ହାପି ବାର୍ଥଡେ’ କଙ୍ଗନା

ମୁମ୍ୱାଇ: ବଲିଉଡ୍ ‘କୁଇନ୍’ କଙ୍ଗନା ରଣାୱତଙ୍କର ଆଜି ଜନ୍ମଦିନ। ୧୯୮୭ ମସିହାରେ ଆଜିର ଦିନରେ ହିମାଚଳ ପ୍ରଦେଶର ଭାମ୍ବଲା (ବର୍ତ୍ତମାନ ସୁରଜପୁର ନାଁରେ ପରିଚିତ) ସହରରେ ଜନ୍ମ ହୋଇଥିଲେ ସେ। ତାଙ୍କ ମା’ ଆଶା ରଣାୱତ ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ବାପା ଅମରଦୀପ ରଣାୱତ ଜଣେ ବ୍ୟବସାୟୀ। ଥିଏଟର ଡାଇରେକ୍ଟର ଅରବିନ୍ଦ ଗୌରଙ୍କଠାରୁ ତାଲିମ୍ ପାଇଥିବା କଙ୍ଗନା ୨୦୦୬ରେ “ଗ୍ୟାଙ୍ଗଷ୍ଟାର” ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ବେଷ୍ଟ୍ ଫିମେଲ୍ […]

kangna

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 06:26 AM IST

ମୁମ୍ୱାଇ: ବଲିଉଡ୍ ‘କୁଇନ୍’ କଙ୍ଗନା ରଣାୱତଙ୍କର ଆଜି ଜନ୍ମଦିନ। ୧୯୮୭ ମସିହାରେ ଆଜିର ଦିନରେ ହିମାଚଳ ପ୍ରଦେଶର ଭାମ୍ବଲା (ବର୍ତ୍ତମାନ ସୁରଜପୁର ନାଁରେ ପରିଚିତ) ସହରରେ ଜନ୍ମ ହୋଇଥିଲେ ସେ। ତାଙ୍କ ମା’ ଆଶା ରଣାୱତ ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ବାପା ଅମରଦୀପ ରଣାୱତ ଜଣେ ବ୍ୟବସାୟୀ।

ଥିଏଟର ଡାଇରେକ୍ଟର ଅରବିନ୍ଦ ଗୌରଙ୍କଠାରୁ ତାଲିମ୍ ପାଇଥିବା କଙ୍ଗନା ୨୦୦୬ରେ “ଗ୍ୟାଙ୍ଗଷ୍ଟାର” ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ବେଷ୍ଟ୍ ଫିମେଲ୍ ଡେବ୍ୟୁ ବର୍ଗରେ ଫିଲ୍ମଫେୟାର ଆୱାର୍ଡ ଜିତି ଥିଲେ।  ଏହା ପରେ ସେ ପାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଫିଲ୍ମ ଓ ଗୋଟାଇ ଚାଲିଛନ୍ତି ଦର୍ଶକଙ୍କ ପ୍ରଶଂସା।

“ଓ ଲମ୍‌ହେ” (୨୦୦୬), “ଲାଇଫ୍ ଇନ୍ ଏ... ମେଟ୍ରୋ” (୨୦୦୭) ଓ “ଫ୍ୟାସନ୍” (୨୦୦୮)ରେ ନିଜର ନିଆରା ଅଭିନୟ ପାଇଁ ବହୁତ ପ୍ରଶଂସିତ ହୋଇଛନ୍ତି କଙ୍ଗନା। “ଫ୍ୟାସନ୍‌” ପାଇଁ ସେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି।

“ରାଜ୍: ଦ ମିଷ୍ଟ୍ରି କଣ୍ଟିନ୍ୟୁଜ୍” (୨୦୦୯), “ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ” (୨୦୧୦)ରେ ମଧ୍ୟ ସେ ଅଭିନୟ କରିଛନ୍ତି। ୨୦୧୧ରେ ସେ ଆର୍.ମାଧବନଙ୍କ ସହିତ “ତନୁ ୱେଡ୍ସ ମନୁ”ରେ ଆସିଥିଲେ। ଏଥିରେ ସେ କମିକ୍‌ ରୋଲ୍‌ରେ ନଜର ଆସିଥିଲେ ଓ ପ୍ରଶଂସିତ ହୋଇଥିଲେ। ୨୦୧୩ରେ ରିଲିଜ୍ ହୋଇଥିବା କ୍ରିସ୍‌-୩ରେ ସେ ହ୍ରିତିକ୍ ରୋଶନଙ୍କ ସହ ପରଦାକୁ ଆସିଥିଲେ। ତେବେ ୨୦୧୫ରେ “କୁଇନ୍” ଜରିଆରେ ସେ ବଲିଉଡ୍‌ର କୁଇନ୍ ପାଲଟି ଯାଇଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟ ଦେଖି ଅମିତାଭ ବଚ୍ଚନ ବି ତାଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଥିଲେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଉଭୟ ଜାତୀୟ ଚଳଚ୍ଚିତ୍ର ଓ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।

“ତନୁ ୱେଡ୍‌ସ ମନୁ ରିଟର୍ଣ୍ଣସ୍‌”ରେ ସେ ଡବଲ୍‌ ରୋଲ୍‌ରେ ଆସିଥିଲେ। ଏଥିପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର କ୍ରିଟିକ୍ସ ଆୱାର୍ଡ ପାଇଥିଲେ।

ତାଙ୍କର ଆଗାମୀ ଫିଲ୍ମ ହେଉଛି ବହୁ ଚର୍ଚ୍ଚିତ “ରଙ୍ଗୁନ୍”। ଆସନ୍ତା ସେପ୍ଟେମ୍ବର ୩୦ରେ ଏହା ରିଲିଜ୍ ହେବ।

କଙ୍ଗନାଙ୍କ ହାତରେ ଏବେ ଆହୁରି ଦୁଇଟି ଫିଲ୍ମ ଅଛି। ସେଗୁଡ଼ିକ ହେଉଛି ହଂସଲ ମେହେତାଙ୍କ ଫିଲ୍ମ ‘ସିମରନ୍’ ଓ କେତନ ମେହତାଙ୍କ ଫିଲ୍ମ‘ ରାଣୀ ଲକ୍ଷ୍ମୀବାଈ’।

Related story