'ଜ୍ଲିନ୍‌ଫିଲ୍ମ' ଫେଷ୍ଟିବାଲ୍‌ର ବିଚାରକ ହେବେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର

ଭୁବନେଶ୍ୱର: ଜଣାଶୁଣା ବଲିଉଡ ଫିଲ୍ମ ପ୍ରଯୋଜକ ତଥା ପ୍ରଚାରକ ଜିତେନ୍ଦ୍ର ମିଶ୍ର ବିଶ୍ୱର ସର୍ବପୁରାତନ ଚିଲ୍‌ଡ୍ରେନ୍‌ ଫିଲ୍ମ ଫେଷ୍ଟିବାଲ୍‌ର ‘ଜ୍ଲିନ୍‌ଫିଲ୍ମ’ର ୫୮ତମ ସଂସ୍କରଣରେ ବିଚାରକ ଭାବେ ଦାୟିତ୍ୱ ତୁଲାଇବେ। ଚେକ୍‌ ରିପବ୍ଲିକରେ ଆୟୋଜିତ ହେବାକୁ ଥିବା ଏହି ଶିଶୁ ଫିଲ୍ମ ଫେଷ୍ଟିବାଲ୍‌ରେ ବିଚାରକ ହେବାର ଜଣେ ଓଡ଼ିଆ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି। ୫୮ତମ ‘ଜ୍ଲିନ୍‌ ଫିଲ୍ମ’ ଫେଷ୍ଟିବାଲଟି ଚେକ୍‌ ରିପବ୍ଲିକ ଦେଶର ରାଜଧାନୀ ପ୍ରଗ୍ୟୁ ସମେତ ଜ୍ଲିନ୍‌ ଓ ଅନ୍ୟାନ୍ୟ ସହରରେ ଆୟୋଜିତ […]

JITENDRA-MISHRA-1

Rakesh Mallick
  • Published: Tuesday, 22 May 2018
  • , Updated: 22 May 2018, 05:26 PM IST

ଭୁବନେଶ୍ୱର: ଜଣାଶୁଣା ବଲିଉଡ ଫିଲ୍ମ ପ୍ରଯୋଜକ ତଥା ପ୍ରଚାରକ ଜିତେନ୍ଦ୍ର ମିଶ୍ର ବିଶ୍ୱର ସର୍ବପୁରାତନ ଚିଲ୍‌ଡ୍ରେନ୍‌ ଫିଲ୍ମ ଫେଷ୍ଟିବାଲ୍‌ର 'ଜ୍ଲିନ୍‌ଫିଲ୍ମ'ର ୫୮ତମ ସଂସ୍କରଣରେ ବିଚାରକ ଭାବେ ଦାୟିତ୍ୱ ତୁଲାଇବେ। ଚେକ୍‌ ରିପବ୍ଲିକରେ ଆୟୋଜିତ ହେବାକୁ ଥିବା ଏହି ଶିଶୁ ଫିଲ୍ମ ଫେଷ୍ଟିବାଲ୍‌ରେ ବିଚାରକ ହେବାର ଜଣେ ଓଡ଼ିଆ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି।

୫୮ତମ 'ଜ୍ଲିନ୍‌ ଫିଲ୍ମ' ଫେଷ୍ଟିବାଲଟି ଚେକ୍‌ ରିପବ୍ଲିକ ଦେଶର ରାଜଧାନୀ ପ୍ରଗ୍ୟୁ ସମେତ ଜ୍ଲିନ୍‌ ଓ ଅନ୍ୟାନ୍ୟ ସହରରେ ଆୟୋଜିତ ହେବ। ଏଥିରେ ଶିଶୁ ଓ ଯୁବକମାନଙ୍କ ପାଇଁ ନିର୍ମିତ ଫିଲ୍ମ ପ୍ରଦର୍ଶନ କରାଯିବ। ଏହା ମେ ୨୫ରୁ ଆରମ୍ଭ ହୋଇ ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଜ୍ଲିନ୍‌ ଫିଲ୍ମ ଫେଷ୍ଟିବାଲ୍‌ ବିଶ୍ୱର ବଡ଼ ଓ ପୁରାତନ ଫିଲ୍ମ ଫେଷ୍ଟିବାଲ୍। ଏଥିରେ ପ୍ରତିବର୍ଷ ୫୦ଟି ଦେଶର ପାଖାପାଖି ୩୦୦ ଫିଲ୍ମ ପ୍ରଦର୍ଶନ କରାଯାଇଥାଏ।

ଏହି ଫିଲ୍ମ ଫେଷ୍ଟିବାଲ୍‌ରେ ବିଚାରକ ଭାବେ ମନୋନୀତ ହୋଇଥିବାରୁ ଖୁସି ବ୍ୟକ୍ତି କରିଛନ୍ତି ଜିତେନ୍ଦ୍ର। ଓଡ଼ିଶାର ଟିଟ୍‌ଲାଗଡ଼ରେ ଜନ୍ମିତ ଜିତେନ୍ଦ୍ର ଶିଶୁ ଓ ଯୁବକମାନଙ୍କ ପାଇଁ ସମାଜିକ ଅର୍ଥବୋଧକ ଫିଲ୍ମ ପ୍ରଯୋଜନା କରିବା, ବିତରଣ ଓ ଏହାର ପ୍ରଚାର କରି ଭାରତୀୟ ସିନେମା ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଜିତେନ୍ଦ୍ର ବର୍ତ୍ତମାନ CIFEJର ବୋର୍ଡ ଅଫ୍‌ ଡାଇରେକ୍ଟର ଅଛନ୍ତି।

 

Related story