ଶାଗୁଣା ବସିଛି ଡେଣା ମେଲାଇର ନାୟିକା ମୀନା ଏବେ କେମିତି ଅଛନ୍ତି

ନାଁଟା ତାହାହେଲେ ମୀନା… ଭଲ ନାଚିଲ… ସତେ ଯେମିତି ତୁମେ ଜଣେ ଏଞ୍ଜେଲ୍‌…। ୯୦ ଦଶକରେ ଯାତ୍ରା ଜଗତରେ ଛାଇ ହୋଇଯାଇଥିବା ଭିଲିଆନ ଭିକୁ ସେଠ୍‌ଙ୍କ ଏହି ଦମଦାର ସଂଳାପକୁ କିଏ ବା ଭୁଲିପାରିବ ? ଶାଗୁଣା ବସିଛି ଡେଣା ମେଲାଇ ଯାତ୍ରାର ଏହି ମନଛୁଆଁ ସଂଳାପକୁ ଆଜି ବି ଦର୍ଶକେ ବେଶ ଛାଟର ସହ କହିଥାନ୍ତି। ହେଲେ ଏହି ସଂଳାପ ପଛର ସବୁଠୁ ରୋଚକ ଚରିତ୍ରଟି ଥିଲେ  ‘ମୀନା’ । ତେବେ ସେତେବେଳେ ଭିଡିଓ ଜମାନା […]

meena

Manoranjan Sial
  • Published: Tuesday, 25 August 2020
  • , Updated: 25 August 2020, 04:17 PM IST

ନାଁଟା ତାହାହେଲେ ମୀନା... ଭଲ ନାଚିଲ... ସତେ ଯେମିତି ତୁମେ ଜଣେ ଏଞ୍ଜେଲ୍‌...। ୯୦ ଦଶକରେ ଯାତ୍ରା ଜଗତରେ ଛାଇ ହୋଇଯାଇଥିବା ଭିଲିଆନ ଭିକୁ ସେଠ୍‌ଙ୍କ ଏହି ଦମଦାର ସଂଳାପକୁ କିଏ ବା ଭୁଲିପାରିବ ? ଶାଗୁଣା ବସିଛି ଡେଣା ମେଲାଇ ଯାତ୍ରାର ଏହି ମନଛୁଆଁ ସଂଳାପକୁ ଆଜି ବି ଦର୍ଶକେ ବେଶ ଛାଟର ସହ କହିଥାନ୍ତି। ହେଲେ ଏହି ସଂଳାପ ପଛର ସବୁଠୁ ରୋଚକ ଚରିତ୍ରଟି ଥିଲେ  ‘ମୀନା’ । ତେବେ ସେତେବେଳେ ଭିଡିଓ ଜମାନା ନଥିବାରୁ ଏହି ‘ମୀନା’ ଚରିତ୍ର ଦର୍ଶକଙ୍କ ସାମ୍ନାକୁ ଆଜିଯାଏ ସୁଦ୍ଧା ଆସି ପାରିନାହାନ୍ତି। କେବଳ ଅଡ଼ିଓ କ୍ୟାସେଟରେ ଲୁଚି ଯାଇଥିବା ଚରିତ୍ର ମୀନାକୁ ଆପଣ ଜାଣିଛନ୍ତି କି? ସେ ନାରୀ ନା ପୁରୁଷ। ଏବେ ସେ କେମିତି ଅଛନ୍ତି? ଆସନ୍ତୁ ଆମେ ଆଜି ସେଇ ରହସ୍ୟମୟ ମୀନାଙ୍କୁ ଭେଟେଇ ଦେବୁ।

