ମୃତ୍ୟୁ ପୂର୍ବରୁ ଜାହ୍ନବୀଙ୍କୁ ଶ୍ରୀଦେବୀ କ’ଣ କହିଥିଲେ

ନୂଆଦିଲ୍ଲୀ: ବଲିଉଡ଼୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ଦେହାନ୍ତକୁ କେହି ବି ଭୁଲି ପାରିନାହାନ୍ତି। ମାଆ ଯିବାର ଦୁଃଖକୁ ଭୁଲି ବଡ଼ଝିଅ ଜାହ୍ନବୀ ଏବେ ଡେବ୍ୟୁ ଫିଲ୍ମ ‘ଧଡ଼କନ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ପ୍ରତିଷ୍ଠିତ ପତ୍ରିକାର ଫଟୋ ସୁଟ୍‌ କରିଛନ୍ତି। ଯେଉଁଥିରେ ସେ ବହୁ ସୁନ୍ଦର ଦେଖାଯାଉଛନ୍ତି। ଏହି ସମୟରେ ସେ ଦେଇଥିବା ସାକ୍ଷାତକାରେ ମାଆ ଶ୍ରୀଦେବୀଙ୍କ ସମ୍ପର୍କରେ କହିଛନ୍ତି ଅନେକ ରୋଚକ କଥା। ଜାହ୍ନବୀ କହିଛନ୍ତି-“ମାଆ (ଶ୍ରୀଦେବୀ) ପ୍ରଥମେ ‘ଧଡ଼କନ୍‌’ ଫିଲ୍ମର ୨୫ […]

dharkin

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 08:39 AM IST

ନୂଆଦିଲ୍ଲୀ: ବଲିଉଡ଼୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ଦେହାନ୍ତକୁ କେହି ବି ଭୁଲି ପାରିନାହାନ୍ତି। ମାଆ ଯିବାର ଦୁଃଖକୁ ଭୁଲି ବଡ଼ଝିଅ ଜାହ୍ନବୀ ଏବେ ଡେବ୍ୟୁ ଫିଲ୍ମ ‘ଧଡ଼କନ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ପ୍ରତିଷ୍ଠିତ ପତ୍ରିକାର ଫଟୋ ସୁଟ୍‌ କରିଛନ୍ତି। ଯେଉଁଥିରେ ସେ ବହୁ ସୁନ୍ଦର ଦେଖାଯାଉଛନ୍ତି। ଏହି ସମୟରେ ସେ ଦେଇଥିବା ସାକ୍ଷାତକାରେ ମାଆ ଶ୍ରୀଦେବୀଙ୍କ ସମ୍ପର୍କରେ କହିଛନ୍ତି ଅନେକ ରୋଚକ କଥା।

ଜାହ୍ନବୀ କହିଛନ୍ତି-“ମାଆ (ଶ୍ରୀଦେବୀ) ପ୍ରଥମେ ‘ଧଡ଼କନ୍‌’ ଫିଲ୍ମର ୨୫ ମିନିଟ୍‌ ଫୁଟେଜ ଦେଖି ମୋତେ କିଛି ଟିପ୍ସ ଦେଇଥିଲେ। ଯାହା ଆଜିବି ମୋର ମନେ ରହିଛି। ସେ ମୋତେ କହିଥିଲେ, ତୋ ଆଖି ଉପର ଭ୍ରୁଲତା ସ୍ପଷ୍ଟ ଭାବେ ଦେଖାଯାଉ ନାହିଁ। ଯାହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଉଛି। ତେଣୁ କୌଣସି ପରିସ୍ଥିତିରେ ମୁହଁ ଉପରେ କିଛି ପଡ଼ିବାକୁ ଦେବୁନି। ଏଥିପାଇଁ ତୁ ପ୍ରଥମରୁ ପ୍ରସ୍ତୁତ ହୋଇ ରହିବୁ।”

ସେ ଆହୁରି କହିଛନ୍ତି-“ମାଆ ମୋତେ ସବୁବେଳେ ଶୁଆଇ ଥାଆନ୍ତି। ସିଏ ନଶୁଆଇଲେ ମତେ ନିଦ ହୁଏନି। ମାତ୍ର ମାଆ ଯେଉଁଦିନ ଦୁବାଇ ଯିବେ, ସେହିଦିନ ମୁଁ ତାଙ୍କ ସହିତ ବେଶୀ ସମୟ ବିତାଇ ପାରନଥିଲି। ଲମ୍ୱା ସୁଟିଂ ପରେ ଥକା ହୋଇ ସନ୍ଧ୍ୟାରେ ଘରକୁ ଫେରିଥିଲି। ଚାହୁଁଥିଲି ମାଆଙ୍କ କୋଳରେ ଶୋଇ ପଡ଼ିବି। ମାତ୍ର ମାଆ ଦୁବାଇ ଯିବା ପାଇଁ ବ୍ୟସ୍ତ ହେଉଥିବା ଦେଖି ନିଜ ଘରକୁ ଚାଲି ଯାଇଥିଲି। ଏବେ କିନ୍ତୁ ମାଆ ଆମ ପାଖରେ ନାହାନ୍ତି। ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ।”

Related story