ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିରୋଧ ପ୍ରଦର୍ଶନ ବେଳେ ହସୁଥିବାରୁ ଟ୍ରୋଲ୍‌ ହେଲେ ଜୟା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାକୁ ନେଇ ଗତକାଲି ଦିଲ୍ଲୀରେ ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବି ସାମିଲ ହୋଇଥିଲେ। ତେବେ ଏହି ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଜୟା ବଚ୍ଚନ ହସୁଥିବାର ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ […]

jaya-bachhan

Chinmayee Roy
  • Published: Wednesday, 31 July 2019
  • , Updated: 31 July 2019, 11:07 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାକୁ ନେଇ ଗତକାଲି ଦିଲ୍ଲୀରେ ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବି ସାମିଲ ହୋଇଥିଲେ। ତେବେ ଏହି ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଜୟା ବଚ୍ଚନ ହସୁଥିବାର ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ବେଳେ ଜୟା ହସୁଥିବାର ଫଟୋ ଓ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଏବଂ ତାଙ୍କୁ ସମାଲୋଚନା କରିଛନ୍ତି।

https://twitter.com/DeeptimanTY/status/1156067169500717057

ବିରୋଧ ପ୍ରଦର୍ଶନ ବେଳେ ଜୟା ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରି ହସୁଥିବା ଦେଖିବାକୁ ମିଳିଥିଲା। ଫଳରେ ସୋଶାଲ୍‌ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ୍‌ କରିଛନ୍ତି।  ଜଣେ ୟୁଜର ଲେଖିଛନ୍ତି, ‘ନ୍ୟାୟ ନୁହେଁ, ଏହା କେବଳ ଏମାନଙ୍କର ଏକ ରାଜନୀତିକ ପ୍ରଚାର’। ସେହିଭଳି ଅନ୍ୟଜଣେ ୟୁଜର ଲେଖିଛନ୍ତି, ‘ଏହା ଦେଶର ଦୁର୍ଭାଗ୍ୟ’। ବିକଳ୍ପ ଶର୍ମା ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି,‘ହସି ଖେଳି ବିରୋଧ କରୁଛନ୍ତି।’

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ଦୁଷ୍କର୍ମ ପୀଡ଼ିତାଙ୍କ କାର୍‌କୁ ଧକ୍କା ଦେଇଥିବା ଟ୍ରକ୍‌ ମାଲିକଙ୍କ ସମ୍ପର୍କରେ ପୁଲିସ୍‌ ବିସ୍ତୃତ ତଥ୍ୟ ହାସଲ କରିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ସହିତ ବିରୋଧୀ ଦଳଗୁଡ଼ିକ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କୁ ଏଥିପାଇଁ ଦାୟୀ କରୁଥିବା ବେଳେ ତାଙ୍କ କାରକୁ ଧକ୍କା ଦେଇଥିବା ଟ୍ରକ୍‌ଟି ସମାଜବାଦୀ ପାର୍ଟି(ସପା) ନେତା ନନ୍ଦୁ ପଲଙ୍କ ବଡ଼ ଭାଇ ଦେବେନ୍ଦ୍ର ପଲଙ୍କ ନାଁରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣା ପରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଜେଲରେ ବନ୍ଦୀ ଥିବା ବିଧାୟକ କୁଲଦୀପ, ତାଙ୍କ ଭାଇ ଓ ଅନ୍ୟ ୮ ଜଣଙ୍କ ନାଁରେ ହତ୍ୟା ମାମଲା ମଧ୍ୟ ରୁଜୁ କରିଥିଲା।

ରବିବାର ଦିନ ପୀଡ଼ିତା, ତାଙ୍କର ଦୁଇ ଜଣ ମାଉସୀ ଏବଂ ଓକିଲ କାରରେ ଯାଉଥିଲେ। ରାଏବରେଲୀ ଠାରେ ସେମାନଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୀଡ଼ିତାଙ୍କ ଦୁଇ ମାଉସୀଙ୍କ ମୃତ୍ୟୁ ଘଟିଥିଲା। ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଛନ୍ତି। ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ପୀଡ଼ିତା ଜଣଙ୍କ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସେଥିପାଇଁ ତାଙ୍କୁ ଗତବର୍ଷ ଏପ୍ରିଲରେ ଗିରଫ କରାଯାଇଥିଲା।

Related story