କରୋନା କବଳରେ ଅବ୍ରାହମ କପଲ

ମୁମ୍ବାଇ:କରୋନା କବଳରେ ବଲିଉଡ। ବଢ଼ିଚାଲିଛି ସେଲିବ୍ରିଟି ଆକ୍ରାନ୍ତଙ୍କ ସଂଖ୍ୟା। କିଛି ଦିନ ପୂର୍ବ ଜର୍ସି ଫେମ୍‌ ଅଭିନେତ୍ରୀ ମୃଣାଲ ଠାକୁର କରୋନା ଦ୍ୱାରା କବଳିତ ହୋଇଥିଲେ। ଏବେ ଏହି ମହାମାରୀ ଜାଲରେ ପଡ଼ିଛନ୍ତି ସୁପର ମଡେଲରୁ ଆଗ ଧାଡ଼ିର ଅଭିନେତା ପାଲଟିଥିବା ଜନ ଅବ୍ରାହମ। ଜନଙ୍କ ସହିତ ତାଙ୍କ ପତ୍ନୀ ପ୍ରିୟା ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଖୋଦ ଜନ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଜନ ନିଜ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ୩ […]

jhon-with-wife

jhon-with-wife

Niharika Rout
  • Published: Monday, 03 January 2022
  • Updated: 03 January 2022, 10:45 AM IST

Sports

Latest News

ମୁମ୍ବାଇ:କରୋନା କବଳରେ ବଲିଉଡ। ବଢ଼ିଚାଲିଛି ସେଲିବ୍ରିଟି ଆକ୍ରାନ୍ତଙ୍କ ସଂଖ୍ୟା। କିଛି ଦିନ ପୂର୍ବ ଜର୍ସି ଫେମ୍‌ ଅଭିନେତ୍ରୀ ମୃଣାଲ ଠାକୁର କରୋନା ଦ୍ୱାରା କବଳିତ ହୋଇଥିଲେ। ଏବେ ଏହି ମହାମାରୀ ଜାଲରେ ପଡ଼ିଛନ୍ତି ସୁପର ମଡେଲରୁ ଆଗ ଧାଡ଼ିର ଅଭିନେତା ପାଲଟିଥିବା ଜନ ଅବ୍ରାହମ। ଜନଙ୍କ ସହିତ ତାଙ୍କ ପତ୍ନୀ ପ୍ରିୟା ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଖୋଦ ଜନ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ଜନ ନିଜ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ୩ ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲି। ଏହାପରେ ଉକ୍ତ ବ୍ୟକ୍ତିଜଣକ ପଜିଟିଭ ହୋଇଥିବା ଖବର ପାଇଲି। ଏହାପରେ ମୁଁ ଓ ମୋ  ପ୍ରିୟା ଟେଷ୍ଟ କରିବାରୁ ଉଭୟ ପଜିଟିଭ ଚିହ୍ନଟ ହୋଇଛୁ। ଆମେ ୨ ଜଣ ଘରେ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଏହା ମଧ୍ୟରେ କାହା ସଂସ୍ପର୍ଶରେ ଆସିନାହୁଁ।

[caption id="attachment_703556" align="aligncenter" width="650"]john-abraham ବଲିଉଡ ଆକ୍ଟର ଜନ ଆବ୍ରାହମ ।[/caption]

ଏଥିସହ ସେ ଲେଖିଛନ୍ତି, ଆମେ ଦୁହେଁ ଡବଲ ଡୋଜ ଭ୍ୟାକ୍ସିନ ନେଇ ସାରିଛୁ। ଆମର ଖୁବ୍‌ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ ଓ ମାକ୍ସ ପିନ୍ଧନ୍ତୁ।

ଜନଙ୍କ ପୂର୍ବରୁ ମୃଣାଲ ଠାକୁର, ଅର୍ଜୁନ କପୁର, ଅଂଶୁଳା କପୁର , କରିନା କପୁର, ଅମୃତା ଅରୋରା ପ୍ରମୁଖ କରୋନା ଦ୍ୱାରା କବଳିତ ହୋଇ ସାରିଲେଣି। କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଥରେ ବଢ଼ି ଚାଲିଥିବାରୁ  ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଏହାଦ୍ୱାରା କବଳିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos