ଦୌଡ଼ ରାଣୀ ଦୂତୀଙ୍କ ସହ ଦୌଡ଼ିଲେ କପିଲ: ଦେଖନ୍ତୁ କିଏ ମାରିଲା ବାଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେଲା ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି । ଏତେ ସବୁ ଚର୍ଚ୍ଚା ପରେ ଦୂତୀ ଏବେ ପହଞ୍ଚିଛନ୍ତି କପିଲ ଶର୍ମାଙ୍କ ଶୋ’ରେ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଶୋରେ ଯୋଗ ଦେଇଛନ୍ତି। ଦୂତୀଙ୍କ ସହ ଏହି ଶୋର ପ୍ରସିଦ୍ଧ ଫୁଟ୍‌ବଲ୍‌ ଖେଳାଳି ବାଇଚୁନ୍‌ ଭୁଟିଆ ଏବଂ ହକି ଖେଳାଳି ସନ୍ଦିପ୍‌ […]

kapil

Chinmayee Roy
  • Published: Saturday, 08 June 2019
  • , Updated: 09 June 2019, 01:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେଲା ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି । ଏତେ ସବୁ ଚର୍ଚ୍ଚା ପରେ ଦୂତୀ ଏବେ ପହଞ୍ଚିଛନ୍ତି କପିଲ ଶର୍ମାଙ୍କ ଶୋ’ରେ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଶୋରେ ଯୋଗ ଦେଇଛନ୍ତି।

ଦୂତୀଙ୍କ ସହ ଏହି ଶୋର ପ୍ରସିଦ୍ଧ ଫୁଟ୍‌ବଲ୍‌ ଖେଳାଳି ବାଇଚୁନ୍‌ ଭୁଟିଆ ଏବଂ ହକି ଖେଳାଳି ସନ୍ଦିପ୍‌ ସିଂ ମଧ୍ୟ ଯୋଗ ଦେଇଛନ୍ତି। ତେବେ ଶୋ’ର ଏକ ପ୍ରୋମୋ ଜାରି କରାଯାଇଛି। ଏହି ପ୍ରୋମୋରେ କପିଲ ଦୂତି ଓ ଅନ୍ୟ ଅତିଥିମାନଙ୍କ ସହ ଅନେକ ମଜା ଥଟ୍ଟା କରୁଥିବା ଦେଖିବାକୁ ମିଳୁଛି। ଏଥିସହ କପିଲ ଦୂତିଙ୍କ ସହ ଦୌଡ଼ ପ୍ରତିଯୋଗିତା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ହେଲେ ଏଥିରେ କିଏ ଜିତୁଛି,  ଆପଣ ଶୋ’ ଦେଖିଲା ପରେ ହିଁ ଜାଣି ପାରିବେ।

https://twitter.com/SonyTV/status/1136228153465040902

ଏହି ଭିଡିଓଟିକୁ ସୋନି ଟିଭି ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଏହି ପ୍ରୋମୋ ଭିଡିଓ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି। ସୋଶାଲ ମିଡିଆରେ ଏହା ବେଶ୍ ଭାଇରାଲ ମଧ୍ୟ ହେଉଛି।

ଗତ କିଛି ଦିନ ହେଲା ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏତେ ସବୁ ଚର୍ଚ୍ଚା ପରେ ଦୂତୀ ଏବେ ପହଞ୍ଚିଛନ୍ତି କପିଲ ଶର୍ମାଙ୍କ ଶୋ’ରେ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଶୋରେ ଯୋଗ ଦେଇଛନ୍ତି।

Related story