ସୁରକ୍ଷାକର୍ମୀ ବି ଧରିପାରିଲେନି, ପଡ଼ିଗଲେ କାଜୋଲ; ଭିଡିଓ ଭାଇରାଲ୍

ମୁମ୍ବାଇ: ଚାଲୁ ଚାଲୁ ହଠାତ୍‌ ପଡ଼ିଗଲେ ବଲିଉଡ୍ ଅଭିନେତ୍ରୀ କାଜୋଲ। ତାହା ପୁଣି ଜନଗହଳିପୂର୍ଣ୍ଣ ସ୍ଥାନରେ। ପାଖରେ ସୁରକ୍ଷାକର୍ମୀମାନେ ମଧ୍ୟ ଥିଲେ। ହେଲେ କେହି କିଛି କରିପାରିଲେ ନାହିଁ। କାଜୋଲଙ୍କ ପଡିଯିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଧଳାରଙ୍ଗର ଡ୍ରେସ୍‌ ଏବଂ ହାଇ ହିଲ୍‌ ପିନ୍ଧି ମୁମ୍ବାଇର ଏକ ମଲ୍‌ରେ ଚାଲୁଛନ୍ତି କାଜୋଲ। ଆଖ ପାଖରେ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସୁରକ୍ଷାକର୍ମୀ ମାନେ ଅଛନ୍ତି। […]

maxresdefault

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 03:31 PM IST

ମୁମ୍ବାଇ: ଚାଲୁ ଚାଲୁ ହଠାତ୍‌ ପଡ଼ିଗଲେ ବଲିଉଡ୍ ଅଭିନେତ୍ରୀ କାଜୋଲ। ତାହା ପୁଣି ଜନଗହଳିପୂର୍ଣ୍ଣ ସ୍ଥାନରେ। ପାଖରେ ସୁରକ୍ଷାକର୍ମୀମାନେ ମଧ୍ୟ ଥିଲେ। ହେଲେ କେହି କିଛି କରିପାରିଲେ ନାହିଁ। କାଜୋଲଙ୍କ ପଡିଯିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଧଳାରଙ୍ଗର ଡ୍ରେସ୍‌ ଏବଂ ହାଇ ହିଲ୍‌ ପିନ୍ଧି ମୁମ୍ବାଇର ଏକ ମଲ୍‌ରେ ଚାଲୁଛନ୍ତି କାଜୋଲ। ଆଖ ପାଖରେ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସୁରକ୍ଷାକର୍ମୀ ମାନେ ଅଛନ୍ତି। କାଜୋଲଙ୍କୁ ଦେଖିବା ପାଇଁ ଲୋକଙ୍କର ଗହଳି ମଧ୍ୟ ରହିଛି। କିଛି ଲୋକ କାଜୋଲ ଚାଲୁଥିବା ସମୟର ଭିଡିଓ କରୁଛନ୍ତି। ତେବେ ମଲ୍‌ରେ ଚାଲୁଥିବା ସମୟରେ ଗୋଡ ଖସିଯିବାରୁ କାଜୋଲ ତଳେ ପଡିଗଲେ। ପଡୁଥିବା ସମୟରେ ସେ ତାଙ୍କ ପାଖରେ ଥିବା ଜଣେ ସୁରକ୍ଷାକର୍ମୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏସବୁ ଏତେ ହଠାତ୍‌ ହୋଇଗଲା ଯେ ପାଖରେ ଥିବା ସୁରକ୍ଷାକର୍ମୀମାନେ ମଧ୍ୟ କାଜୋଲଙ୍କୁ କିଛି ସାହାଯ୍ୟ କରିପାରିଲେ ନାହିଁ। ତେବେ ପିନ୍ଧିଥିବା ହାଇ ହିଲ୍‌ ଯୋଗୁଁ ଏମିତି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି।

(ସୌଜନ୍ୟ-BiscootTV)

https://www.youtube.com/watch?v=UyE00otN_6o

Related story