ମାଆ ମୃତ୍ୟୁ ପରେ କୋହଭରା ପୋଷ୍ଟ କଲେ ଜାହ୍ନବୀ

ମୁମ୍ୱାଇ: ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ତାଙ୍କର ଅଚାନକ ମୃତ୍ୟୁରେ ପୂରା ବଲିଉଡ ସ୍ତବ୍ଧ ହୋଇଯାଇଛି। ଶ୍ରୀଦେବୀଙ୍କ ବିୟୋଗରେ କେବଳ କପୁର ପରିବାର ନୁହେଁ, ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ମାଆର ମୃତ୍ୟୁ ପରେ ପ୍ରଥମ ଥର ପାଇଁ ନିଜ କୋହକୁ ଇନ୍‌ଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି ଝିଅ ଜାହ୍ନବୀ। ସେ ଲେଖିଛନ୍ତି-“ଆମେ ମାଆଙ୍କ ହରାଇଛୁ, କିନ୍ତୁ ବାପାଙ୍କ ଜୀବନ ଚାଲି ଯାଇଛି।” ଏପରି ପୋଷ୍ଟ ସମସ୍ତଙ୍କୁ […]

sridevi

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 09:25 AM IST

ମୁମ୍ୱାଇ: ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ତାଙ୍କର ଅଚାନକ ମୃତ୍ୟୁରେ ପୂରା ବଲିଉଡ ସ୍ତବ୍ଧ ହୋଇଯାଇଛି। ଶ୍ରୀଦେବୀଙ୍କ ବିୟୋଗରେ କେବଳ କପୁର ପରିବାର ନୁହେଁ, ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ମାଆର ମୃତ୍ୟୁ ପରେ ପ୍ରଥମ ଥର ପାଇଁ ନିଜ କୋହକୁ ଇନ୍‌ଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି ଝିଅ ଜାହ୍ନବୀ। ସେ ଲେଖିଛନ୍ତି-“ଆମେ ମାଆଙ୍କ ହରାଇଛୁ, କିନ୍ତୁ ବାପାଙ୍କ ଜୀବନ ଚାଲି ଯାଇଛି।” ଏପରି ପୋଷ୍ଟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ମାର୍ଚ୍ଚ ୭ ତାରିଖ ହେଉଛି ଜାହ୍ନବୀଙ୍କ ଜନ୍ମ ଦିନ। ଜନ୍ମ ଦିନରେ ସବୁବର୍ଷ ଜାହ୍ନବୀଙ୍କ ଫଟୋ ପୋଷ୍ଟ କରି ଶ୍ରୀଦେବୀ ଅଭିନନ୍ଦନ ଜଣାଇଥାଆନ୍ତି। ମାତ୍ର ଏଥର ଝିଅର ଜନ୍ମ ଦିନ ପାଳିବା ଆଗରୁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏଭଳି ସ୍ଥିତି ପୂରା ଭାଙ୍ଗି ପଡ଼ିଛନ୍ତି ଜାହ୍ନବୀ ଓ ଖୁସି। ନିଜ ଜନ୍ମଦିନ ପୂର୍ବରୁ ଜାହ୍ନବୀ ଇଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଯେଉଁଥିରେ ସେ ଲଖିଛନ୍ତି-“ଆପଣମାନେ ଆପଣମାନଙ୍କ ବାପା-ମାଆ ବହୁତ ଭଲ ପାଉଛନ୍ତି। ଆଗକୁ ମଧ୍ୟ ଭଲ ପାଇବେ। କାରଣ ସେମାନେ ଆପଣଙ୍କୁ ବନାଇଛନ୍ତି। ଠିକ୍‌ ସେମିତି ମୋ ମାଆକୁ ଆପଣମାନେ ଭଲ ପାଉଛନ୍ତି। ତାଙ୍କୁ ସବୁବେଳେ ମନେ ରଖିବେ। ତାଙ୍କର ଆତ୍ମାର ଶାନ୍ତି ପାଇଁ ପ୍ରଶଂସା ଓ ଭଲପାଇବା ଜାରି ରଖିବେ। ମୋ ଜନ୍ମଦିନରେ ଆପଣଙ୍କୁ ମୋର ଏତିକି ଅନୁରୋଧ।”

ବାପା-ମାଆଙ୍କ ସମ୍ପର୍କକୁ ନେଇ ଜାହ୍ନବୀ ଲେଖିଛନ୍ତି-“ଆପଣମାନେ ଜାଣିବା ଦରକାର ମୋ ବାପାଙ୍କୁ ମାଆ ବହୁତ ଭଲ ପାଉଥିଲେ। ତାଙ୍କ ଭଲ ପାଇବା ଅମର ରହିବ। ସେମାନେ ପରସ୍ପରକୁ ସମର୍ପିତ ଥିଲେ। ଖୁସି ଓ ମୁଁ ମାଆ ହରାଇଛୁ। କିନ୍ତୁ ମୋ ବାପା ତାଙ୍କ ଜୀବନ ହରାଇଛନ୍ତି। ସେ (ଶ୍ରୀଦେବୀ) କେବଳ ଜଣେ ଅଭିନେତ୍ରୀ ନଥିଲେ, ସେ ଥିଲେ ଜଣେ ଭଲ ପତ୍ନୀ ଓ ମାଆ। ସବୁବେଳେ ନିଜର ଦାୟିତ୍ୱ ଠିକ ଭାବେ ଲିଭାଉଥିଲେ। ଜୀବନରେ ଭଲ ପାଇବାର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଭଲ ଓ ଖରାପ ସେ କିଛି ଜାଣି ନଥିଲେ। ତେଣୁ ଦୟା କରି ଏଥିପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ଅପପ୍ରଚାର କରନ୍ତୁ ନାହିଁ।”

Related story