ଯୋଗ ଦିବସରେ ଯୋଗ ଗୁରୁଙ୍କୁ କଙ୍ଗନାଙ୍କ ଗୁରୁ ଦକ୍ଷିଣା; ଦେଲେ ୨ କୋଟି ଟଙ୍କାର ଫ୍ଲାଟ୍‌

ମୁମ୍ବାଇ: ବଲିଉଡ୍‌ରେ ପାଦ ଥାପିବା ପୂର୍ବରୁ ମୁମ୍ବାଇର ଜୁହୁ ବିଚ୍‌ରେ ଜଣେ ବ୍ୟକ୍ତିଙ୍କୁ ଭେଟି ଥିଲେ କଙ୍ଗନା ରଣାୱତ। ତାଙ୍କ ଜିମ୍‌ନାଷ୍ଟିକ୍‌ରେ କଙ୍ଗନା ଖୁବ୍ ପ୍ରଭାବିତ ହୋଇଥିଲେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ସେ ନିଜର ଗୁରୁ ବନାଇ ଥିଲେ ଓ ତାଙ୍କଠାରୁ ଯୋଗ ଶିଖି ଥିଲେ। କଙ୍ଗନାଙ୍କ ଏହି ଯୋଗ ଗୁରୁଙ୍କ ନାମ ସୂର୍ଯ୍ୟ ନାରାୟଣ ସିଂହ। ନିକଟରେ ସେ ତାଙ୍କ ଗୁରୁଙ୍କୁ ଦୁଇ କୋଟି ଟଙ୍କାର ଏକ ଫ୍ଲାଟ୍‌ ଉପହାର ଆକାରରେ ଦେଇଛନ୍ତି। ମିଳିଥିବା […]

kanmgana

kanmgana

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 10:55 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ପାଦ ଥାପିବା ପୂର୍ବରୁ ମୁମ୍ବାଇର ଜୁହୁ ବିଚ୍‌ରେ ଜଣେ ବ୍ୟକ୍ତିଙ୍କୁ ଭେଟି ଥିଲେ କଙ୍ଗନା ରଣାୱତ। ତାଙ୍କ ଜିମ୍‌ନାଷ୍ଟିକ୍‌ରେ କଙ୍ଗନା ଖୁବ୍ ପ୍ରଭାବିତ ହୋଇଥିଲେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ସେ ନିଜର ଗୁରୁ ବନାଇ ଥିଲେ ଓ ତାଙ୍କଠାରୁ ଯୋଗ ଶିଖି ଥିଲେ।

କଙ୍ଗନାଙ୍କ ଏହି ଯୋଗ ଗୁରୁଙ୍କ ନାମ ସୂର୍ଯ୍ୟ ନାରାୟଣ ସିଂହ। ନିକଟରେ ସେ ତାଙ୍କ ଗୁରୁଙ୍କୁ ଦୁଇ କୋଟି ଟଙ୍କାର ଏକ ଫ୍ଲାଟ୍‌ ଉପହାର ଆକାରରେ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଙ୍ଗନା ଗୁରୁ ଦକ୍ଷିଣା ଭାବେ ସୂର୍ଯ୍ୟ ନାରାୟଣ ସିଂହଙ୍କୁ ଏହି ଫ୍ଲାଟ ଦେଇଛନ୍ତି।  ସୂର୍ଯ୍ୟ ନାରାୟଣ ସର୍ବଦା କଙ୍ଗନାଙ୍କୁ ସମର୍ଥନ କରି ଆସିଛନ୍ତି। କୁହାଯାଉଛି ଉକ୍ତ ଫ୍ଲାଟକୁ ଏକ ଯୋଗ କେନ୍ଦ୍ରରେ ପରିଣତ କରିବାକୁ କଙ୍ଗନା ତାଙ୍କ ଗୁରୁଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos