ମନ୍ଦିରରେ ପହଞ୍ଚିପାରିଲେନି, ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଶୋଭାଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ଏହି ଦୁର୍ଘଟଣାରେ ତାଙ୍କ ସହିତ ଯାଉଥିବା ଆଉ ଚାରି ଜଣ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଶୋଭା ଓ ଅନ୍ୟ ସାତ ଜଣ କାର୍ ଯୋଗେ ବାଗଲକୋଟ ଜିଲ୍ଲାର ବଦାମୀ ସ୍ଥିତ ବନାଶଙ୍କରୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କ କାର୍‌ ଓ ଏକ […]

sobha-1..

Niharika Rout
  • Published: Friday, 19 July 2019
  • , Updated: 19 July 2019, 12:57 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଶୋଭାଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ଏହି ଦୁର୍ଘଟଣାରେ ତାଙ୍କ ସହିତ ଯାଉଥିବା ଆଉ ଚାରି ଜଣ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶୋଭା ଓ ଅନ୍ୟ ସାତ ଜଣ କାର୍ ଯୋଗେ ବାଗଲକୋଟ ଜିଲ୍ଲାର ବଦାମୀ ସ୍ଥିତ ବନାଶଙ୍କରୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କ କାର୍‌ ଓ ଏକ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଶୋଭା ନିଜ ଶୋ’ ‘ମଗାଲୁ ଜାନାକୀ’  ପାଇଁ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ। ଏହି ଶୋ’ର ଟିଆରପି ବି ଖୁବ୍‌ ଭଲ ଥିଲା।  ଏହି ଶୋ’ର ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ପ୍ରଯୋଜକ ଟିଏନ୍‌ ସୀତାରାମ ଫେସବୁକ୍‌ରେ ଶୋଭାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଛନ୍ତି, ଶୋଭା ଜଣେ ଭଲ ମଣିଷ ଓ କଳାକାର ଥିଲେ। ସଦାବେଳେ ତାଙ୍କ ମୁହଁରେ ହସ ଲାଖି ରହୁଥିଲା ।

Related story