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର କଟିଲୋ ଗାଁ। ସେଇଠି ବଟକୃଷ୍ଣ ଜେନାଙ୍କ ଜନ୍ମ। ପିଲା ବେଳୁ ତାଙ୍କର ଥିଲା କଳା ପ୍ରତି ଦୁର୍ବଳତା। କିନ୍ତୁ ମିଳୁନଥିଲା ସୁଯୋଗ। ତେବେ ନିୟମିତ ଗାଁ ନାଟକରେ ଅଭିନୟ କରୁଥିଲେ। ଏମିତି ତାଙ୍କର ଗୋଟିଏ ନାଟକ ହେଲା ‘ମହିଷା ମର୍ଦ୍ଦିନୀ’। ସେହି ନିଟକରେ ତାଙ୍କର ଚରିତ୍ର ଥିଲା ନାରଦ। ସେହି ନାଟକ ତାଙ୍କୁ ବେଶ୍‌ ସଫଳତା ଦେଇଥିଲା। ୧୨ରୁ ୧୩ ବର୍ଷ ବୟସରେ ତାଙ୍କୁ ଏହି ସଫଳତା ମିଳିଥିଲା। ପରେ ତାଙ୍କୁ ଏକ ଯାତ୍ରା ପାର୍ଟିରୁ ଅଫର ଆସିଲା। ନାଟ୍ୟ ନିର୍ଦ୍ଦେଶକ ଶଙ୍କର୍ଷଣ ପଣ୍ଡାଙ୍କ ପରାମର୍ଶରେ ସେ ଯାତ୍ରା ପାର୍ଟିରେ ଯୋଗ ଦିଅନ୍ତି। ତାଙ୍କର ପ୍ରଥମ ନାଟକ ଥିଲା ‘ବରଣୀ କନ୍ୟା’। ଏହି ନାଟକରେ ଶଙ୍କର୍ଷଣ ପଣ୍ଡା ମୁଖ୍ୟ ନାୟକ ଚରିତ୍ରରେ ଅଭିନୟ କରିଥିବା ବେଳେ ବଟକୃଷ୍ଣ ତାଙ୍କର ପୁତ୍ର ଭାବେ ଅଭିନୟ କରିଥିଲେ। ଏହି ନାଟକ ତାଙ୍କୁ ଯାତ୍ରା ଇଣ୍ଡଷ୍ଟ୍ରୀରେ ପରିଚୟ ଦେଇଥିଲା। ତା’ ପରେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ବଟକୃଷ୍ଣ।

[caption id="attachment_566291" align="aligncenter" width="650"] ମୀନା ହେଉଛନ୍ତି ବଟକୃଷ୍ଣ[/caption]

