କରଣଙ୍କ ଉପରେ ପ୍ରତିଶୋଧ ନେବାକୁ ଶାହାରୁଖଙ୍କୁ ଅସ୍ତ୍ର କରିଛନ୍ତି କାଜୋଲ

ମୁମ୍ବାଇ: କରଣ ଜୋହର ଓ କାଜୋଲଙ୍କ ମଧ୍ୟରେ ଥିବା ବହୁ ବର୍ଷର ପୁରୁଣା ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଆପଣମାନେ ଜାଣିଛନ୍ତି। କରଣ ସବୁବେଳେ ନିଜର ବନ୍ଧୁମାନଙ୍କ ପାଖରେ କାଜୋଲଙ୍କ ନାଁରେ ଓଲଟା ସିଧା କଥା କହୁଥିବା ଶୁଣିବାକୁ ମିଳୁଛି। ଫଳରେ କାଜୋଲଙ୍କୁ ବହୁତ ଖରାପ ଲାଗୁଛି। କାଜୋଲଙ୍କ ଡର କରଣଙ୍କ ଯୋଗୁଁ ଇଣ୍ଡଷ୍ଟ୍ରିରେ କିଛି କଳାକାର ତାଙ୍କଠାରୁ ଦୂରେଇ ନ ଯାଆନ୍ତୁ । ସେ କରଣଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି କାଜୋଲ। ଏଥିପାଇଁ ସେ […]

kajol

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 09:45 AM IST

ମୁମ୍ବାଇ: କରଣ ଜୋହର ଓ କାଜୋଲଙ୍କ ମଧ୍ୟରେ ଥିବା ବହୁ ବର୍ଷର ପୁରୁଣା ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଆପଣମାନେ ଜାଣିଛନ୍ତି। କରଣ ସବୁବେଳେ ନିଜର ବନ୍ଧୁମାନଙ୍କ ପାଖରେ କାଜୋଲଙ୍କ ନାଁରେ ଓଲଟା ସିଧା କଥା କହୁଥିବା ଶୁଣିବାକୁ ମିଳୁଛି। ଫଳରେ କାଜୋଲଙ୍କୁ ବହୁତ ଖରାପ ଲାଗୁଛି। କାଜୋଲଙ୍କ ଡର କରଣଙ୍କ ଯୋଗୁଁ ଇଣ୍ଡଷ୍ଟ୍ରିରେ କିଛି କଳାକାର ତାଙ୍କଠାରୁ ଦୂରେଇ ନ ଯାଆନ୍ତୁ । ସେ କରଣଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି କାଜୋଲ। ଏଥିପାଇଁ ସେ କରଣଙ୍କ ଭଲ ବନ୍ଧୁ ଶାହାରୁଖ ଖାନଙ୍କୁ ଅସ୍ତ୍ର କରିଛନ୍ତି। ସେ ତାଙ୍କ ଭଲ ସଂପର୍କ ରଖୁଛନ୍ତି ଓ କରଣଙ୍କ ବିରୋଧରେ ଉସ୍‌କାଉଛନ୍ତି। ଶାହାରୁଖଙ୍କ ସହିତ ଅଧିକ ଯୋଡ଼ି ରହିବା ସହ ଫୋନ୍‌ରେ ସବୁବେଳେ ସଂପର୍କରେ ରହୁଛନ୍ତି କାଜୋଲ। କିଛିଦିନ ପୂର୍ବରୁ କାଜୋଲ ଏକ ଇଭେଣ୍ଟରେ ଶାହାରୁଖଙ୍କ ପ୍ରଂଶସା କରିଥିଲେ। କହିଥିଲେ ସେ ସବୁବେଳେ ଲୋକମାନଙ୍କ ହୃଦୟରେ ବାଦ୍‌ଶାହା ରୁହନ୍ତୁ।

Related story