କାଞ୍ଚିରେ କାଞ୍ଚିରେ…

ଭୁବନେଶ୍ବର(ଓଡିଶା ରିପୋର୍ଟର): ପୂଜା ବଜାରକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ହିରୋ ନଂ-୧। ତରଙ୍ଗ ସିନେ ପ୍ରଡକ୍ସନ୍ସ ନିର୍ମାଣ କରୁଥିବା ଫିଲ୍ମ ଗୁଡ଼ିକର ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ ହେଲା ଏହାର ଗୀତ। ପ୍ରତି ଫିଲ୍ମର ପ୍ରାୟ ୯୯ ପ୍ରତିଶତ ଗୀତ ମେଲୋଡିଅସ୍ ଓ ସୁପରହିଟ୍। ଶ୍ରୋତା ଗୀତ ଗୁଡ଼ିକ ଶୁଣି ଖୁବ୍ ଏନ୍ଜୟ କରନ୍ତି। ବିଶେଷକରି ଯୁବପିଢ଼ି ଭିତରେ ପ୍ରାୟ ସବୁ ଗୀତର କ୍ରେଜ୍ ଖୁବ୍ ଦେଖାଦିଏ।

ଏବେ ଆସିଛି ଏହି ସଂସ୍ଥାର ନୂଆ ଫିଲ୍ମ ହିରୋ ନମ୍ୱର-୧ର କାଞ୍ଚିରେ କାଞ୍ଚିରେ ଗୀତର ମେକିଂ। ଅର୍ଥାତ୍ ଗୀତଟି ଗାୟକମାନେ କେମିତି ରେକର୍ଡ କରିଥିଲେ, ନିଦ୍ଦେର୍ଶକ କେମିତି କଷ୍ଟ କରୁଥିଲେ, କେମିତି ପୂରା ରେକର୍ଡିଂ ଟିମ୍ ଝୁମୁଥିଲେ ତାହା ଏହି ଭିଡିଓରେ ଦର୍ଶା ଯାଇଛି। ସୂଚନାଯୋଗ୍ୟ ଯେ, ହିରୋ ନଂ-୧ର ଏହି କାଞ୍ଚିରେ କାଞ୍ଚିରେ ଗୀତକୁ ଲେଖିଛନ୍ତି  ଜଣାଶୁଣା ଗୀତିକାର ନିର୍ମଳ ନାୟକ, ଗୀତଟି ଗାଇଛନ୍ତି ଶୈାରିନ ଭଟ୍ଟ ଓ ସୋହିନୀ ମିଶ୍ର ଏବଂ ଗୀତଟିର ମ୍ୟୁଜିକ୍ ଡିରେକ୍ଟର ହେଲେ ଅଭିଜିତ୍ ମଜୁମଦାର।