ଏମିତି ଥିଲା କପିଲଙ୍କ ସଂଘର୍ଷ: ଘର ଚଳାଇବାକୁ PCO ରେ କାମ କରୁଥିଲେ, ଆଜି ସୁପରଷ୍ଟାର

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରେ କପିଲ ଶର୍ମା ଜଣେ ସୁପର ଷ୍ଟାର। କିଛିଦିନ ହେବ ତାଙ୍କ ଚମକ କିଛିଟା କମିଯାଇଛି। ହେଲେ ତାଙ୍କ ପ୍ରଶଂସକଙ୍କ ବିଶ୍ୱାସ ରହିଛି ଖୁବଶୀଘ୍ର କପିଲ ପୁଣି ତାଙ୍କ ପୁରୁଣା ଫର୍ମକୁ ଫେରିବେ। ଷ୍ଟାର ବନି ସାରିଥିବା କପିଲଙ୍କ ପାଖରେ ଆଜି ସବୁ ସୁଖ ସୁବିଧା ରହିଛି। ହେଲେ ତାଙ୍କ ଅତୀତ ବହୁତ ସଂଘର୍ଷମୟ ଥିଲା। ବାପାଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିନେ PCO ରେ କାମ କରିବାକୁ ପଡ଼ିଥିଲା। ଆଜି କପିଲଙ୍କର ୩୬ତମ […]

kapil1

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 10:19 AM IST

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରେ କପିଲ ଶର୍ମା ଜଣେ ସୁପର ଷ୍ଟାର। କିଛିଦିନ ହେବ ତାଙ୍କ ଚମକ କିଛିଟା କମିଯାଇଛି। ହେଲେ ତାଙ୍କ ପ୍ରଶଂସକଙ୍କ ବିଶ୍ୱାସ ରହିଛି ଖୁବଶୀଘ୍ର କପିଲ ପୁଣି ତାଙ୍କ ପୁରୁଣା ଫର୍ମକୁ ଫେରିବେ। ଷ୍ଟାର ବନି ସାରିଥିବା କପିଲଙ୍କ ପାଖରେ ଆଜି ସବୁ ସୁଖ ସୁବିଧା ରହିଛି। ହେଲେ ତାଙ୍କ ଅତୀତ ବହୁତ ସଂଘର୍ଷମୟ ଥିଲା। ବାପାଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିନେ PCO ରେ କାମ କରିବାକୁ ପଡ଼ିଥିଲା। ଆଜି କପିଲଙ୍କର ୩୬ତମ ଜନ୍ମଦିନ। ଆଜି ଆମେ ଆପଣଙ୍କୁ କପିଲଙ୍କ ସଂଘର୍ଷମୟ ଅତୀତ ବିଷୟରେ କିଛି କହିବାକୁ ଯାଉଛୁ, ଯାହା ବହୁତ କମ ଲୋକ ଜାଣିଛନ୍ତି।

ଏକ ସାକ୍ଷାତକାରରେ କପିଲଙ୍କ ମାଆ ତାଙ୍କ ସଂଘର୍ଷ ବିଷୟରେ କହିଥିଲେ। ସେ କହିଥିଲେ, “କପିଲଙ୍କ ବାପାଙ୍କୁ ବ୍ଲଡ କ୍ୟାନସର ହୋଇଯାଇଥିଲା। ସେ ଘରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ରୋଗରେ ପଡ଼ିବା ପରେ ସବୁକିଛି ବଦଳି ଗଲା। ସ୍ଥିତି ଏପରି ହୋଇଥିଲା ଯେ, ଔଷଧ କିଣିବାକୁ ଆମ ପାଖରେ ଟଙ୍କା ନଥିଲା। ଏପରି ସ୍ଥିତିରେ କପିଲ ଘରୁ ପାଦ କାଢ଼ି ନିଜେ କିଛି ରୋଜଗାର କରିବାକୁ ମନସ୍ଥ କରିଥିଲେ ଓ ଏକ PCO ରେ କାମ କରିବା ଆରମ୍ଭ କରିଥିଲେ। ଏହାସତ୍ତ୍ୱେ ଘରେ ଚଳାଇବା କଷ୍ଟ ହେଉଥିଲା। ତେଣୁ କପିଲ ଓଢ଼ଣୀ ବିକ୍ରି କରିବା ଆରମ୍ଭ କରିଥିଲେ।”

ସେ କହିଥିଲେ, “କପିଲ ଏତେ ପରିଶ୍ରମ କରିବା ସତ୍ତ୍ୱେ ତାଙ୍କ ବାପାଙ୍କ ଚିକିତ୍ସା ଠିକ୍‌ରେ ହୋଇପାରି ନଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା। ସବୁଠାରୁ ଅଧିକ କଠିନ ସମୟ ଏହାଥିଲା। କାରଣ ସେତେବେଳେ ବାପାଙ୍କ କ୍ରିୟାକର୍ମ ପାଇଁ ମଧ୍ୟ କପିଲଙ୍କ ପାଖରେ ଟଙ୍କା ନଥିଲା। ସେତେବେଳେ କପିଲ ହାର ମାନି ନଥିଲେ। ମୋ ପାଖକୁ ଆସି ବାପାଙ୍କ କ୍ରିୟାକର୍ମ ନିଶ୍ଚିତ କରିବେ ବୋଲି କହିଥିଲେ। ପରେ ସାଙ୍ଗମାନଙ୍କ ପାଖରୁ ଟଙ୍କା ଧାର ଆଣି କ୍ରିୟାକର୍ମ କରିଥିଲେ। ଏଥିପାଇଁ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଥିଲା, ସେତେକ ବି ସେ ଜୋଗାଡ କରିପାରି ନଥିଲେ। ତଥାପି ସେ ଦମ୍ଭର ସହ ସଂଘର୍ଷ କରିଥିଲେ ଓ କହିଥିଲେ, ଦିନେ ମୁଁ ବହୁତ ଟଙ୍କା ରୋଜଗାର କରିବି ଏବଂ ଭଉଣୀର ବାହାଘର କରିବି। ଏହାପରେ ୧୦ରୁ ୧୫ ବର୍ଷ ସେ ବାହାରେ ରହି ଏକାଧିକ ସ୍ଥାନରେ କମ କରି ଘର ଚଳାଥିଲେ।”

ହାସ୍ୟ ଅଭିନେତା ହେବାକୁ ନେଇ ସେ କହିଥିଲେ, “ପିଲାଦିନରୁ କପିଲଙ୍କୁ ଷ୍ଟେଜ୍‌ରେ ଗୀତ ଗାଇବା ଓ କିଛି ନା କିଛି କରି ଦେଖାଇବାର ଶୌକ ଥିଲା।”

Related story