ମୁମ୍ବାଇ: ଆମେ ଗତକାଲି ଲେଖିଥିଲୁ ଯେ ‘ଦ କପିଲ ଶର୍ମା ଶୋ’କୁ ସୁନୀଲ ଗ୍ରୋଭର ଫେରିବେ। ଏଥିପାଇଁ ସଂପୃକ୍ତ ଚ୍ୟାନେଲ୍ କର୍ତ୍ତୃପକ୍ଷ ତାଙ୍କୁ ମନାଇବାରେ ସକ୍ଷମ ହୋଇଛନ୍ତି। ତେବେ ଏ ଖବର ଜଣାପଡ଼ିବା ପରେ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି କପିଲ। ସୁନୀଲ ଶୋକୁ ଫେରିବା ପୂର୍ବରୁ କପିଲ ନିଜ ଫି’ ବଢ଼ାଇବା ପାଇଁ ଦାବି କରିଥିବା ଶୁଣିବାକୁ ମିଳିଛି। ସେ ତାଙ୍କ ପାଉଣାରେ ୫୦ ପ୍ରତିଶ୍ରତ ବୃଦ୍ଧି ଚାହୁଁଛନ୍ତି। ଟିଆର୍ପି ଖସିବା ପରେ ସଂପୃକ୍ତ ଚ୍ୟାନେଲ୍ ତରଫରୁ କପିଲଙ୍କୁ ବିକଳ୍ପ ଦିଆଯାଇଥିଲା ଶୋର ସମସ୍ତ କଳାକାରଙ୍କୁ ଫେରାଇ ଆଣିବାକୁ। ତେବେ ଏଭଳି କିଛି କରିବା ପୂର୍ବରୁ କପିଲ ନିଜ ଫି’ ବଢ଼ାଇବା ଦାବି କରିବା ଘଟଣାକୁ ଅନେକ ଗ୍ରହଣ କରିପାରିନାହାନ୍ତି। ଏତେ ସବୁ କାଣ୍ଡ ହେଲା ପରେ ବି କପିଲ କିଛି ଶିକ୍ଷା ଲାଭ କରିପାରିଲେ ନାହିଁ ବୋଲି କୁହାଯାଉଛି।
ସୁନୀଲ ଶୋକୁ ଫେରିବା ପାଇଁ ଅଧିକ ଅର୍ଥ ଦାବି କରିଥିବା ଖବର ଆସିଥିଲା। ତେବେ ଗତକାଲି ସେ ଟ୍ୱିଟ୍ କରି କହିଥିଲେ ଯେ ପଇସା ଅପେକ୍ଷା ଆତ୍ମସମ୍ମାନ ତାଙ୍କ ପାଇଁ ବଡ଼।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।