ମୁମ୍ବାଇ:ଦୀର୍ଘ ଦିନର ଅସୁସ୍ଥତା ପରେ କିଛି ଦିନ ତଳେ ବଲିଉଡ୍ର ବରିଷ୍ଠ ଅଭିନେତା କାଦର ଖାନ୍ ମୃତ୍ୟୁ ବରଣ କରିଛନ୍ତି। କାନାଡ଼ାରେ ଚିକିତ୍ସିତ ହେଉଥିବା ବେଳେ ଗତ ୩୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ କାନାଡ଼ାରେ କାଦର ଖାନ୍ ଯେତେବେଳେ ମେଡିକାଲରେ ଜୀବନ ପାଇଁ ସଂଘର୍ଷ କରୁଥିଲେ ବଲିଉଡ୍ ତାଙ୍କୁ ଭୁଲି ଯାଇଥିଲା। ଇଣ୍ଡଷ୍ଟ୍ରୀର କେତେ ଲୋକଙ୍କ ସହ କାମ କରି ସେମାନଙ୍କୁ ମଣିଷ କରିଛନ୍ତି। ହେଲେ କାଦର ଖାନ୍ଙ୍କ ଶେଷ ସମୟରେ ସମସ୍ତେ ଭୁଲି ଯାଇଥିଲେ। ଏମିତିକି ତାଙ୍କ ସହ ଅନେକ ଫିଲ୍ମରେ କାମ କରିଥିବା କିଛି କଳାକାର ତାଙ୍କୁ ଆଦୌ ମନେ ପକାଇ ନଥିଲେ। ଏନେଇ ତାଙ୍କ ପୁଅ ସର୍ଫରାଜ୍ ଦୁଃଖ ପ୍ରକାଶ କରି ଅଭିମାନ କରିଥିଲେ।
କହିଥିଲେ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକମାନେ ବେଦରଦୀ। ସେ କହିଥିଲେ ଯେ, କାନାଡ଼ା ଯିବା ପରେ ତାଙ୍କ ବାପାଙ୍କୁ ସବୁ ଅଣଦେଖା କରିଥିଲେ। ବାପାଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରୀର ଅନେକ ଲୋକ ତାଙ୍କୁ ଫୋନ୍ ବି କରିନଥିଲେ। ଯେଉଁଥି ପାଇଁ ସରଫରାଜ୍ଙ୍କୁ ଭାରି ବାଧିଛି। ସେ କହିଥିଲେ ଯେ, ମୋ ବାପା ଫିଲ୍ମ ଇଣ୍ଡଷ୍ଟ୍ରୀର କେତେ ଲୋକଙ୍କ ସହ ଅତିନିକଟତର ଥିଲେ। କିନ୍ତୁ ସେ ଅଭମିତାଭ ବଚ୍ଚନଙ୍କୁ ଅଧିକ ଭଲ ପାଉଥିଲେ।