କୃଷ୍ଣସାର ମୃଗ ଶିକାର ମାମଲାରେ କାହିଁକି ଫସି ନଥିଲେ କରିସ୍ମା?

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ସଲମାନଙ୍କୁ ଗତକାଲି ଜାମିନ୍‌ ମିଳିଛି। ସେ ଦୁଇଦିନ ଜେଲ୍‌ରେ ରହି ବାହାରିଛନ୍ତି। ଏହି ଘଟଣାରେ ସୈଫ୍‌ ଅଲ୍ଲୀ ଖାନ୍‌, ତବୁ, ସୋନାଲୀ ବେନ୍ଦ୍ରେ ଓ ନୀଲମ୍‌ କୋଠାରୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଘଟଣାଟି ୧୯୯୮ ମସିହାର। ସେତେବେଳେ ସଲମାନ୍‌ ଯୋଧପୁରରେ ‘ହମ୍‌ ସାଥ୍‌ ସାଥ୍‌ ହୈ’ ଫିଲ୍ମର ସୁଟିଂ କରୁଥିଲେ। ସେହି ସମୟରେ ତାଙ୍କ ସମେତ ସୈଫ୍‌ ଲ୍ଲୀ ଖାନ୍‌, ତବୁ, […]

karishma

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 02:53 PM IST

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ସଲମାନଙ୍କୁ ଗତକାଲି ଜାମିନ୍‌ ମିଳିଛି। ସେ ଦୁଇଦିନ ଜେଲ୍‌ରେ ରହି ବାହାରିଛନ୍ତି। ଏହି ଘଟଣାରେ ସୈଫ୍‌ ଅଲ୍ଲୀ ଖାନ୍‌, ତବୁ, ସୋନାଲୀ ବେନ୍ଦ୍ରେ ଓ ନୀଲମ୍‌ କୋଠାରୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଘଟଣାଟି ୧୯୯୮ ମସିହାର। ସେତେବେଳେ ସଲମାନ୍‌ ଯୋଧପୁରରେ ‘ହମ୍‌ ସାଥ୍‌ ସାଥ୍‌ ହୈ’ ଫିଲ୍ମର ସୁଟିଂ କରୁଥିଲେ। ସେହି ସମୟରେ ତାଙ୍କ ସମେତ ସୈଫ୍‌ ଲ୍ଲୀ ଖାନ୍‌, ତବୁ, ସୋନାଲୀ ବେନ୍ଦ୍ରେ ଓ ନୀଲମ୍‌ କୋଠାରୀଙ୍କ ନାଁରେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ଆସିଥିଲା। କିନ୍ତୁ ପ୍ରଶ୍ନ ଉଠୁଛି ଏହି ଫିଲ୍ମର ଅଭିନେତ୍ରୀ କରିସ୍ମା କପୁରଙ୍କ ନାଁ କାହିଁକି ଉଠିନଥିଲା? ସେ କ’ଣ ସେଦିନ ଶିକାରରେ ଯାଇନଥିଲେ? ଆଉ ଯଦି ଯାଇନଥିଲେ କାରଣ କ’ଣ ଥିଲା?

ଖବର ମୁତାବକ କରିସ୍ମା ସେଦିନ ଜିପ୍‌ରେ ସଲମାନ ଓ ଅନ୍ୟ କଳାକାରଙ୍କ ସହ ନଥିଲେ। କାରଣ କରିସ୍ମା ଯୋଧପୁରରେ ନଥିଲେ। ସେ କିଛି କାମରେ ମୁମ୍ବାଇ ଯାଇଥିଲେ। ସେଥିପାଇଁ ଏହି ଘଟଣାରେ ସେ ଫସି ନଥିଲେ।

ଏମିତି ଥିଲା ଘଟଣା

୧୯୯୮ ମସିହା ଅକ୍ଟୋବର ୧ ତାରିଖ ରାତିରେ କାଙ୍କାଣି ଗାଁରେ ଘଟିଥିଲା ଏହି ଘଟଣା। ସଲମାନ ବନ୍ଧୁମାନଙ୍କ ସହିତ ମିଶି ଜଙ୍ଗଲରୁ ଦୁଇଟି କୃଷ୍ଣସାର ମୃଗକୁ ଶିକାର କରିଥିଲେ। ଗାଁ ଲୋକମାନେ ବନ୍ଧୁକର ଶବ୍ଦ ଶୁଣି ସଙ୍ଗେ ସଙ୍ଗେ ସେମାନଙ୍କର ପିଛା କରିଥିଲେ। କେତେକ ଲୋକ ସଲମାନଙ୍କୁ ଗୁଳି ଚଳାଇଥିବାର ଦେଖିଲେ ବୋଲି କହିଥିଲେ। ଏହି ଘଟଣାରେ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଥିଲେ ହରିଶ ଦୁଲାନୀ। ସେ ତାଙ୍କ ବୟାନ ବଦଳାଇଥିବା କୁହାଯାଇଥିଲା। ସେ ସଲମାନଙ୍କ ବ୍ୟତୀତ ଅନ୍ୟ କଳାକାରମାନଙ୍କୁ ଚିହ୍ନି ନାହାଁନ୍ତି ବୋଲି କହିଥିଲେ। ସବୁଠାରୁ ବଡ଼କଥା ହେଲା ଘଟଣା ଘଟିବା ପରେ  ହରିଣର ମୃତ ଦେହ ମିଳି ନଥିଲା। ଯାହା କେସ୍‌କୁ ଅଧିକ ସୁଦୃଢ଼ କରିଦେଲା।

Related story