ୍ଧିବି ବିଧବା ହେଲେ, ଆଇ ଆମ୍‌ ଡନ୍‌, କିଏ କଲା ମୁନିକୁ ବଦନାମ୍, ଧଳା ସିନ୍ଦୂର, ଯୁଗେ ଯୁଗେ ଜଗନ୍ନାଥ, ଅଜବ କାହାଣୀ, ତୁଳସୀ ଧର୍ମର ସ୍ତ୍ରୀ, ମୋ ଠିକଣା ମୋତେ ଅଜଣା, ଶହେ ମାନସିକ ତୋରି ପାଇଁ, ସ୍ତ୍ରୀମାନେ ସାବଧାନ, ଯିଏ ବାହାହେବ ସିଏ ମରିବ, ଚୋ ଚାରି ଖୁରାକୁ ଜୁହାର, କଥା ଉଠିଛି ତୋ ନାଁରେ, ଶ୍ୱଶୂର ଘରକୁ ଶହେ ସଲାମ, ଏଠି ସବୁ କିଣା ପ୍ରେମ ମାଗଣା, ଜାତି ଜାତକ ଯୌତୁକ, ଅଧେ ତୋର ଅଧେ ମୋର, ସବୁ ମୟାରେ ବାୟା, ମିଛୁଆ ରାଧୁଆ ଗପ ସରିଲା, ଏମିତି ରାତି ସେ କେମିତି ସାଥୀ, ବାହା ହୋଇଛ ନା ବାଡ଼ୁଅ ଅଛ, ରଙ୍ଗୀଲା ଟୋକା, ସବୁ ଉପର ବାଲାର ଖେଳ, ସ୍ୱାମୀ ସିନ୍ଦୂର ସତ ଲାଗୁନି, ଦେଖିଲେ ଜାଣିବ ଦରଦ କେତେ, ଧରମ ସ୍ତ୍ରୀ, ହାଲୋ ମ୍ୟାଡାମ, ସାଥୀ ଆସିଥିଲା ରାତିକ ପାଇଁ, ରାତି ଆସିଲେ ଛାତି ଥରେ, ଆଖିରୁ ଆରମ୍ଭ ଓଠରେ ଶେଷ, ମୁଁ ସେହି ଭଦ୍ରିକିଆ ଟୋକା, ବଡ଼ଦାଣ୍ଡର ଭିକାରୀ, ଗଙ୍ଗାଠୁ ପବିତ୍ର ଗଙ୍ଗ ସିଉଳି, ସ୍ୱାମୀ ମରିଗଲେ କାନ୍ଦିବି ନାହିଁ ଭଳି ବହୁ ହିଟ୍ ନାଟକ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story