ଫଟୋ କହୁଛି କଥା; ମାଆଙ୍କ ଅନୁପସ୍ଥିତିରେ ବାପାଙ୍କ ଯତ୍ନ ନେଉଛନ୍ତି ଜାହ୍ନବୀ

ମୁମ୍ବାଇ: ସବୁ ମାଆଙ୍କ ସ୍ୱପ୍ନ ଥାଏ, ତାଙ୍କ ଅନୁପସ୍ଥିତିରେ ଝିଅମାନେ ଘର ଓ ପରିବାର ସମ୍ଭାଳନ୍ତୁ। ସେମିତି କିଛି ସ୍ୱପ୍ନ ବଲିଉଡ୍‌ର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କର ଥିବ! କାରଣ ସେ ବି ଜଣେ ମାଆ। ଦୁଇ ଝିଅ ଖୁସୀ ଏବଂ ଜାହ୍ନବୀଙ୍କୁ ହୁଏତ ଏ ବିଷୟରେ ସେ ବୁଝାଇଥିବେ। ସେଥିପାଇଁ ତ ଆଜି ତାଙ୍କ ଅନୁପସ୍ଥିତିରେ ବଡ଼ ଝିଅ ଜାହ୍ନବୀ ବାପାଙ୍କୁ ସମ୍ଭାଳୁଛନ୍ତି। ଯାହାର ଏକ ଝଲକ୍‌ ଦେଖିବାକୁ ମିଳିଛି ଗତ ଗୁରୁବାର ଦିଲ୍ଲୀର ବିଜ୍ଞାନ ଭବନରେ […]

bony

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 10:39 AM IST

ମୁମ୍ବାଇ: ସବୁ ମାଆଙ୍କ ସ୍ୱପ୍ନ ଥାଏ, ତାଙ୍କ ଅନୁପସ୍ଥିତିରେ ଝିଅମାନେ ଘର ଓ ପରିବାର ସମ୍ଭାଳନ୍ତୁ। ସେମିତି କିଛି ସ୍ୱପ୍ନ ବଲିଉଡ୍‌ର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କର ଥିବ! କାରଣ ସେ ବି ଜଣେ ମାଆ। ଦୁଇ ଝିଅ ଖୁସୀ ଏବଂ ଜାହ୍ନବୀଙ୍କୁ ହୁଏତ ଏ ବିଷୟରେ ସେ ବୁଝାଇଥିବେ। ସେଥିପାଇଁ ତ ଆଜି ତାଙ୍କ ଅନୁପସ୍ଥିତିରେ ବଡ଼ ଝିଅ ଜାହ୍ନବୀ ବାପାଙ୍କୁ ସମ୍ଭାଳୁଛନ୍ତି। ଯାହାର ଏକ ଝଲକ୍‌ ଦେଖିବାକୁ ମିଳିଛି ଗତ ଗୁରୁବାର ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ।

ଏହି ଉତ୍ସବର ଅନେକ ଫଟୋ ସୋସିଆଲ୍ ମିଡିଆରେ ବୁଲୁଛି। କିନ୍ତୁ ସେଥିମଧ୍ୟରୁ ଗୋଟିଏ ଫଟୋ ବେଶ୍ ହୃଦୟସ୍ପର୍ଶୀ ହୋଇଛି। ଏହି ଫଟୋଟିକୁ ଦେଖିବା ପରେ ସମସ୍ତେ କହୁଛନ୍ତି ଯେ ମା’ଙ୍କ ଅବର୍ତ୍ତମାନରେ ବାପାଙ୍କ ଯତ୍ନ ନେଉଛନ୍ତି ଜାହ୍ନବୀ। ଏହି ଫଟୋରେ ଜାହ୍ନବୀ ତାଙ୍କ ବାପାଙ୍କ ମଥାକୁ ରୁମାଲ୍‌ରେ ପୋଛିବା ଦେଖିବାକୁ ମିଳୁଛି। ସେ କାହିଁକି ବାପାଙ୍କ ମଥାକୁ ପୋଛି ଥିଲେ ତାହା ଜଣାପଡ଼ିନାହିଁ। ଅବଶ୍ୟ ଏହି ପୁରସ୍କାର ଉତ୍ସବରେ ବୋନି ଟିକେ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା।

ଏହି ଫଟୋ ସହିତ ବୋନିଙ୍କର ଏକ ପୁରୁଣା ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ବୁଲୁଛି। ସେହି ଫଟୋରେ ବୋନିଙ୍କ ସହିତ ଶ୍ରୀଦେବୀ ଅଛନ୍ତି। ସେହି ଫଟୋରେ ଶ୍ରୀଦେବୀ ବୋନିଙ୍କ ମଥାକୁ ରୁମାଲ୍‌ରେ ପୋଛୁଛନ୍ତି।

ଶୁଣିବାକୁ ମିଳୁଛି ଜାହ୍ନବୀ ତାଙ୍କ ବାପାଙ୍କୁ ବହୁତ ସମର୍ଥନ କରନ୍ତି। ସେ ସବୁ କଥାରେ ବାପାଙ୍କ ସାଥ୍ ଦେଉଛନ୍ତି। ଖୁସୀ ଏବେ ପାଠପଢ଼ୁଛନ୍ତି। ଜାହ୍ନବୀ ତାଙ୍କର ଡେବ୍ୟୁ ଫିଲ୍ମର ସୁଟିଂ କରୁଛନ୍ତି। ସେ ଧର୍ମା ପ୍ରଡକ୍ସନର ଫିଲ୍ମ ‘ଧଡ଼କ’ରୁ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଫିଲ୍ମଟି ଜୁଲାଇ ୨୦ ତାରିଖରେ ରିଲିଜ୍ ହେବ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ମାସରେ ଦୁବାଇରେ ଏକ ହୋଟେଲ୍‌ରେ ଶ୍ରୀଦେବୀଙ୍କର ନିଧନ ହୋଇଥିଲା।

Related story