କମଲ ହାସନଙ୍କ ଫିଲ୍ମରେ ଝିଅ ଅକ୍ଷରା ସହ-ନିର୍ଦ୍ଦେଶକ

ଚେନ୍ନାଇ: ମେ’ ମାସରୁ ଅଭିନେତା ତଥା ଫିଲ୍ମନିର୍ମାତା କମଲ ହାସନଙ୍କ ଅପ୍‌କମିଂ ଫିଲ୍ମ “ସାବାସ୍ ନାଇଡୁ”ର ସୁଟିଂ ଆରମ୍ଭ ହେବ। ଏଥିରେ କମଲଙ୍କ ସାନ ଝିଅ ଅକ୍ଷରାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସେ ଏଥିରେ ଅଭିନୟ କରିବେ ନାହିଁ। ସେ ଫିଲ୍ମର ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସେ ଫିଲ୍ମର ନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ସହାୟତା କରିବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମଲ ହାସନ ପ୍ରଥମ ଥର ପାଇଁ ଏହି ଫିଲ୍ମ […]

Akshara Haasan

Rakesh Mallick
  • Published: Saturday, 30 April 2016
  • , Updated: 01 May 2016, 05:05 AM IST

ଚେନ୍ନାଇ: ମେ’ ମାସରୁ ଅଭିନେତା ତଥା ଫିଲ୍ମନିର୍ମାତା କମଲ ହାସନଙ୍କ ଅପ୍‌କମିଂ ଫିଲ୍ମ “ସାବାସ୍ ନାଇଡୁ”ର ସୁଟିଂ ଆରମ୍ଭ ହେବ। ଏଥିରେ କମଲଙ୍କ ସାନ ଝିଅ ଅକ୍ଷରାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସେ ଏଥିରେ ଅଭିନୟ କରିବେ ନାହିଁ। ସେ ଫିଲ୍ମର ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସେ ଫିଲ୍ମର ନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ସହାୟତା କରିବେ।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମଲ ହାସନ ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ତାଙ୍କର ଦୁଇ ଝିଅଙ୍କ ସହିତ କାମ କରିବେ। ଅକ୍ଷରା ଫିଲ୍ମର ସହ-ନିର୍ଦ୍ଦେଶକ ହୋଇଥିବା ବେଳେ ଶୃତି ହାସନ ଏଥିରେ ଅଭିନୟ କରିବେ। ସେ ଏହି ଫିଲ୍ମରେ କମଲଙ୍କ ଝିଅ ଭୂମିକାରେ ଅଭିନୟ କରିବେ।

“ସାବାସ୍ ନାଇଡୁ” ସମାନ୍ତରାଳ ଭାବେ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ନିର୍ମାଣ କରାଯିବ। ଏହି ଫିଲ୍ମରେ ରାମ୍ୟା କ୍ରିଷ୍ଣା ଓ ମନୁ ନାରାୟଣନ ମଧ୍ୟ ଅଭିନୟ କରିବେ। ମେ’ ୧୬ ତାରିଖରୁ ଆମେରିକାରେ ଏହାର ସୁଟିଂ ଆରମ୍ଭ ହେବ। ଫିଲ୍ମର ପ୍ରାୟ ୮୦ ପ୍ରତିଶତ ଆମେରିକାରେ ସୁଟିଂ ହେବ।

“ସାବାସ୍ ନାଇଡୁ”ର ସଂଗୀତ ନିର୍ଦ୍ଦେଶନା ଦେବେ ଇଲାୟାରାଜା।

Related story