ତାପରେ ସେ ‘ତୁଳସୀ ଗଣନାଟ୍ୟ’ରେ ଯୋଗ ଦିଅନ୍ତି। ସେତେବେଳେ ତାଙ୍କୁ ବର୍ଷକୁ ୧୨୦୦ ଟଙ୍କା ପାଉଣା ମିଳୁଥିଲା। ‘ତୁଳସୀ ଗଣନାଟ୍ୟ’କୁ ଆସିବା ପରେ ସେ ନାରୀ ଚରିତ୍ରରେ ଅଭିନୟ କରିବା ଆରମ୍ଭ କଲେ। ନାଟକ ‘ସମ୍ପୂର୍ଣ୍ଣ ମହାଭାରର’ରେ ତାଙ୍କୁ ମୁଖ୍ୟ ନାୟିକା ‘ଉତ୍ତରା’ ଚରିତ୍ର ମିଳିଥିଲା। ଏହି ଚରିତ୍ରକୁ ସେ ଜୀବନ୍ତ କରିଥିଲେ। ତାଙ୍କ ଅଭିନୟରେ ପ୍ରକମ୍ପିତ ହେଉଥିଲା ମଞ୍ଚ। ପ୍ରତି କ୍ୟାମ୍ପ ହାଉସ୍‌ଫୁଲ୍‌ ହେଉଥିଲା। ରାତାରାତି ସେ ଚର୍ଚ୍ଚାର ପରିଧି ଭିତରକୁ ଆସିଥିଲେ। ଆଉ ଏହାରି ଭିତରେ ବଟଙ୍କ ଉପରେ ‘ଜନତା ଗଣନାଟ୍ୟ’ର ମାଲିକ ବୈଷ୍ଣବ ଚରଣ ମହାନ୍ତିଙ୍କ ନଜର ପଡ଼ିଲା। ସେ ତାଙ୍କୁ ତାଙ୍କ ଯାତ୍ରା ପାର୍ଟିରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ଆଉ ତା’ପରେ ବର୍ଷକୁ ୨୨୦୦ ଟଙ୍କା ପରିଶ୍ରମିକରେ ବଟ ‘ଜନତା ଗଣନାଟ୍ୟ’କୁ ଚାଲି ଆସିଲେ। ସେଠାରେ ତାଙ୍କର ପ୍ରଥମ ନାଟକ ଥିଲା ବିଜୟ ମିଶ୍ରଙ୍କ ‘ମାୟା ମହଲ’। ଏଥିରେ ସେ ନୀତି ରିତ୍ରରେ ଅଭିନୟ କରିଥିଲେ। ସେହିପରି ‘ଭିନ୍ନ ଏକ ରାମାୟଣ ଅନ୍ୟ ଏକ ସୀତା’ ନାଟକରେ ସେ ମୁଖ୍ୟନାୟିକା ସାବିତ୍ରୀ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଏହି ନାଟକ ଦୀର୍ଘ ୧୮ ବର୍ଷ ଧରି ବିଭିନ୍ନ ମଞ୍ଚରେ ପରିବେଷିତ ହୋଇଥିଲା। ତେବେ ତାଙ୍କର ସବୁଠାରୁ ଚର୍ଚ୍ଚିତ ନାଟକ ଥିଲା ‘ଶାଗୁଣା ବସିଛି ଡେଲା ମେଲାଇ”। ଏହି ନାଟକରେ ସେ ମୀନା ଭୂମିକାରେ ଅଭିନୟ କରିଥିଲେ। ଆଉ ରାତାରାତି ସେହି ନାଟକ ହିଟ୍‌ ହୋଇଥିଲା।  ୧୯୯୮ ମସିହାରୁ ଆଜି ପର୍ଯ୍ୟନ୍ତ ଯାତ୍ରୀ ପ୍ରେମୀ ମୀନାକୁ ମନେ ରଖିଛନ୍ତି। ହେଲେ ମୀନା ଚରିତ୍ରରେ ଅଭିନୟ କରିଥିବା ବଟ ଏବେ କେମିତି ଅଛନ୍ତି?

ଯୋଗଜନ୍ମା, ଛତ୍ରପତି ଶିବାଜୀ, ପୃଥ୍ୱୀରାଜ, ଭୀଷ୍ମପ୍ରତିଜ୍ଞା ପ୍ରମୁଖ ନାଟକରେ ଅଭିନୟ କରିଥିଲେ ବଟ। ଯାତ୍ରାକୁ ଧୀରେ ଧୀରେ ନାରୀଙ୍କ ପ୍ରବେଶ ପରେ ମହିଳା ଚରିତ୍ରରେ ଅଭିନୟ କରୁଥିବା ପୁରୁଷମାନେ ଦୂରେଇ ଗଲେ। ଆଉ କେତେକ ଯାତ୍ରା ଛାଡ଼ି ସତସତିକା ସଂସାରକୁ ଫେରି ଆସିଲେ। ସେମାନଙ୍କ ଭିତରେ ଅଛନ୍ତି ବଟ। ସେ ଯାତ୍ରାଠାରୁ ଦୂରେଇ ଯାଇ ପରିବାର ପାଖକୁ ପଳାଇଗଲେ। ହେଲେ ପରିବାର ଚଳାଇବା ତାଙ୍କ ପକ୍ଷେ କଣ୍ଟକର ହେଲା। ସେଥିପାଇଁ ସେ ମୂଲ ମଜୁରି ଲାଗିଲେ। ରଙ୍ଗମିସ୍ତ୍ରୀ ଭାବେ କାମ କଲେ। ସେଥିରୁ ଯାହା ଉପାର୍ଜନ କରୁଛନ୍ତି, ସେଥିରେ ଚଳୁଛି ପୂରା ପରିବାର। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ତାଙ୍କୁ କଳାକାର ଭତ୍ତାଟିଏ ମିଳିଲା ନାହିଁ। ସରକାର ଭତ୍ତା ଦେଇ କଳାକାର ସ୍ୱୀକୃତି ଦିଅନ୍ତୁ ବୋଲି ବଟ କହିଛନ୍ତି।

Related story