ହସି ହସି ବେଦମ୍‌ ହେବେ ଦର୍ଶକ: ଏକାଠି ହସାଇବାକୁ ଆସୁଛନ୍ତି କପିଲ୍‌ ଓ ସୁନିଲ୍

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ପୁଣିଥରେ ପରଦାକୁ ଆସୁଛି ଦ’ କପିଲ ଶର୍ମା ଶୋ’ । ଏଥର ଏହି ଶୋ’ର ୨ଟି ମଜବୁତ ସ୍ତମ୍ଭ ମଧ୍ୟ ଏକା ସହିତ ନଜର ଆସିବେ।  ସୂଚନା ଅନୁସାରେ, କପିଲ ଶର୍ମା ଓ ସୁନିଲ ଗ୍ରୋବରଙ୍କ ମଧ୍ୟରେ ପୁଣି ଥରେ ବନ୍ଧୁତା ହୋଇଯାଇଛି ଏବଂ ଶୋ’ରେ ପୁଣିଥରେ ଦୁହେଁ ଏକାଠି ନଜର ଆସିବେ। ଡିସେମ୍ବର ୧୬ରୁ ଶୋ’ର ସୁଟିଂ ଆରମ୍ଭ ହେବାକୁ ଯାଉଛି। ବଲିଉଡର ଦବଙ୍ଗ ଖାନ୍‌ ସଲମାନ ଦୁହିଁଙ୍କ ମଧ୍ୟରେ ବନ୍ଧୁତା କରାଇ […]

sunil

Tapas Behera
  • Published: Friday, 16 November 2018
  • , Updated: 16 November 2018, 08:13 AM IST

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ପୁଣିଥରେ ପରଦାକୁ ଆସୁଛି ଦ’ କପିଲ ଶର୍ମା ଶୋ’ । ଏଥର ଏହି ଶୋ’ର ୨ଟି ମଜବୁତ ସ୍ତମ୍ଭ ମଧ୍ୟ ଏକା ସହିତ ନଜର ଆସିବେ।  ସୂଚନା ଅନୁସାରେ, କପିଲ ଶର୍ମା ଓ ସୁନିଲ ଗ୍ରୋବରଙ୍କ ମଧ୍ୟରେ ପୁଣି ଥରେ ବନ୍ଧୁତା ହୋଇଯାଇଛି ଏବଂ ଶୋ’ରେ ପୁଣିଥରେ ଦୁହେଁ ଏକାଠି ନଜର ଆସିବେ। ଡିସେମ୍ବର ୧୬ରୁ ଶୋ’ର ସୁଟିଂ ଆରମ୍ଭ ହେବାକୁ ଯାଉଛି। ବଲିଉଡର ଦବଙ୍ଗ ଖାନ୍‌ ସଲମାନ ଦୁହିଁଙ୍କ ମଧ୍ୟରେ ବନ୍ଧୁତା କରାଇ ଦେଇଛନ୍ତି ବୋଲି ଖବର ମିଳିଛି।

ସେ କପିଲ ଓ ସୁନିଲଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଦୁହେଁ ଏକାସାଙ୍ଗରେ କାମ କରିବାକୁ ରାଜି ହୋଇଗଲେ। ସଲମାନଙ୍କ ପ୍ରଡକ୍ସନ ହାଉସ କପିଲଙ୍କ ଶୋ’କୁ ପ୍ରୋଡ୍ୟୁସ୍‌ କରିବାକୁ ଯାଉଛି।  ଅନ୍ୟପଟେ, ସଲମାନଙ୍କ ଅପକମିଂ ଫିଲ୍ମ ‘ଭାରତରେ’ ମଧ୍ୟ ସୁନିଲ କାମ କରୁଛନ୍ତି। ଏ ଭିତରେ ସଲମାନ୍ ଉଭୟଙ୍କ ମଧ୍ୟରେ ପ୍ୟାଚ୍ ଅପ୍ କରାଇଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଫ୍ଲାଇଟରେ ଝଗଡା ହେବା ପରେ କପିଲଙ୍କ ଶୋ’ରୁ ବାହାରି ଯାଇଥିଲେ ସୁନିଲ। ପରେ କପିଲ ମଧ୍ୟ ଶୋ’କୁ ବେଶି ଦିନ ଆଗକୁ ବଢ଼ାଇପାରି ନ ଥିଲେ। ତେବେ ଦୁହିଁଙ୍କ ପ୍ୟାଚ୍‌ ଅପ୍‌ ପରେ ଏବେ ପୁଣିଥରେ ଏହି କମେଡି ଷ୍ଟାରଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ।

 

 

Related story